Advertisment

ଶ୍ରଦ୍ଧାଙ୍କ ପରେ ଆଉ ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ମିଳିଲା

ବାରାଣସୀ: ଦିଲ୍ଲୀରେ ଘଟିଥିବା ଶ୍ରଦ୍ଧା ୱାଲକର ହତ୍ୟା ଘଟଣାକୁ ନେଇ ହଇଚଇ ଜାରି ରହିଥିବା ବେଳେ ଏବେ ଆଉ ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡତ ମୃତଦେହ ପୁଲିସ ଉଦ୍ଧାର କରିଛି। ଦିଲ୍ଲୀର ପଡ଼ୋଶୀ ରାଜ୍ୟ ଉତ୍ତର ପ୍ରଦେଶର ଆଜମଗଡ଼ ଅନ୍ତର୍ଗତ ଅହରୌଲ ଅଞ୍ଚଳରେ ଥିବା ଗୋଟିଏ କୂଅ ଭିତରୁ ମହିଳାଙ୍କ ଶରୀରର ଖଣ୍ଡବିଖଣ୍ଡିତ ଅଂଶ ଉଦ୍ଧାର କରାଯାଇଛି। ଦିଲ୍ଲୀରେ ଫୁଡ ବ୍ଲଗର ଅଫତାଗ ଅମୀନ ପୁନାୱାଲା ତାଙ୍କ ଗର୍ଲଫ୍ରେଣ୍ଡ ଶ୍ରଦ୍ଧାଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ମୃତଦେକୁ […]

ଶ୍ରଦ୍ଧାଙ୍କ ପରେ ଆଉ ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ମିଳିଲା

well

Advertisment

ବାରାଣସୀ: ଦିଲ୍ଲୀରେ ଘଟିଥିବା ଶ୍ରଦ୍ଧା ୱାଲକର ହତ୍ୟା ଘଟଣାକୁ ନେଇ ହଇଚଇ ଜାରି ରହିଥିବା ବେଳେ ଏବେ ଆଉ ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡତ ମୃତଦେହ ପୁଲିସ ଉଦ୍ଧାର କରିଛି। ଦିଲ୍ଲୀର ପଡ଼ୋଶୀ ରାଜ୍ୟ ଉତ୍ତର ପ୍ରଦେଶର ଆଜମଗଡ଼ ଅନ୍ତର୍ଗତ ଅହରୌଲ ଅଞ୍ଚଳରେ ଥିବା ଗୋଟିଏ କୂଅ ଭିତରୁ ମହିଳାଙ୍କ ଶରୀରର ଖଣ୍ଡବିଖଣ୍ଡିତ ଅଂଶ ଉଦ୍ଧାର କରାଯାଇଛି।

Advertisment

ଦିଲ୍ଲୀରେ ଫୁଡ ବ୍ଲଗର ଅଫତାଗ ଅମୀନ ପୁନାୱାଲା ତାଙ୍କ ଗର୍ଲଫ୍ରେଣ୍ଡ ଶ୍ରଦ୍ଧାଙ୍କୁ ତଣ୍ଟି ଚିପି ହତ୍ୟା କରିବା ପରେ ମୃତଦେକୁ ୩୫ ଖଣ୍ଡ କରି କାଟି ଥିଲା। ଏହି ଖଣ୍ଡବିଖଣ୍ଡ ଶରୀରର ଅଂଶକୁ ସେ ଦିଲ୍ଲୀ ନିକଟରେ ଥିବା ମେହରୁଲ ଜଙ୍ଗଲରେ ଫିଙ୍ଗି ଦେଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ପୂରା ଦେଶ ସ୍ତବ୍ଧ ହୋଇଯାଇଛି। ଲୋକମାନେ ଶକରେ ଥିବା ବେଳେ ଆଜମଗଡ଼ରୁ ସମାନ ଚିତ୍ର ଆସିଛି।

ଆଜମଗଡ଼ରେ ପୁଲିସ୍‌ କୂଅ ଭିତରୁ ମହିଳାଙ୍କ କଟା ହାତ, ଗୋଡ଼ ଓ ଛାତି ପାଖର କିଛି ଅଂଶ ଉଦ୍ଧାର କରିଛି। ଦୂରଭାସା-ଗାହାଜି ରାସ୍ତାକୁ ଲାଗି ରହିଥିବା ପଶ୍ଚିମ କା ପୂରା ଗାଁରେ ଥିବା ଗୋଟିଏ କୂଅରୁ ପୁଲିସ୍‌କୁ ଏପରି ଖଣ୍ଡବିଖଣ୍ଡିତ ଶରୀରର ଅଂଶ ମିଳିଛି। ତେବେ ପୀଡ଼ିତାଙ୍କ ମୁଣ୍ଡ ମିଳିନାହିଁ।

Advertisment

ପ୍ରଥମେ ଗାଁ ଲୋକ କୂଅରେ ଖଣ୍ଡବିଖଣ୍ଡିତ ଶରୀରର କିଛି ଅଂଶ ଭାସୁଥିବା ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ଏହାପରେ ଅହରୌଲା ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇଥିଲା। ପ୍ରାଥମିକ ତଦନ୍ତରୁ କୂଅ ଭିତରୁ କେବଳ ଗୋଟିଏ ଅଣ୍ଡଗାରମେଣ୍ଟସ ମିଳିଛି। ସେହିପରି ଏହା ନିକଟରୁ କଟା ହାତ ଓ ଗୋଡ଼ ପୁଲିସ୍‌ ଉଦ୍ଧାର କରିଛି।

ଆଜମଗଡ଼ ଏସ୍‌ପି ଅନୁରାଗ ଆର୍ଯ୍ୟ କହିଛନ୍ତି, କୂଅ ଭିତରୁ ଜଣେ ଅଜଣା ମହିଳାଙ୍କ କଟା ହାତ, ଗୋଡ଼ ଓ ଶରୀରର କିଛି ଅଂଶ ଉଦ୍ଧାର କରାଯିବା ପରେ ପମ୍ପ ଦୂରା ପାଣି ନିଷ୍କାସନ କରାଯାଇଥିଲା। ଆଶା କରାଯାଉଥିଲା ପାଣି କାଢ଼ିବା ପରେ କଟା ମୁଣ୍ଡ ମିଳିବ।

କିନ୍ତୁ ମୁଣ୍ଡ ଏଯାଏ ମିଳିନି। ଫରେନ୍ସି ଏକ୍ସପର୍ଟ ଓ ଡଗ ସ୍କ୍ୱାଡ ଦ୍ୱାରା ତଦନ୍ତ କରାଯାଉଛି। ବରିଷ୍ଠ ଅଧିକାରୀମାନେ ଏହାର ଯାଞ୍ଚ କରୁଛନ୍ତି। ଖଣ୍ଡବିଖଣ୍ଡିତ ଶରୀରର ଅଂଶ ସହ ଆଉ କିଛି ପ୍ରମାଣ ଘଟଣାସ୍ଥଳକୁ ମିଳିଛି। କିନ୍ତୁ ହତ୍ୟାର ଶିକାର ହୋଇଥିବା ମହିଳାଙ୍କ ପରିଚୟ ଏଯାଏ ମିଳିନି। ପ୍ରଥମେ ମହିଳାଙ୍କ ପରିଚୟ ଠାବ କରିବାକୁ ପ୍ରୟାସ କରାଯାଉଛି। ଏହାପରେ ତାଙ୍କ ବୟସ ଓ ସେ କେଉଁଠାରେ ରହୁଥିଲେ, ସେକଥା ସ୍ପଷ୍ଟ ହୋଇ ପାରିବ ବୋଲି ଏସ୍‌ପି ଆର୍ଯ୍ୟ ସୂଚନା ଦେଇଛନ୍ତି।

ପୁଲିସ ଉଦ୍ଧାର କରିଥିବା ମୃତଦେହର ଅଂଶକୁ ଶବାଗାରରେ ରଖାଯିବ। ୩ ଦିନ ପରେ ବ୍ୟବଚ୍ଛେଦ କରାଯିବ। ହତ୍ୟାର ଶିକାର ହୋଇଥିବା ମହିଳାଙ୍କ ବୟସ ୨୦ରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଅନୁମାନ କରାଯାଉଛି। ତେଣୁ ପୁଲିସ୍‌ ଆଖପାଖ ଗାଁ ଓ ଥାନାରେ ସେଭଳି ମହିଳାଙ୍କ ସମ୍ପର୍କରେ କେହି ନିଖୋଜ ରିପୋର୍ଟ ଲେଖାଇଛି କି ନାହିଁ, ତା’ର ଛାନଭିନ ଆରମ୍ଭ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe