Advertisment

ଲିଫ୍ଟ ଭିତରେ ଛୁଆକୁ ଝୁଣିଲା କୁକୁର, ଦେଖଣାହାରୀ ସାଜିଲେ ମାଲିକାଣୀ

ନୂଆଦିଲ୍ଲୀ: ଲିଫ୍ଟ ଭିତରେ କୁନି ଛୁଆକୁ ଝୁଣିଲା କୁକୁର। ମାଲିକାଣୀ ଆଗରେ ଛୁଆ ଉପରେ ଆକ୍ରମଣ କଲା ପୋଷା କୁକୁର। ଛୋଟ ଛୁଆଟି ଯନ୍ତ୍ରଣାରେ ଛଟପଟ୍‌ ହେଉଥିଲେ ବି ଦେଖଣାହାରୀ ସାଜିଲେ ମାଲିକାଣୀ। ସବୁ ଦେଖି ବି ଆହା ଟିକେ କଲେ ନାହିଁ କି କୁକୁର ମୁହଁରୁ କୁନି ପିଲାଟିକୁ ଛଡାଇଲେ ନାହିଁ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଗାଜିଆବାଦର ରାଜନଗର ଏକ୍ସଟେନ୍‌ସନ୍‌ ଚାର୍ମସ୍ କ୍ୟାସେଲ ସୋସାଇଟିରେ। ଚାର୍ମ୍ସ କ୍ୟାସଲ ସୋସାଇଟିର ଜଣେ ୯ ବର୍ଷିୟ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଲିଫ୍ଟ ଭିତରେ ଛୁଆକୁ ଝୁଣିଲା କୁକୁର, ଦେଖଣାହାରୀ ସାଜିଲେ ମାଲିକାଣୀ

dog-bites-kid

ନୂଆଦିଲ୍ଲୀ: ଲିଫ୍ଟ ଭିତରେ କୁନି ଛୁଆକୁ ଝୁଣିଲା କୁକୁର। ମାଲିକାଣୀ ଆଗରେ ଛୁଆ ଉପରେ ଆକ୍ରମଣ କଲା ପୋଷା କୁକୁର। ଛୋଟ ଛୁଆଟି ଯନ୍ତ୍ରଣାରେ ଛଟପଟ୍‌ ହେଉଥିଲେ ବି ଦେଖଣାହାରୀ ସାଜିଲେ ମାଲିକାଣୀ। ସବୁ ଦେଖି ବି ଆହା ଟିକେ କଲେ ନାହିଁ କି କୁକୁର ମୁହଁରୁ କୁନି ପିଲାଟିକୁ ଛଡାଇଲେ ନାହିଁ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଗାଜିଆବାଦର ରାଜନଗର ଏକ୍ସଟେନ୍‌ସନ୍‌ ଚାର୍ମସ୍ କ୍ୟାସେଲ ସୋସାଇଟିରେ।

Advertisment

ଚାର୍ମ୍ସ କ୍ୟାସଲ ସୋସାଇଟିର ଜଣେ ୯ ବର୍ଷିୟ ଛୁଆ ସୋମବାର ସନ୍ଧ୍ୟାରେ ଟ୍ୟୁସନ୍‌ରୁ ଘରକୁ ଫେରୁଥିଲା। ଏହି ସମୟରେ ଲିଫ୍ଟରେ ପିଲାଟି ସହ ଜଣେ ମହିଳା ନିଜ ପୋଷା କୁକୁରକୁ ନେଇ ପ୍ରବେଶ କରିଥିଲେ। ଲିଫ୍ଟ ଚାଲିବା ଆରମ୍ଭ ହେବା ପରେ କୁକୁରଟି ପିଲାଟି ଉପରକୁ ଆକ୍ରମଣ କରିଥିଲା। ଏପରିକି ମାଲିକାଣୀଙ୍କ ଆଗରେ ଛୋଟ ଛୁଆଟିକୁ କାମୁଡି ଦେଇଥିଲା କୁକୁର। ଯନ୍ତ୍ରଣାରେ ପିଲାଟି ଛଟପଟ ହେଉଥିଲେ ମଧ୍ୟ ମହିଳା ଜଣକ ନିରବଦ୍ରଷ୍ଟା ସାଜିଥିଲେ। ମହିଳାଙ୍କ ହୃଦୟ ତରଳି ନଥିଲା। ଆଉ ଚୁପ୍‌ଚାପ୍‌ ଲିଫ୍ଟରୁ ବହାରି ଚାଲି ଯାଇଥିଲେ। ଏହି ସମସ୍ତ ଘଟଣା ସିସିଟିଭିରେ କଏଦ୍‌ ହୋଇଛି।

ଏନେଇ ଥାନାରେ ଉକ୍ତ ମହିଳାଙ୍କ ବିରୋଧରେ ପିଲାଟିର ପରିବାର ଲୋକେ ଅଭିଯୋଗ କରିଛନ୍ତି। ଶିଶୁର ଡାକ୍ତରୀ ପରୀକ୍ଷା କରାଇବା ସହ ନନ୍ଦିଗ୍ରାମ ପୁଲିସ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ ଆଧାରରେ ମହିଳାଙ୍କୁ ଚିହ୍ନଟ କରାଯିବା ପରେ ତାଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି।

Advertisment

https://twitter.com/Live_Hindustan/status/1566992182007197696?s=20&t=LxWcfLOF_lZZ6E1n3QmXjw