/odisha-reporter/media/post_attachments/uploads/2022/08/train-4.jpg)
train
ଚଣ୍ଡିଗଡ଼: ଚଳନ୍ତା ଟ୍ରେନରେ ଅସଦାଚରଣ କଲେ। ଟଣାଟଓରା ବି କଲେ। ଶେଷରେ ଦୁଷ୍କର୍ମ ପାଇଁ ଉଦ୍ୟମ କରି ବିଫଳ ହେବା ପରେ ମହିଳା ଜଣଙ୍କୁ ଠେଲିଦେଲେ। ଫଳରେ ମହିଳା ଜଣଙ୍କର ମୃତ୍ୟୁ ଘଟିଛି। ଏ ସବୁ ଦୃଶ୍ୟ ସେହି ମହିଳାଙ୍କର ୯ ବର୍ଷର କୁନି ପିଲା ଆଗରେ ଘଟିଥିଲା। ଏମିତି ଏକ ଅଭାବନୀୟ ଘଟଣା ଗୁରୁବାର ରାତିରେ ହରିୟାଣାର ଫତେବାଦ ଜିଲ୍ଲାରେ ଘଟିଛି। ମୃତ ମହିଳା ଜଣଙ୍କୁ ୩୦ ବର୍ଷ ହେବ। ପୁଲିସ ଏହି ଘଟଣାର ଅଭିଯୁକ୍ତକୁ ଗିରଫ କରିଛି। ସମ୍ପୃକ୍ତ ଅଭିଯୁକ୍ତ ହେଲେ ସନ୍ଦୀପ। ସନ୍ଦୀପ ଆହତ ଥିବାରୁ ପୁଲିସ ହେପାଜତରେ ମେଡିକାଲରେ ଚିକିତ୍ସିତ ହେଉଛି। ସେହିପରି ଘଟଣାର ତଦନ୍ତ ମଧ୍ୟ ଜାରି ରହିଛି।
ସୂଚନା ଅନୁଯାୟୀ, ମହିଳା ଜଣକ କିଛି ଦିନ ଦାହ ରୋହତକରେ ରହୁଥିଲେ। ଘଟଣା ଦିନ ମହିଳା ଜଣକ ତୋହନାକୁ ଫେରୁଥିଲେ। ଯେଉଁଠି ତାଙ୍କ ସ୍ୱାମୀ ରୁହନ୍ତି। ଟ୍ରେନ୍ରେ ମହିଳା ଜଣକ ସହ ତାଙ୍କର ୯ ବର୍ଷର ପୁଅ ଆସୁଥିଲା। ହେଲେ ମହିଳା ଜଣକ ଯେଉଁ ବଗିରେ ଆସୁଥିଲେ ସେଥିରେ କେହି ନଥିଲେ। ମାତ୍ର ୩ ଜଣଥିଲେ। ମା-ପୁଅ ଓ ଅଭିଯୁକ୍ତି।
ଏହି ସୁଯୋଗାରେ ବାଟରେ ସନ୍ଦୀପ ମହିଳା ଜଣଙ୍କୁ ଅସଦାରଣ କରିଥିଲେ। ଏମିତିକି ତାଙ୍କ ସହ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲେ। ହେଲେ ମହିଳା ଜଣକ ବିରୋଧ କରିବା ସହ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଆଉ ଅଭିଯୁକ୍ତ ସୀନ୍ଦୀପ ମହିଳା ଜଣଙ୍କୁ ଚଳନ୍ତା ଟ୍ରେନରୁ ଠେଲି ଦେଇ ନିଜେ ମଧ୍ୟ ଡେଇଁ ଖସିଯିବାକୁ ଉଦ୍ୟମ କରିଥିଲେ। ଅନ୍ୟପଟେ ଫତେବାଦର ତୋହାନା ଟାଉନ୍ରେ ଗାଡ଼ି ଅଟକିଲା। ତାଙ୍କୁ ନେବାକୁ ତାଙ୍କ ସ୍ୱାମୀ ଆସି ଅପେକ୍ଷା କରିଥିଲେ। କିନ୍ତୁ ବଗିରେ କେବଳ ତାଙ୍କ ପୁଅକୁ ଦେଖିବାକୁ ପାଇଥିଲେ। କିନ୍ତୁ ସ୍ତ୍ରୀର ପତା ମିଳି ନଥିଲା। ଏହାପରେ ଘଟଣା ସମ୍ପର୍କରେ ଶିଶୁ ଜଣକ ସବୁ କଥା ତାଙ୍କ ବାପାଙ୍କୁ କହିଥିଲେ। ଏନେଇ ମହିଳାଙ୍କ ସ୍ୱମୀ ରେଲୱେ ପୁଲିସରେ ଅଭିଯୋଗ କରିଛନ୍ତି। ଗନ୍ତବ୍ୟସ୍ଥଳଠାରୁ ୨୦ କିମି ଦୂରରେ ଟ୍ରେନଟି ଥିବା ବେଳେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ଫୋନ୍ କରିଥିଲେ। ହେଲେ ଷ୍ଟେସନରେ ପହ୍ୟଞ୍ଚିବା ବେଳକୁ ତାଙ୍କ ସ୍ତ୍ରୀ ଆଉ ନଥିବା କାନ୍ଦି କାନ୍ଦି କହିଛନ୍ତି । ତୋହନାର ରେଲୱେ ପୁଲିସ ସବଇନ୍ସପେକ୍ଟର ଜଗଦିଶ କହିଛନ୍ତି ଯେ , ଯଦି ସୁରକ୍ଷାରେ ଢିଲା ହୋଇଥାଏ ତେବେ ଏହାର ତଦନ୍ତ କରାଯିବ। ଘଟଣା ଦିନ କେଉଁ ରେଲୱେ ପୁଲିସ ସୁରକ୍ଷା ଦାୟିତ୍ୱରେ ଥିଲେ ସେମାନଙ୍କୁ ମଧ୍ୟ ତଦନ୍ତପରିସରଭୁକ୍ତ କରାଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
