Advertisment

୧୧ ରାଜ୍ୟରେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ସେକ୍ସ ସାଥୀ ଅଧିକ

ନୂଆଦିଲ୍ଲୀ: ଭାରତର ୧୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସେକ୍ସ ସାଥୀ ଅଧିକ। ଏହାର ଅର୍ଥ ମହିଳାମାନେ ଅଧିକ ସଂଖ୍ୟକ ସେକ୍ସ ସାଥୀ ରଖୁଛନ୍ତି। କିନ୍ତୁ ନିଜର ପତ୍ନୀ କିମ୍ବା ଲିଭ୍‌ ଇନ ପାର୍ଟନରଙ୍କ ଅପେକ୍ଷା ଅନ୍ୟମାନଙ୍କ ସହ ଯୌନ ସମ୍ପର୍କ ରଖୁଥିବା ମାମଲାରେ ପୁରୁଷଙ୍କ ହାର ୪% ରହିଛି। ଯାହା ମହିଳାଙ୍କ କ୍ଷେତ୍ରରେ ମାତ୍ର ୦.୫%। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ(ଏନଏଫଏଚ୍‌ଏସ୍‌)ରୁ ଏପରି ତଥ୍ୟ ସାମ୍ନାକୁ ଆସିଛି। ସର୍ଭେରେ ୧.୧ […]

୧୧ ରାଜ୍ୟରେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ସେକ୍ସ ସାଥୀ ଅଧିକ

women

Advertisment

ନୂଆଦିଲ୍ଲୀ: ଭାରତର ୧୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସେକ୍ସ ସାଥୀ ଅଧିକ। ଏହାର ଅର୍ଥ ମହିଳାମାନେ ଅଧିକ ସଂଖ୍ୟକ ସେକ୍ସ ସାଥୀ ରଖୁଛନ୍ତି। କିନ୍ତୁ ନିଜର ପତ୍ନୀ କିମ୍ବା ଲିଭ୍‌ ଇନ ପାର୍ଟନରଙ୍କ ଅପେକ୍ଷା ଅନ୍ୟମାନଙ୍କ ସହ ଯୌନ ସମ୍ପର୍କ ରଖୁଥିବା ମାମଲାରେ ପୁରୁଷଙ୍କ ହାର ୪% ରହିଛି। ଯାହା ମହିଳାଙ୍କ କ୍ଷେତ୍ରରେ ମାତ୍ର ୦.୫%। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ(ଏନଏଫଏଚ୍‌ଏସ୍‌)ରୁ ଏପରି ତଥ୍ୟ ସାମ୍ନାକୁ ଆସିଛି। ସର୍ଭେରେ ୧.୧ ଲକ୍ଷ ମହିଳା ଓ ୧ ଲକ୍ଷ ପୁରୁଷ ସାମିଲ ହୋଇଥିଲେ।

Advertisment

ଏନଏଫଏଚ୍‌ଏସ୍‌ ସର୍ଭେରୁ ଜଣାପଡ଼ିଛି ଯେ ୧୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସେକ୍ସ ପାର୍ଟନରଙ୍କ ସଂଖ୍ୟା ଅଧିକ। ରାଜସ୍ଥାନ, ହରିଆଣା, ଚଣ୍ଡିଗଡ଼, ଜମ୍ମୁ-କଶ୍ମୀର, ଲଦାଖ, ମଧ୍ୟପ୍ରଦେଶ, ଆସାମ, କେରଳ, ଲାକ୍ଷାଦ୍ୱୀପ, ପୁଡୁଚେରୀ ଓ ତାମିଲନାଡୁରେ ମହିଳାଙ୍କ ସେକ୍ସ ପାର୍ଟନରଙ୍କ ସଂଖ୍ୟା ଅଧିକ ରହିଛି।

ରାଜ୍ୟଗୁଡ଼ିକର ତାଲିକାରେ ରାଜସ୍ଥାନ ଶୀର୍ଷରେ ଅଛି। ଏଠାରେ ମହିଳାମାନଙ୍କର ହାରାହାରି ସେକ୍ସ ପାର୍ଟନରଙ୍କ ସଂଖ୍ୟା ୩.୧ ଥିବା ବେଳେ ପୁରୁଷଙ୍କ କ୍ଷେତ୍ରରେ ଏହା ୧.୮। ମଧ୍ୟପ୍ରଦେଶରେ ମହିଳାଙ୍କ ସେକ୍ସ ପାର୍ଟନରଙ୍କ ସଂଖ୍ୟା ୨.୫ ଓ ପରୁଷଙ୍କ କ୍ଷେତ୍ରରେ ଏହା ୧.୬, କେରଳରେ ୧.୪ ଓ ୧.୦, ଜମ୍ମୁ-କଶ୍ମୀରରେ ମହିଳାଙ୍କ ସେକ୍ସ ସାଥୀଙ୍କ ସଂଖ୍ୟା ୧.୫ ଓ ପୁରୁଷଙ୍କ ସାଥୀ ୧.୧, ହରିଆଣାରେ ଏହା ୧.୮ ଓ ୧.୫, ଆସାମରେ ୨.୧ ଓ ୧.୮ ରହିଛି।

Advertisment

ଅନ୍ୟପକ୍ଷରେ ନିଜର ପତ୍ନୀ ଓ ଲିଭ ଇନ୍‌ ପାର୍ଟନରଙ୍କ ବ୍ୟତୀତ ଅନ୍ୟ ମହିଳାଙ୍କ ସହ ଯୌନ ସମ୍ପର୍କ ରଖୁଥିବା ପୁରୁଷଙ୍କ ସଂଖ୍ୟା ୪% ରହିଛି। ପୁରୁଷଙ୍କ ତୁଳନାରେ ଏହିପରି ମହିଳାଙ୍କ ସଂଖ୍ୟା ବହୁତ କମ୍। ଏପରି ମହିଳାଙ୍କ ସଂଖ୍ୟା ମାତ୍ର ୦.୫%।

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେର ୫ମ ସଂସ୍କରଣ ୨୦୧୯ରୁ ୨୦୨୧ ଯାଏ ଚାଲିଥିଲା। ଦେଶର ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ର ଶାସିତ ଅଞ୍ଚଳର ୭୦୭ ଜିଲ୍ଲାର ମହିଳା ଓ ପୁରୁଷ ସର୍ଭେରେ ସାମିଲ ହୋଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe