Advertisment

ଭାଙ୍ଗିଲା ଶତାଧିକ ବର୍ଷର ପରମ୍ପରା: ପୁରୁଷ ନୁହେଁ, ଦେବୀ ଦୁର୍ଗାଙ୍କୁ ସ୍ୱାଗତ କଲେ ମହିଳା

କୋଲକାତା: ବର୍ଷ ବର୍ଷ ଧରି ପ୍ରଚଳିତ ହୋଇ ଆସୁଥିବା ପରମମ୍ପରା ଭାଙ୍ଗିଲା। ଶାରଦୀୟ ଦୁର୍ଗା ପୂଜାରେ ମା’ଙ୍କୁ ଆବାହନ ପାଇଁ ପୁରୁଷ ପୂଜକଙ୍କ ବଦଳରେ ମହିଳା ଆବାହନ କଲେ। ମା’ଙ୍କ ଆରାଧନାରେ  ଶହେ ବର୍ଷରୁ ଅଧିକ ଧରି ଚଳି ଆସୁଥିବା ପରମ୍ପରରାରେ ପୂର୍ଣ୍ଣଚ୍ଛେଦ ଟାଣି ଏକ ନୂଆ ଯୁଗର ଆରମ୍ଭ ହୋଇଛି। ଦୁର୍ଗା ପୂଜା ପାଇଁ ପ୍ରସିଦ୍ଧ ପଶ୍ଚିମଙ୍ଗର ଏକ ପୂଜା ପେଣ୍ଡାଲରୁ ଏହି ଚିତ୍ର ସାମ୍ନାକୁ ଆସିଛି। ସମଗ୍ର ଦେଶରେ ପଶ୍ଚିମବଙ୍ଗ ଦୁର୍ଗାପୂଜାର ସ୍ୱତନ୍ତ୍ର ପରିଚୟ […]

author-image
Tapas Behera
ଅଦ୍ୟତନ ହୋଇଛି
ଭାଙ୍ଗିଲା ଶତାଧିକ ବର୍ଷର ପରମ୍ପରା: ପୁରୁଷ ନୁହେଁ, ଦେବୀ ଦୁର୍ଗାଙ୍କୁ ସ୍ୱାଗତ କଲେ ମହିଳା

puja

କୋଲକାତା: ବର୍ଷ ବର୍ଷ ଧରି ପ୍ରଚଳିତ ହୋଇ ଆସୁଥିବା ପରମମ୍ପରା ଭାଙ୍ଗିଲା। ଶାରଦୀୟ ଦୁର୍ଗା ପୂଜାରେ ମା’ଙ୍କୁ ଆବାହନ ପାଇଁ ପୁରୁଷ ପୂଜକଙ୍କ ବଦଳରେ ମହିଳା ଆବାହନ କଲେ। ମା’ଙ୍କ ଆରାଧନାରେ  ଶହେ ବର୍ଷରୁ ଅଧିକ ଧରି ଚଳି ଆସୁଥିବା ପରମ୍ପରରାରେ ପୂର୍ଣ୍ଣଚ୍ଛେଦ ଟାଣି ଏକ ନୂଆ ଯୁଗର ଆରମ୍ଭ ହୋଇଛି। ଦୁର୍ଗା ପୂଜା ପାଇଁ ପ୍ରସିଦ୍ଧ ପଶ୍ଚିମଙ୍ଗର ଏକ ପୂଜା ପେଣ୍ଡାଲରୁ ଏହି ଚିତ୍ର ସାମ୍ନାକୁ ଆସିଛି। ସମଗ୍ର ଦେଶରେ ପଶ୍ଚିମବଙ୍ଗ ଦୁର୍ଗାପୂଜାର ସ୍ୱତନ୍ତ୍ର ପରିଚୟ ରହିଛି। ଏବେ ମା’ଙ୍କର ନବଦିନାତ୍ମକ ପୂଜା ଚାଲୁଛି।

Advertisment

ମହିଳାମାନେ ଏହି ଦୁର୍ଗାପୂଜାକୁ ବେଶ ଧୁମଧାମରେ ପାଳନ କରନ୍ତି। କିନ୍ତୁ ସାଧାରଣତଃ ମା’ଙ୍କୁ ଆରାଧନାଲାଗି ପୁରୁଷ ପୂଜକମାନେ ଆଜି ପର୍ଯ୍ୟନ୍ତ ଆବାହନ କରିଆସୁଥିଲେ। କିନ୍ତୁ ଚଳିତ ବର୍ଷ  କୋଲକାତାର ‘ପାଲ୍ୟ ଯୁବକ ବ୍ରିନ୍ଦା’ କମିଟି ପକ୍ଷରୁ ନୂଆ ଉଦାହଣ ସୃଷ୍ଟି କରାଯାଇଛି।

ଏଠାରେ ଦେବୀ ଦୁର୍ଗାଙ୍କୁ ପୁରୁଷ ନୁହଁ ମହିଳାମାନେ ଆବାହନ କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏଠାରେ ମହିଳା ଗୋଷ୍ଠୀ ଏକାଠି ହୋଇ ମଶାଲ ଶୋଭାଯାତ୍ରା କରି  ଏକ ଭିନ୍ନ ଢଙ୍ଗରେ ମା’ଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ନୃତ୍ୟଗୀତରେ ବେଶ ଦୁଲୁକିଥିଲା ପରିବେଶ। ଶ୍ରଦ୍ଧାଳୁ ମାନେ ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ପରିବେଶରେ ନିଜକୁ ହଜାଇ ଦେଇଥିଲେ।  ଏହେ ସମୟରେ ମହିଳା ମାନେ ବାଦ୍ୟ ବଜାଇବା ସାଙ୍ଗକୁ  ଓ ପାତ୍ରରେ ଝୁଣା ଲଗାଇ ମା’ଙ୍କୁ ଆବାହନ କରିଥିଲେ। ଝୁଣା ଲଗାଇ ମହିଳାମାନେ ନୃତ୍ୟ କରୁଥିବାର ଭିଡିଓ ଏବେ ଭାଇରାଲ  ହେଉଛି।

Advertisment
Durga Puja