Advertisment

ଡରିଗଲେ କି ଉଦ୍ଧବ ସରକାର?

ମୁମ୍ୱାଇ: ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଯେଉଁ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି ଏହାକୁ ନେଇ ନାସିକ ଥାନାରେ ଏତଲା ହୋଇଛି। ଏହି ଏଫଆଇଆରକୁ ବିରୋଧ କରି କେନ୍ଦ୍ରମନ୍ତ୍ରୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏହି ପ୍ରସଙ୍ଗରେ ମହାରାଷ୍ଟ୍ର ସରକାର କହିଛନ୍ତି, କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ସରକାର ଗିରଫ କରିବେ ନାହିଁ। ପରେ ସେପ୍ଚେମ୍ୱର ୧୭ରେ କୋର୍ଟ ଏହି ପ୍ରସଙ୍ଗରେ ଆଗାମୀ ଶୁଣାଣି କରିବେ ବୋଲି କହିଛନ୍ତି। ନାରାୟଣ ରାଣେ ଉଦ୍ଧବ ଠାକରେଙ୍କୁ ଚାପୁଡା ମାରିବେ […]

ଅଦ୍ୟତନ ହୋଇଛି
ଡରିଗଲେ କି ଉଦ୍ଧବ ସରକାର?

UDHAV THAKREY

Advertisment

ମୁମ୍ୱାଇ: ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଯେଉଁ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି ଏହାକୁ ନେଇ ନାସିକ ଥାନାରେ ଏତଲା ହୋଇଛି। ଏହି ଏଫଆଇଆରକୁ ବିରୋଧ କରି କେନ୍ଦ୍ରମନ୍ତ୍ରୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏହି ପ୍ରସଙ୍ଗରେ ମହାରାଷ୍ଟ୍ର ସରକାର କହିଛନ୍ତି, କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ସରକାର ଗିରଫ କରିବେ ନାହିଁ। ପରେ ସେପ୍ଚେମ୍ୱର ୧୭ରେ କୋର୍ଟ ଏହି ପ୍ରସଙ୍ଗରେ ଆଗାମୀ ଶୁଣାଣି କରିବେ ବୋଲି କହିଛନ୍ତି।

Advertisment

ନାରାୟଣ ରାଣେ ଉଦ୍ଧବ ଠାକରେଙ୍କୁ ଚାପୁଡା ମାରିବେ ବୋଲି କହିଥିଲେ। ଏହାପରେ ମଙ୍ଗଳବାର ମହାରାଷ୍ଟ୍ର ପୁଲିସ ଆସି ନାରାୟଣ ରାଣେଙ୍କୁ ଏହି ମାମଲାରେ ଗିରଫ କରିଥିଲା। ପରେ ବିଳମ୍ୱିତ ରାତିରେ ରାୟଗଡ଼ କୋର୍ଟରୁ ଜାମିନ୍ ପାଇଥିଲେ ନାରାୟଣ ରାଣେ। ତେବେ ଗିରଫଦାରୀରେ କୌଣସି ଅସୁବିଧା ନାହିଁ ବୋଲି ବିଚାରପତି କହିଥିଲେ। ଏବେ ପ୍ରଶ୍ନ ଗିରଫଦାରୀରେ ଯଦି କୌଣସି ଅସୁବିଧା ନାହିଁ ତା’ହେଲେ ବମ୍ୱେ ହାଇକୋର୍ଟରେ ସରକାର କାହିଁକି ଗିରଫଦାରୀ ପକ୍ଷରେ ପରିବର୍ତ୍ତନ କଲେ? ବିରୋଧୀ ବିଜେପି ସରକାର ବିରୋଧରେ ଆକ୍ରାମଣାତ୍ମକ ହେବା ଏବଂ ଶାସକ ଦଳର ନେତାଙ୍କ ବିରୋଧରେ ଇଡି ଏବଂ ସିବିଆଇର ଖଣ୍ଡା ବୁଲୁଥିବା ଦେଖି ଉଦ୍ଧବ ଠାକରେଙ୍କ ଦମ୍ଭ ଭାଙ୍ଗିଗଲା କି?

ଯଦି ନାରାୟଣ ରାଣେଙ୍କୁ ଗିରଫ କରିବେ ନାହିଁ ବୋଲି ମହାରାଷ୍ଟ୍ର ସରକାର କହୁଛନ୍ତି ତାହେଲେ ମଙ୍ଗଳବାର ପୁଲିସ କେନ୍ଦ୍ରମନ୍ତ୍ରୀଙ୍କୁ ଗିରଫ କରିବା ଉଦ୍ଦେଶ୍ୟମୂଳକ ଥିଲା କି?

Advertisment

ଅନ୍ୟପଟେ ନାରାୟଣ ରାଣେ ଆଜି ପ୍ରେସମିଟ୍ କରି କହିଛନ୍ତି ତାଙ୍କ ମତକୁ ଭୁଲ୍ ଢ଼ଙ୍ଗରେ ନିଆଯାଇଛି। ସେ ଯାହା କହିଛନ୍ତି ତାହା ଅତୀତର ଘଟଣା ଉପରେ। ବର୍ତ୍ତମାନର ଘଟଣା ଉପରେ ନୁହେଁ। ତେଣୁ ତାଙ୍କ ବିରୋଧରେ ଅପରାଧିକ ମାମଲା କେମିତି ରୁଜୁ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିସହ ସେ ତାଙ୍କ ବୟାନରେ କାଏମ ରହିଛନ୍ତି ବୋଲି କହିଛନ୍ତି। ଦୁଇ ଦିନ ପରେ ପୁଣି ପୂର୍ବପରି ଜନ ଆଶୀର୍ବାଦ ଯାତ୍ରା ସେ କରିବେ ବୋଲି କହିଛନ୍ତି। ଶାସକ ଦଳ ଶିବସେନା ରାଜନୀତିକ ଉଦ୍ଦେଶ୍ୟ ରଖି ଏପରି କରୁଛି ବୋଲି ସେ କହିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀଙ୍କ ବିଧାୟକ ପୁଅ ସୋଶାଲ ମିଡିଆରେ ଏକ ପୋଷ୍ଟ କରି କହିଛନ୍ତି, ଆଗାମୀ ଦିନରେ ଏହାର କଡ଼ା ଜବାବ ମିଳିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe