Advertisment

ଆସନ୍ତା ବର୍ଷ ମଇଦାନରେ ରହିବେନି ଅଖିଳେଶ

ଲକ୍ଷ୍ନୌ: ଆସନ୍ତା ବର୍ଷ ନିର୍ବାଚନ ଲଢ଼ିବେନି ଅଖିଳେଶ ଯାଦବ।  ସମାଜବାବାଦି ପାର୍ଟି ସୁପ୍ରିମୋ ଅଖିଳେଶ ଆସନ୍ତା ବର୍ଷ ଉତ୍ତରପ୍ରଦେଶ ବିଧାନ ସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ସୋମବାର ସ୍ପଷ୍ଟ କରିଛନ୍ତି। ତେବେ ରାଷ୍ଟ୍ରୀୟ ଲୋକଦଳ(ଆରଏଲଡି) ସହ ତାଙ୍କ ଦଳ ମେଣ୍ଟ କରିବା ନେଇ ନିଷ୍ପତ୍ତି ହୋଇଥିବା ଅଖିଳେସ କରିଛନ୍ତି। ଆରଏଲଡି ସହ ସିଟ୍‌ ବୁଝମଣା ନେଇ ଏକରକମର ସ୍ଥିର ହୋଇସାରିଥିବା ସେ କହିଛନ୍ତି। ପିଟିଆଇକୁ ଇଣ୍ଟର୍ଭ୍ୟୁ ଦେଇ ଅଖିଳେଶ ଏକଥା କହିଛନ୍ତି । ଆଜମଗଡ଼ରୁ ଏମପି […]

ଅଦ୍ୟତନ ହୋଇଛି
ଆସନ୍ତା ବର୍ଷ ମଇଦାନରେ ରହିବେନି ଅଖିଳେଶ

ppp

Advertisment

ଲକ୍ଷ୍ନୌ: ଆସନ୍ତା ବର୍ଷ ନିର୍ବାଚନ ଲଢ଼ିବେନି ଅଖିଳେଶ ଯାଦବ।  ସମାଜବାବାଦି ପାର୍ଟି ସୁପ୍ରିମୋ ଅଖିଳେଶ ଆସନ୍ତା ବର୍ଷ ଉତ୍ତରପ୍ରଦେଶ ବିଧାନ ସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ସୋମବାର ସ୍ପଷ୍ଟ କରିଛନ୍ତି। ତେବେ ରାଷ୍ଟ୍ରୀୟ ଲୋକଦଳ(ଆରଏଲଡି) ସହ ତାଙ୍କ ଦଳ ମେଣ୍ଟ କରିବା ନେଇ ନିଷ୍ପତ୍ତି ହୋଇଥିବା ଅଖିଳେସ କରିଛନ୍ତି। ଆରଏଲଡି ସହ ସିଟ୍‌ ବୁଝମଣା ନେଇ ଏକରକମର ସ୍ଥିର ହୋଇସାରିଥିବା ସେ କହିଛନ୍ତି। ପିଟିଆଇକୁ ଇଣ୍ଟର୍ଭ୍ୟୁ ଦେଇ ଅଖିଳେଶ ଏକଥା କହିଛନ୍ତି ।

Advertisment

ଆଜମଗଡ଼ରୁ ଏମପି ଥିବା ଅଖିଳେଶ ଦଳର ମୁଖ୍ୟମନ୍ତ୍ରୀ ପାର୍ଥୀ ଚେହେରା ଥିଲା ବେଳେ ଆସନ୍ତା ବର୍ଷ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବେ ନାହିଁ ବୋଲି କହିବା ପରେ ଚର୍ଚ୍ଚା ଆରମ୍ଭ ହୋଇଛି। ୨୦୧୭ରେ ବାପ-ପୁଅଙ୍କ ମଧ୍ୟରେ ଲଢ଼େଇକୁ ନେଇ ଅଖିଳେଶଙ୍କ ବାପା ମୁଲାୟମ ସିଂ ଯାଦବ ଏକ ଚାଞ୍ଚଲ୍ୟକର ବୟାନ ଦେଇଥିଲେ। ମୁଲାୟମ କହିଥିଲେ ଯେ, ୨୦୧୨ରେ ପୁଅ ଅଖିଳେଶଙ୍କୁ ମୁଖ୍ୟମନ୍ତ୍ରୀ କରିବା  ବଡ଼ ଭୁଲ ନିଷ୍ପତ୍ତି ଥିଲା।

ଯଦି ମୁଁ ନିଜେ ମୁଖ୍ୟମନ୍ତ୍ରୀ ହୋଇଥାନ୍ତି ଦଳର ଏଭଳି ସ୍ଥିତି ଦେଖିବାକୁ ମିଳି ନଥାନ୍ତା। ସେହିପରି କଂଗ୍ରେସ ସହ ହାତ ମିଳାଇବା ଆଉ ଏକ ମସ୍ତବଡ଼ ଥିଲା ବୋଲି କହିଥିଲେ।ମୁଲାମୟଙ୍କ ମନ୍ତବ୍ୟକୁ ତାଙ୍କ ଭାଇ ଶିବପାଲ ଯାଦବ ସମର୍ଥନ କରିଥିଲେ। ସୂଚନା ଅନୁଯାୟୀ, ସମାଜବାଦି ପାର୍ଟିରେ ଅସନ୍ତୋଷ ଚରମ ସୀମାରେ ପହଞ୍ଚିବା ପରେ ଦଳରୁ ଶିବପାଲ ଯାଦବ ବାହାରି ଯାଇ ଏକ ନୂଆ ଦଳ ଗଠନ କରିଥିଲେ। ପ୍ରଗତିଶୀଳ ସମାଜବାଦି ପାର୍ଟି ଲୋହିଆୟ ନାମରେ ଗଠିତ ଦଳକୁ ଏବେ କୌଣସି କମେଣ୍ଟ ଦେବେ ନାହିଁ ବୋଲି ଅଖିଳେଶ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe