Advertisment

କ୍ଷମା ଦେବୁନି କି ଭୁଲି ପାରିବୁନି: ୟୁକ୍ରେନ୍ ରାଷ୍ଟ୍ରପତି

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଥିବା ରୁଷ ମଧ୍ୟ ବ୍ୟାପକ କ୍ଷତି ସହିଛି। ରୁଷର ୧୦୦ଟି ଯୁଦ୍ଧ ବିମାନରୁ ୪୦ଟି ମାରି ଖସାଇଥିବା ୟୁକ୍ରେନ୍‌ ଦାବି କରିଛି। ୟୁକ୍ରେନ୍‌ରେ ରୁଷ କାଲିବ୍ର ମିସାଇଲ ନିକ୍ଷେପ କରୁଛି। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କିଙ୍କ ମୁଖ୍ୟ ଷ୍ଟାଫ୍‌ ପରାମର୍ଶଦାତା ଏହା କହିଛନ୍ତି।  ତେବେ ୟୁକ୍ରେନ୍‌ରେ ରୁଷ ୧୦୦ରୁ ଅଧିକ ଯୁଦ୍ଧ  ବିମାନ ବ୍ୟବହାର କରି ନାହିଁ। ସେଥିରୁ ୟୁକ୍ରେନ୍‌ ସେନା ୪୦ଟି ମାରି ଖସାଇଥିବା ସେ କହିଛନ୍ତି । […]

କ୍ଷମା ଦେବୁନି କି ଭୁଲି ପାରିବୁନି: ୟୁକ୍ରେନ୍ ରାଷ୍ଟ୍ରପତି

jeleneski

Advertisment

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଥିବା ରୁଷ ମଧ୍ୟ ବ୍ୟାପକ କ୍ଷତି ସହିଛି। ରୁଷର ୧୦୦ଟି ଯୁଦ୍ଧ ବିମାନରୁ ୪୦ଟି ମାରି ଖସାଇଥିବା ୟୁକ୍ରେନ୍‌ ଦାବି କରିଛି। ୟୁକ୍ରେନ୍‌ରେ ରୁଷ କାଲିବ୍ର ମିସାଇଲ ନିକ୍ଷେପ କରୁଛି। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କିଙ୍କ ମୁଖ୍ୟ ଷ୍ଟାଫ୍‌ ପରାମର୍ଶଦାତା ଏହା କହିଛନ୍ତି।  ତେବେ ୟୁକ୍ରେନ୍‌ରେ ରୁଷ ୧୦୦ରୁ ଅଧିକ ଯୁଦ୍ଧ  ବିମାନ ବ୍ୟବହାର କରି ନାହିଁ। ସେଥିରୁ ୟୁକ୍ରେନ୍‌ ସେନା ୪୦ଟି ମାରି ଖସାଇଥିବା ସେ କହିଛନ୍ତି ।

Advertisment

ଅନ୍ୟପଟେ ରୁଷର ଆକ୍ରମଣକୁ କଡ଼ା ନିନ୍ଦା କରି ଆସୁଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି। ସେ ଆଜି କହିଛନ୍ତି ଯେ, ଆମେ ଆକ୍ରମଣକୁ ଭୁଲିପାରିବୁ ନାହିଁ କି କ୍ଷମା ଦେଇ ପାରିବୁ ନାହିଁ। ଯେଉଁମାନେ ଆମ ଲୋକଙ୍କୁ ହତ୍ୟା କରୁଛନ୍ତି କାହାକୁ ଛାଡ଼ିବୁନି। ସମସ୍ତଙ୍କୁ ଦଣ୍ଡ ଦିଆଯିବ ବୋଲି ଜେଲେନସ୍କି ଚେତାଇ ଦେଇଛନ୍ତି।  ଅମ ମାଟିରେ ନରସଂହାର ଜାରି ରଖିଥିବା ଆମକ୍ରମଣକାରୀଙ୍କୁ ଭୁଲିବୁ ନାହିଁ କି ସେମାନଙ୍କୁ କ୍ଷମା ଦିଆଯିବ ନାହିଁ ବୋଲି ଜେଲେନସ୍କି କହିଛନ୍ତି। ଅନ୍ୟପକ୍ଷରେ ଆମେରିକା କହିଛି ଯେ, ରୁଷ ଏଯାଏଁ ୟୁକ୍ରେନ୍‌ରେ ୬୦୦ଟି ମିସାଇଲ ନିକ୍ଷେପ କରିଛି। ତେବେ ଗତକାଲି ରାତି ତମାମ ରୁଷ ସେନା ଖାରକିଭ୍‌ରେ ବୋମା ମାଡ଼ କରିଥିଲା ।

ଏଥିରେ ୮ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ୟୁକ୍ରେନ୍‌ କହିଛି । ତେବେ ଆଜି ରୁଷ ଏବଂ ୟୁକ୍ରେନ୍‌ ମଧ୍ୟରେ ତୃତୀୟ ପର୍ଯ୍ୟାୟ ଆଲୋଚନା ରହିଛି। ଏହି ଆଲୋଚନା ଉପରେ ବିଶ୍ୱର ନଜର ରହିଛି। ପୂର୍ବରୁ  ଦୁଇଟି ପର୍ଯ୍ୟାୟରେ ହୋଇଥିବା ଆଲୋଚନା ଫଳପ୍ରଦ ହୋଇ ନାହିଁ। କେବଳ ସାମୟିକ ଭାବେ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା।

Advertisment
Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe