Advertisment

କ୍ୟାବିନେଟ ପାହ୍ୟାର ଆବଶ୍ୟକତା ନାହିଁ, ଫେରାଇ ନିଅ: ୟେଦ୍ୟୁରପ୍ପା

ବେଙ୍ଗାଲୁରୁ: ଶନିବାର କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପାଙ୍କୁ କ୍ୟାବିନେଟ ପାହ୍ୟା ଦେଇଥିଲେ ଏବେର ମୁଖ୍ୟମନ୍ତ୍ରୀ ବାସଭରାଜ ବୋମାଇ। କିନ୍ତୁ ଏପରି ପାହ୍ୟା ନନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ୟେଦ୍ୟୁରପ୍ପା। ତେଣୁ ରବିବାର ସେ ମୁଖ୍ୟମନ୍ତ୍ରୀ ବୋମାଇଙ୍କୁ ଅନୁରୋଧ କରିଛନ୍ତି ତାଙ୍କୁ ମିଳିଥିବା କ୍ୟାବିନେଟ ପାହ୍ୟାକୁ ସରକାର ଫେରାଇ ନିଅନ୍ତୁ। ୟେଦ୍ୟୁରପ୍ପା ଜୁଲାଇ ୨୬ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଦୁଇ ବର୍ଷ କାର୍ଯ୍ୟକାଳ ପୂରଣ କରିବା ପରେ ଏହି ଲିଙ୍ଗାୟତ ନେତା ଇସ୍ତଫା ଦେଇଥିଲେ। ଏହାର […]

author-image
Subhransu Sekhar
ଅଦ୍ୟତନ ହୋଇଛି
କ୍ୟାବିନେଟ ପାହ୍ୟାର ଆବଶ୍ୟକତା ନାହିଁ, ଫେରାଇ ନିଅ: ୟେଦ୍ୟୁରପ୍ପା

bs-yeddurappa

ବେଙ୍ଗାଲୁରୁ: ଶନିବାର କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପାଙ୍କୁ କ୍ୟାବିନେଟ ପାହ୍ୟା ଦେଇଥିଲେ ଏବେର ମୁଖ୍ୟମନ୍ତ୍ରୀ ବାସଭରାଜ ବୋମାଇ। କିନ୍ତୁ ଏପରି ପାହ୍ୟା ନନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ୟେଦ୍ୟୁରପ୍ପା। ତେଣୁ ରବିବାର ସେ ମୁଖ୍ୟମନ୍ତ୍ରୀ ବୋମାଇଙ୍କୁ ଅନୁରୋଧ କରିଛନ୍ତି ତାଙ୍କୁ ମିଳିଥିବା କ୍ୟାବିନେଟ ପାହ୍ୟାକୁ ସରକାର ଫେରାଇ ନିଅନ୍ତୁ।

Advertisment

ୟେଦ୍ୟୁରପ୍ପା ଜୁଲାଇ ୨୬ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଦୁଇ ବର୍ଷ କାର୍ଯ୍ୟକାଳ ପୂରଣ କରିବା ପରେ ଏହି ଲିଙ୍ଗାୟତ ନେତା ଇସ୍ତଫା ଦେଇଥିଲେ। ଏହାର ଗୋଟିଏ ଦିନ ପରେ ୟେଦ୍ୟୁରପ୍ପା ବିଜେପି ବିଧାୟକ ଦଳ ବୈଠକରେ ବୋମାଇଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ପ୍ରସ୍ତାବ ଦେଇଥିଲେ। ତାଙ୍କ ସରକାରରେ ଗୃହମନ୍ତ୍ରୀ ପଦରେ ଥିଲେ ବୋମାଇ। ଜୁଲାଇ ୨୮ରେ ବୋମାଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ।

ବୋମାଇ ମୁଖ୍ୟମନ୍ତ୍ରୀ ହେବା ପରେ ୟେଦ୍ୟୁରପ୍ପାଙ୍କ ବିଧାୟକ ପୁଅ କ୍ୟାବିନେଟ ମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ହେଲେ ସେମିତି କିଛି ଉପହାର ମିଳିନାହିଁ ୟେଦ୍ୟୁରପ୍ପାଙ୍କ ପରିବାରକୁ। ହେଲେ ନୂଆ ମନ୍ତ୍ରିମଣ୍ଡଳ ଏବଂ କ୍ୟାବିନେଟ ସମସ୍ତ ଦିଗକୁ ଲକ୍ଷ୍ୟ ରଖି ତିଆରି କରାଯାଇଛି ବୋଲି ୟେଦ୍ୟୁରପ୍ପା ଶନିବାର କହିଥିଲେ।

Advertisment

କର୍ଣ୍ଣାଟକା ମନ୍ତ୍ରିମଣ୍ଡଳରେ ୨୯ ଜଣ ବିଧାୟକ ସାମିଲ ହୋଇଛନ୍ତି। କିନ୍ତୁ କାହାକୁ ବି ଉପ ମୁଖ୍ୟମନ୍ତ୍ରୀ ପଦ ମିଳିନାହିଁ। କ୍ୟାବିନେଟରେ ଅଭିଜ୍ଞ ଓ ନୂଆ ମୁହଁଙ୍କୁ ମୁଳିତ ଭାବେ ସୁଯୋଗ ଦିଆଯାଇଛି। କ୍ୟାବିନେଟରେ ୭ ଜଣ ଓବିସି, ୩ ଜଣ ଏସ୍‌ସି, ଜଣେ ଏସଟି, ୭ ଜଣ ଭୋକ୍କାଲିଗାସ, ୮ ଜଣ ଲିଙ୍ଗାୟତ, ଜଣେ ରେଡ୍ଡୀ ଓ ଜଣେ ମହିଳା ରହିଛନ୍ତି।

ମୁଖ୍ୟମନ୍ତ୍ରୀ ବୋମାଇ ଏ ନେଇ କହିଥିଲେ, 'କ୍ୟାବିନେଟ ସଂପ୍ରସାରଣ ପୂର୍ବରୁ ଦିଲ୍ଲୀରେ ହାଇକମାଣ୍ଡଙ୍କ ସହ ବିସ୍ତୃତ ଆଲୋଚନା ହୋଇଥିଲା। ମୋଟ ୨୯ ଜଣ ସଦସ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ପୂର୍ବର ୟେଦ୍ୟୁରପ୍ପା ସରକାରରେ ୩ ଜଣ ଉପ ମୁଖ୍ୟମନ୍ତ୍ରୀ ଥିଲେ। ହେଲେ ଏଥର ହାଇକମାଣ୍ଡଙ୍କ ନିର୍ଦ୍ଦେଶକ୍ରମେ କେହି ବି ଉପ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ହୋଇ ନାହାନ୍ତି'।