Advertisment

ୟେସ ବ୍ୟାଙ୍କ ପ୍ରତିଷ୍ଠାତାଙ୍କୁ ମିଳିଲା ବେଲ୍

ନୂଆଦିଲ୍ଲୀ: ୟେସ ବ୍ୟାଙ୍କର ପ୍ରତିଷ୍ଠାତା ତଥା ପୂର୍ବତନ ଏମଡି ଓ ସିଇଓ ରାଣା କପୁରଙ୍କୁ ଜାମିନ ମିଳିଛି। ଆଜି ମୁମ୍ବାଇର ଗୋଟିଏ ସେସନ୍ସ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଶ୍ରୀ କପୁର ୩୦୦ କୋଟି ଟଙ୍କାର ବ୍ୟାଙ୍କ ଦୁର୍ନୀତି ଘଟଣାରେ ଫସି ଗିରଫ ହୋଇଛନ୍ତି। ତାଙ୍କ ନାଁରେ ରୁଜୁ ହୋଇଥିବା ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଆଜି ଜାମିନ ମିଳିଛି। ଆଜି ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ ଅଧୀନରେ ଥିବା ଗୋଟିଏ ସ୍ୱତନ୍ତ୍ର କୋର୍ଟ […]

author-image
Hemant Lenka
ଅଦ୍ୟତନ ହୋଇଛି
ୟେସ ବ୍ୟାଙ୍କ ପ୍ରତିଷ୍ଠାତାଙ୍କୁ ମିଳିଲା ବେଲ୍

Rana

ନୂଆଦିଲ୍ଲୀ: ୟେସ ବ୍ୟାଙ୍କର ପ୍ରତିଷ୍ଠାତା ତଥା ପୂର୍ବତନ ଏମଡି ଓ ସିଇଓ ରାଣା କପୁରଙ୍କୁ ଜାମିନ ମିଳିଛି। ଆଜି ମୁମ୍ବାଇର ଗୋଟିଏ ସେସନ୍ସ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଶ୍ରୀ କପୁର ୩୦୦ କୋଟି ଟଙ୍କାର ବ୍ୟାଙ୍କ ଦୁର୍ନୀତି ଘଟଣାରେ ଫସି ଗିରଫ ହୋଇଛନ୍ତି। ତାଙ୍କ ନାଁରେ ରୁଜୁ ହୋଇଥିବା ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଆଜି ଜାମିନ ମିଳିଛି।

Advertisment

ଆଜି ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ ଅଧୀନରେ ଥିବା ଗୋଟିଏ ସ୍ୱତନ୍ତ୍ର କୋର୍ଟ ରାଣା କପୁରଙ୍କୁ ଏକାଧିକ ସର୍ତ୍ତ ରଖି ଜାମିନ ଦେଇଛନ୍ତି। କୋର୍ଟ ତାଙ୍କୁ ଦେଶ ଛାଡ଼ି ବିଦେଶ ଯିବାକୁ ବାରଣ କରିଛନ୍ତି ଓ ତାଙ୍କ ପାସପୋର୍ଟ ଜବତ କରିବାକୁ କହିଛନ୍ତି। ମାମଲାର ସବୁ ଶୁଣାଣିରେ ସେ କୋର୍ଟରେ ଉପସ୍ଥିତ ରହିବେ। ତାଙ୍କୁ ୫ ଲକ୍ଷ ଟଙ୍କାର ସିକ୍ୟୁରିଟି ଦାଖଲ କରିବାକୁ ମଧ୍ୟ ପଡ଼ିବ।

ଏହି ମାମଲାରେ ବ୍ୟବସାୟୀ ଗୌତମ ଥାପର ଓ ଅନ୍ୟ ୭ ଜଣଙ୍କୁ ମଧ୍ୟ ଆଜି ଜାମିନ ମିଳିଛି। ଜାମିନ ମିଳିଥିଲେ ମଧ୍ୟ ରାଣା କପୁର ଓ ଥାପର ଏବେ ଜେଲରୁ ବାହାରି ପାରିବେ ନାହିଁ। କାରଣ ସେମାନଙ୍କ ନାଁରେ ଅନ୍ୟ କିଛି ମାମଲା ରହିଛି।

Advertisment

ଜମି ବିକାରେ ହୋଇଥିବା ଦୁର୍ନୀତି ଘଟଣାରେ ରୁଜୁ ମାମଲାରେ କପୁରଙ୍କୁ ଜାମିନ ମିଳିଛି। ରାଣା କପୁରଙ୍କ ପତ୍ନୀ ବିନ୍ଦୁଙ୍କ ନାଁରେ ଥିବା କମ୍ପାନୀକୁ ଦିଲ୍ଲୀର ଗୋଟିଏ ଜମି ବିକ୍ରି କରାଯାଇଥିଲା। ଏଥିରେ ହେରଫେର ହୋଇଥିବା ଅଭିଯୋଗ ମିଳିବା ପରେ ସିବିଆଇ ସ୍ୱତନ୍ତ୍ର ଭାବେ ମାମଲା ରୁଜୁ କରିଥିଲା। ଏହପାରେ ଇଡି ରାଣା କପୁର, ବିନ୍ଦୁ କପୁର, ଗୌତମ ଥାପର, ଓ ଅନ୍ୟ ୭ ଜଣଙ୍କ ନାଁରେ ମନି ଲଣ୍ଡରିଂ ମାମଲା କରିଥିଲା।

Money Laundering Bankfraud Fraud