Advertisment

ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେଲେ ଯୋଗୀ, କାଲି ନେବେ ଶପଥ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ନବନିର୍ବାଚିତ ବିଜେପି ବିଧାୟକମାନେ ଯୋଗୀ ଆଦିତ୍ୟନାଥଙ୍କୁ ନେତା ଭାବେ ଚୟନ କରିଛନ୍ତି। ସେ ବିଧାୟକ ଦଳ ନେତା ଭାବେ ଆଜି ନିର୍ବାଚିତ ହେବାରୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଆଜି ଏନେଇ ସେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ବିଧିବଦ୍ଧ ଦାବି ଜଣାଇବେ। ଏହାପରେ ଅର୍ଥାତ ଆସନ୍ତାକାଲି ଅପରାହ୍ନ ୪ଟାରେ ଯୋଗୀ କ୍ରମାଗତ ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଆଜି ଲକ୍ଷ୍ନୌରେ ବିଜେପି ବିଧାୟକ ଦଳ […]

author-image
Hemant Lenka
ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେଲେ ଯୋଗୀ, କାଲି ନେବେ ଶପଥ

yogi1

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ନବନିର୍ବାଚିତ ବିଜେପି ବିଧାୟକମାନେ ଯୋଗୀ ଆଦିତ୍ୟନାଥଙ୍କୁ ନେତା ଭାବେ ଚୟନ କରିଛନ୍ତି। ସେ ବିଧାୟକ ଦଳ ନେତା ଭାବେ ଆଜି ନିର୍ବାଚିତ ହେବାରୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଆଜି ଏନେଇ ସେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ବିଧିବଦ୍ଧ ଦାବି ଜଣାଇବେ। ଏହାପରେ ଅର୍ଥାତ ଆସନ୍ତାକାଲି ଅପରାହ୍ନ ୪ଟାରେ ଯୋଗୀ କ୍ରମାଗତ ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

Advertisment

ଆଜି ଲକ୍ଷ୍ନୌରେ ବିଜେପି ବିଧାୟକ ଦଳ ବୈଠକ ବସିଥିଲା। ଏହାପୂର୍ବରୁ ବିଜେପିର ଉତ୍ତର ପ୍ରଦେଶ ମୁଖ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଓ ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବୀର ଦାସ ଉପସ୍ଥିତ ରହିଥିଲେ। ଏମାନଙ୍କ ବ୍ୟତୀତ ଯୋଗୀ, ଜାତୀୟ ଉପ ସଭାପତି ରାଧା ମୋହନ ସିଂହ, ଦୀନେଶ ଶର୍ମା, ଓ କେପି ମୋର୍ଯ୍ୟ ମଧ୍ୟ ବୈଠକରେ ଯୋଗଦେଇଥିଲେ।

ଯୋଗୀ ସରକାରରେ ୨ ଜଣ ଉପ ମୁଖ୍ୟମନ୍ତ୍ରୀ ପୂର୍ବଭଳି ରହିବେ ବୋଲି ଜଣାପଡ଼ିଛି। ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ବିଧାୟକଙ୍କୁ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି, ଉତ୍ତର ଶାସନ ପାଇଁ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସହଯୋଗ କରିଥିଲେ। ସେହିପରି କେନ୍ଦ୍ରୀୟ ଯୋଜନାଗୁଡ଼ିକ ଲୋକଙ୍କୁ ଲାଭାନ୍ୱିତ କରିଛି। ୫ ବର୍ଷ ଧରି ଆମେ କରିଥିବା କଠିନ ପରିଶ୍ରମ ଯୋଗୁ ରାଜ୍ୟରେ ଦୁଇ ତୃତୀୟାଂଶ ମତ ଆମ ସପକ୍ଷରେ ଯାଇଛି। ଜନତାଙ୍କ କୋର୍ଟରେ ଆମେ ନିଜକୁ ପ୍ରମାଣିତ କରିପାରିଛେ। ଆଗକୁ ମଧ୍ୟ ଲୋକଙ୍କ କାମ କରିବାକୁ ପଡ଼ିବ ବୋଲି ସେ ଉପସ୍ଥିତ ବିଜେପି ବିଧାୟକମାନଙ୍କୁ କହିଛନ୍ତି।

Advertisment

ଆସନ୍ତାକାଲି ଯୋଗୀଙ୍କ ଶପଥ ପାଠ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ଅନେକ ସେଲେବ୍ରିଟି ଓ ବିଶିଷ୍ଟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶର ୪୦୩ ବିଧାନସଭା ଆସନରୁ ବିଜେପି ମେଣ୍ଟ ୨୭୩ଟିରେ ଜିତିଥିବା ବେଳେ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ମେଣ୍ଟ ୧୨୫, କଂଗ୍ରେସ ୨, ବିଏସ୍‌ପି ୧ ଓ ଅନ୍ୟାନ୍ୟ ଦଳ ୨ଟି ଆସନ ଜିତିଥିଲେ।