Advertisment

ଆଜି ଶାହଙ୍କୁ ଭେଟିଲେ, କାଲି ମୋଦିଙ୍କୁ ଭେଟିବେ ଯୋଗୀ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଜେପି ରାଜନୀତିରେ ସବୁ କିଛି ଠିକ ଠାକ ଚାଲିନାହିଁ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନା ମୁକାବିଲା କରିବାରେ ବିଫଳ ହୋଇଥିବାରୁ ତାଙ୍କ ଛବି ମଳିନ ହୋଇପଡ଼ିଛି। ବିଜେପି ଭିତରୁ ବି ଯୋଗୀଙ୍କ ବିରୋଧରେ ସ୍ୱର ଉଠୁଛି। ଏସବୁ ଭିତରେ ଆସନ୍ତାବର୍ଷ ଗୁରୁତ୍ୱପୂର୍ଣ୍ଣ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ଦଳରେ ଚାଲିଥିବା କନ୍ଦଳକୁ ଦୂର କରିବାକୁ ବିଜେପି ନେତୃବୃନ୍ଦ ଲାଗି ପଡ଼ିଛନ୍ତି। ଖାସ ଏହି କାରଣ ପାଇଁ ଆଜି ମୁଖ୍ୟମନ୍ତ୍ରୀ […]

ଆଜି ଶାହଙ୍କୁ ଭେଟିଲେ, କାଲି ମୋଦିଙ୍କୁ ଭେଟିବେ ଯୋଗୀ

Yogi

Advertisment

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଜେପି ରାଜନୀତିରେ ସବୁ କିଛି ଠିକ ଠାକ ଚାଲିନାହିଁ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନା ମୁକାବିଲା କରିବାରେ ବିଫଳ ହୋଇଥିବାରୁ ତାଙ୍କ ଛବି ମଳିନ ହୋଇପଡ଼ିଛି। ବିଜେପି ଭିତରୁ ବି ଯୋଗୀଙ୍କ ବିରୋଧରେ ସ୍ୱର ଉଠୁଛି। ଏସବୁ ଭିତରେ ଆସନ୍ତାବର୍ଷ ଗୁରୁତ୍ୱପୂର୍ଣ୍ଣ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ହେବ।

Advertisment

ଏହା ପୂର୍ବରୁ ଦଳରେ ଚାଲିଥିବା କନ୍ଦଳକୁ ଦୂର କରିବାକୁ ବିଜେପି ନେତୃବୃନ୍ଦ ଲାଗି ପଡ଼ିଛନ୍ତି। ଖାସ ଏହି କାରଣ ପାଇଁ ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଆସିଛନ୍ତି।

ସେ ରାଜ୍ୟର ସ୍ଥିତି ଓ ବିଜେପିର ରଣନୀତି ସମ୍ପର୍କରେ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଜଣାଇବେ। ଗସ୍ତର ପ୍ରଥମ ଦିନରେ ଯୋଗୀ ଆଜି ଶାହଙ୍କ ବାସଭବନରେ ପହଞ୍ଚି ବୈଠକ କରିଛନ୍ତି। ଆସନ୍ତାକାଲି ସେ ମୋଦିଙ୍କୁ ଭେଟିବେ। ଯୋଗୀଙ୍କ କାର୍ଯ୍ୟ ଶୈଳୀକୁ ନେଇ ବିଜେପି ନେତୃବୃନ୍ଦ ଖୁସି ନଥିବା କୁହାଯାଉଛି।

Advertisment

ଖାସ୍‌ ଏହି କାରଣ ପାଇଁ ଯୋଗୀଙ୍କ ଜୁନ୍‌ ୫ ତାରିଖ ଜନ୍ମଦିନରେ ମୋଦି, ଶାହ କିମ୍ବା ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଭଳି ନେତାମାନେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଘଟଣାକୁ ନେଇ ରାଜନୀତିକ ପଣ୍ଡିତମାନେ ଭିନ୍ନଭିନ୍ନ ଆକଳନ କରୁଥିବା ବେଳେ ବିଜେପି କିନ୍ତୁ ଦଳୀୟ କନ୍ଦଳକୁ ଲୁଚାଇ ରଖିବାକୁ ଭରପୂର ଚେଷ୍ଟା କରିଛି।

ଗତକାଲି ଉତ୍ତର ପ୍ରଦେଶର ବ୍ରାହ୍ମଣ ଚେହେରା ତଥା ବରିଷ୍ଠ କଂଗ୍ରେସ ନେତା ଜିତିନ ପ୍ରସାଦ ବିଜେପିରେ ମିଶିଥିଲେ। ବ୍ରାହ୍ମଣ ସମାଜର ଲୋକ ଯୋଗୀଙ୍କ ଉପରେ ସନ୍ତୁଷ୍ଟ ନଥିବାରୁ ବିଜେପି ଜିତିନଙ୍କୁ ଟ୍ରମ୍ପ କାର୍ଡ ଭାବେ ବ୍ୟବହାର କରିବ ବୋଲି କୁହାଯାଉଛି। ଏହି କାରଣରୁ ଯୋଗୀଙ୍କୁ ଦିଲ୍ଲୀ ଆସିବାକୁ କୁହାଯାଇଥିବା ଜଣାପଡ଼ିଛି।

ସେହିପରି ଆପନା ଦଳର ସାଂସଦ ଅନୁପ୍ରିୟା ପଟେଲ ମଧ୍ୟ ଆଜି ଅମିତ ଶାହଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଉତ୍ତର ପ୍ରଦେଶରେ ବିଜେପି କେମିତି କ୍ଷମତା ବଜାୟୀ ରଖିବ, ସେଥିପାଇଁ ସବୁ ପ୍ରକାରର ଚେଷ୍ଟା ଏବେଠାରୁ ଆରମ୍ଭ କରିଦେଇଥିବା କୁହାଯାଉଛି। ଦିଲ୍ଲୀ ଆସିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ବୁଧବାର ବିଳମ୍ବିତ ରାତିରେ ଉତ୍ତର ପ୍ରଦେଶ ବିଜେପି ମୁଖ୍ୟ ସ୍ୱତନ୍ତ୍ର ଦେବ ସିଂହ ଓ ରାଜ୍ୟ ମହାସଚିବ ଇନ ଚାର୍ଜ ସୁନୀଲ ବଂଶଲଙ୍କ ସହ ବୈଠକ କରିଥିଲେ।

ଏହି ବୈଠକ ଏତେ ଗୁରୁତ୍ୱପୂର୍ଣ୍ଣ ଥିଲା ଯେ ହେଲିକପ୍ଟରରେ ବଂଶଲ ଲକ୍ଷ୍ନୌରେ ପହଞ୍ଚିଥିଲେ। ତେଣୁ ବିଜେପି ମଧ୍ୟରେ ସବୁ କିଛି ଠିକଠାକ ଚାଲି ନଥିବା ଚର୍ଚ୍ଚା ହେଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe