Advertisment

ସଡ଼କ ଦୁର୍ଘଟଣାରେ ଯୋଗୀଙ୍କ ଓଏସ୍‌ଡିଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

ବସ୍ତି: ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସ୍ପେଶାଲ ଡ୍ୟୁଟି ଅଫିସର(ଓଏସ୍‌ଡି) ମୋତିଲାଲ ସିଂହ। ଏଥିରେ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇଛନ୍ତି। ଆଜି ଉଭୟ ପତିପତ୍ନୀ କାରରେ ଯାଉଥିବା ବେଳେ ବସ୍ତି ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଆଜି ସକାଳେ ମୋତିଲାଲ ସିଂହ ଓ ତାଙ୍କ ପତ୍ନୀ ଗୋଟିଏ କାର ଯୋଗେ ଜାତୀୟ ରାଜପଥ ୨୮ରେ ଯାଉଥିଲେ। ତେବେ ବସ୍ତି ନିକଟରେ ତାଙ୍କ କାର ଭାରସାମ୍ୟ ହରାଇ ରାସ୍ତା କଡ଼ରେ […]

ସଡ଼କ ଦୁର୍ଘଟଣାରେ ଯୋଗୀଙ୍କ ଓଏସ୍‌ଡିଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

Yogi

Advertisment

ବସ୍ତି: ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସ୍ପେଶାଲ ଡ୍ୟୁଟି ଅଫିସର(ଓଏସ୍‌ଡି) ମୋତିଲାଲ ସିଂହ। ଏଥିରେ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇଛନ୍ତି। ଆଜି ଉଭୟ ପତିପତ୍ନୀ କାରରେ ଯାଉଥିବା ବେଳେ ବସ୍ତି ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

Advertisment

ଆଜି ସକାଳେ ମୋତିଲାଲ ସିଂହ ଓ ତାଙ୍କ ପତ୍ନୀ ଗୋଟିଏ କାର ଯୋଗେ ଜାତୀୟ ରାଜପଥ ୨୮ରେ ଯାଉଥିଲେ। ତେବେ ବସ୍ତି ନିକଟରେ ତାଙ୍କ କାର ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗୋଟିଏ ଗଛରେ ପିଟି ହୋଇଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ହିଁ ମୋତିଲାଲ ସିଂହଙ୍କ ମୃତ୍ୟୁ ଘଟିଥିଲା। ସେହିପରି କାର ମଧ୍ୟ ପୂରା ଚୂରମାର ହୋଇଯାଇଥିଲା।

ପୁଲିସ୍ ତୁରନ୍ତ ଘଟଣସ୍ଥଳରେ ପହଞ୍ଚି ମୋତିଲାଲ ଓ ତାଙ୍କ ପତ୍ନୀଙ୍କୁ ହସ୍ପିଟାଲ ନେଇଥିଲେ। ହେଲେ ଡାକ୍ତର ମୋତିଲାଲଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଗୁରୁତର ଆହତ ହୋଇଥିବା ତାଙ୍କ ପତ୍ନୀ ଏବେ ଗୋରଖପୁର ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି। ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଶୋକ ପ୍ରକାଶ କରିଥିବା ସିଏମଓ ଅଫିସ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି।

Advertisment


ଯୋଗୀ ଆଦିତ୍ୟନାଥଙ୍କ ଗୋରଖପୁର କ୍ୟାମ୍ପ ଅଫିସର ଓଏସ୍‌ଡି ନିଯୁକ୍ତ ପାଇବା ପୂର୍ବରୁ ମୋତିଲାଲ ସିଂହ ଗୋରଖପୁର ନଗର ନିଗର ଉପାଧ୍ୟକ୍ଷ ଥିଲେ। ସେ ଅବସର ନେବା ପରେ ଗୋରଖପୁର ମନ୍ଦିର ପାଇଁ କାମ କରିଥିଲେ। ଏହି ସମୟରେ ଯୋଗୀ ଆଦିତ୍ୟନାଥ ତାଙ୍କୁ ଗୋରଖପୁର ସ୍ଥିତି ମୁଖ୍ୟମନ୍ତ୍ରୀ ଅଫିସର ଓଏସ୍‌ଡି ଭାବେ ନିଯୁକ୍ତି ଦେଇଥିଲେ। ସେ ଗୋରଖପୁର ମନ୍ଦିରରେ ଲୋକଙ୍କ ସମସ୍ୟା ବୁଝି ଏହାର ସମାଧାନ କରିବା ହିଁ ତାଙ୍କର ମୁଖ୍ୟ କାମ ଥିଲା। କିଛି ଦିନ ତଳେ ହିଁ ମୋତିଲାଲଙ୍କ କାର୍ଯ୍ୟାକାଳ ବୃଦ୍ଧି କରାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe