Advertisment

ୟୁକ୍ରେନ୍‌ର ନବନିର୍ମାଣ ହେବ, ସବୁ ଟଙ୍କା ରୁଷ ଦେବ: ଜେଲେନସ୍କି

ନୂଆଦିଲ୍ଲୀ: ଯୁଦ୍ଧ ପରେ ପୁଣି ଥରେ ୟୁକ୍ରେନ୍‌ର ନବନିର୍ମାଣ ହେବ। ଯୁଦ୍ଧରେ ନଷ୍ଠ ହୋଇଥିବା ବିଭିନ୍ନ ପ୍ରତିଷ୍ଠାନ ଓ ସଂସ୍ଥା ଗୁଡ଼ିକୁ ପୁଣିଥରେ ଗଢ଼ାଯିବ। ଏଥିପାଇଁ ରୁଷ ସବୁ ଅର୍ଥ ଦେବ ବୋଲି ୟୁକ୍ରେନର ରଷ୍ଟ୍ରପତି ଭୋଲଦିମିର୍‌ ଜେଲେନସ୍କି କହିଛନ୍ତି। ଯୁଦ୍ଧ ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସେ ଦାୟୀ କରିଛନ୍ତି। ତେଣୁ ସିଏ ହିଁ କ୍ଷତିପୂରଣ ଦେବେ ବୋଲି ଜେଲେନସ୍କି କହିଛନ୍ତି। ସେ ଆହୁରୀ କହିଛନ୍ତି ଯେ,  ୟୁକ୍ରେନ୍‌ରେ ଯାହା ସବୁ କ୍ଷୟକ୍ଷତି ଘଟିଛି […]

ଅଦ୍ୟତନ ହୋଇଛି
ବଡ଼ ଦାବି କଲା ୟୁକ୍ରେନ୍, ଯୁଦ୍ଧରେ ମରିଛନ୍ତି ୪୫୦୦ ରୁଷ୍ ସେନା

ukraine

Advertisment

ନୂଆଦିଲ୍ଲୀ: ଯୁଦ୍ଧ ପରେ ପୁଣି ଥରେ ୟୁକ୍ରେନ୍‌ର ନବନିର୍ମାଣ ହେବ। ଯୁଦ୍ଧରେ ନଷ୍ଠ ହୋଇଥିବା ବିଭିନ୍ନ ପ୍ରତିଷ୍ଠାନ ଓ ସଂସ୍ଥା ଗୁଡ଼ିକୁ ପୁଣିଥରେ ଗଢ଼ାଯିବ। ଏଥିପାଇଁ ରୁଷ ସବୁ ଅର୍ଥ ଦେବ ବୋଲି ୟୁକ୍ରେନର ରଷ୍ଟ୍ରପତି ଭୋଲଦିମିର୍‌ ଜେଲେନସ୍କି କହିଛନ୍ତି। ଯୁଦ୍ଧ ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସେ ଦାୟୀ କରିଛନ୍ତି। ତେଣୁ ସିଏ ହିଁ କ୍ଷତିପୂରଣ ଦେବେ ବୋଲି ଜେଲେନସ୍କି କହିଛନ୍ତି। ସେ ଆହୁରୀ କହିଛନ୍ତି ଯେ,  ୟୁକ୍ରେନ୍‌ରେ ଯାହା ସବୁ କ୍ଷୟକ୍ଷତି ଘଟିଛି ଏହାର ଭରଣା ରୁଷ କରିବା ଉଚିତ। ଆମେ ଦୁଇ ଦୁଇଟି ବିଶ୍ୱଯୁଦ୍ଧକୁ ସାମ୍ନା କରି ସେଥିରୁ ବର୍ତ୍ତିଛୁ। ୩ଟି ଭୟଙ୍କର ଦୁର୍ଭିକ୍ଷକୁ ମଧ୍ୟ ମୁକାବିଲା କରିଛୁ। ପ୍ରାକୃତିକ ବିପର୍ଯ୍ୟୟକୁ ମଧ୍ୟ ଭେଟିଛୁ।  କ୍ରିମିଆ ଅକ୍ତିଆର ଏବଂ ପୂର୍ବପଟରେ ଯୁଦ୍ଧର ବିଭୀଷିକା ଏମିତି କେତେ କଣ ବିପର୍ଯ୍ୟକୁ ସାମ୍ନା କରିଛୁ। ଅନେକ ସମୟର ରୁଷ ଆମକୁ ନଷ୍ଠ କରିବା ପାଇଁ  ଉଦ୍ୟମ କରିଛି। କିନ୍ତୁ ସେମାନଙ୍କ ଲକ୍ଷ୍ୟ ପୂରଣ ହୋଇପାରିନି। ଆମେ ସବୁ ପ୍ରକାର ବିପତ୍ତିକୁ ସାମ୍ନା କରିଛୁ । ହେଲେ ହାରମାନିନୁ। ଯଦି ଏତେ ପରେ କେହି ଜଣେ ଭାବୁଥାଏ ୟକ୍ରେନ ଲୋକେ ଡରିଯିବେ, ଭାଙ୍ଗିଯିବେ କିମ୍ବା ଆତ୍ମ ସମର୍ପଣ କରିବେ ତେବେ ସେମାନେ ଭୁଲ ଭାବୁଛନ୍ତି ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ଦମ୍ଭର ସହ କହିଛନ୍ତି।

Advertisment

ୟୁକ୍ରେନ୍‌ ବିଷୟରେ ପୁଟିନ୍‌ କିଛି ଜାଣନ୍ତି ନାହିଁ ବୋଲି ସେ କହିଛନ୍ତି।  ସୂଚନା ଅନୁଯାୟୀ, ଫେବୃଆରୀ ୨୪ରେ ରୁଷ ୟୁକ୍ରେନ୍‌ ଉପରେ  ସ୍ୱତନ୍ତ୍ର ସାମରିକ ଅଭିଯାନ ଆରମ୍ଭ କରିଥିଲା। ଗତ ସପ୍ତାହେ ମଧ୍ୟରେ ରୁଷ ଆକ୍ରମଣକୁ ତୀବ୍ର କରିବା ପରେ ୟୁକ୍ରେନ୍‌ର ବହୁ ଅଞ୍ଚଳ ଧ୍ୱଂସ୍ତ ବିଧ୍ୱସ୍ତ ହଥଇଗଲାଣି। ଏହି ଯୁଦ୍ଧ ବିଭୀଷିକାରେ ୟୁକ୍ରେନର ପ୍ରାୟ ୨୦୦୦ ସାଧାରଣ ଲୋକ ପ୍ରାଶ ହରାଇଲେଣି।  ୪୯୮ ଜଣ ରୁଷ ସୈନ୍ୟ ନିହତ ହୋଇଛନ୍ତି। ଜାତିସଂଘର ଆକଳନ ଅନୁଯାୟୀ,  ପ୍ରାୟ ୧ ଲକ୍ଷ ୬୦ ହଜାର ଲୋକ ୟୁକ୍ରେନ୍‌ ଛାଡ଼ିଛନ୍ତି।

ସେମାନେ ପଡ଼ୋଶୀ ଦେଶମାନଙ୍କରେ ଶରଣାର୍ଥୀ ଭାବେ ଆଶ୍ରୟ ନେଇଛନ୍ତି। ଏହାରି଼ ଭିତରେ ଗତକାଲି ରାତିରେ ଖାରକିଭରେ ରୁଷ କରିଥିବା ବୋମା ବର୍ଷଣରେ ୨ ଜଣ ଶିଶୁଙ୍କ ସମେତ ୮ ଜଣ ପ୍ରାଣ ହରାଇଛନ୍ତି। ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ରାତି ପାହିବା ପରେ ରୁଷ ସେନା ଆକ୍ରମଣକୁ ଆହୁରି ଜୋରଦାର କରିଛନ୍ତି। ଏବେ ଖାରକିଭ୍‌ରେ କେବଳ ଆତଙ୍କ ହିଁ ଦେଖିବାକୁ ମିଳିଛି। ଏଠାରେ ରହୁଥିବା କିଛି ଲୋକ ସହର ଛାଡ଼ିଥିବା ବେଳେ ଅନ୍ୟମାନେ ବଙ୍କର ମଧ୍ୟରେ ଲୁଚି ରହିଛନ୍ତି।

Advertisment
Russia-Ukraine War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe