VISA ଜାଲିଆତି ମାମଲାରେ ଆମେରିକାରେ ଗିରଫ ହେଲେ ଓଡ଼ିଆ CEO !

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଆମେରିକାରେ ଥିବା ୨ଟି ଆଇଟି କମ୍ପାନୀର CEO ଥିବା ଜଣେ ଭାରତୀୟ ନାଗରିକ ଭିସା ଜାଲିଆତି ମାମଲାରେ ଗିରଫ ହୋଇଛନ୍ତି। ସେ ପ୍ରାୟ ୨୦୦ ଜଣ କର୍ମଚାରୀଙ୍କ ପାଇଁ H-1B VISA ପ୍ରସ୍ତୁତି ଲାଗି ଜାଲ୍ କାଗଜପତ୍ର ଦାଖଲ କରିଥିବା ଅଭିଯୋଗ କରିଛି US ପୁଲିସ୍‌। ଗିରଫ ଭାରତୀୟ ଜଣକ ହେଉଛନ୍ତି ୪୯ ବର୍ଷୀୟ ପ୍ରଦ୍ୟୁମ୍ନ କୁମାର ସାମଲ। ସେ ବିଦେଶରୁ ଫେରୁଥିବା ବେଳେ ଆଜି ସିଏଟଲ୍‌ ବିମାନ ବନ୍ଦରରେ ତାଙ୍କୁ ଗିରଫ […]

b7

Mihir Pattnayak
  • Published: Saturday, 01 September 2018
  • , Updated: 01 September 2018, 04:20 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଆମେରିକାରେ ଥିବା ୨ଟି ଆଇଟି କମ୍ପାନୀର CEO ଥିବା ଜଣେ ଭାରତୀୟ ନାଗରିକ ଭିସା ଜାଲିଆତି ମାମଲାରେ ଗିରଫ ହୋଇଛନ୍ତି।

ସେ ପ୍ରାୟ ୨୦୦ ଜଣ କର୍ମଚାରୀଙ୍କ ପାଇଁ H-1B VISA ପ୍ରସ୍ତୁତି ଲାଗି ଜାଲ୍ କାଗଜପତ୍ର ଦାଖଲ କରିଥିବା ଅଭିଯୋଗ କରିଛି US ପୁଲିସ୍‌। ଗିରଫ ଭାରତୀୟ ଜଣକ ହେଉଛନ୍ତି ୪୯ ବର୍ଷୀୟ ପ୍ରଦ୍ୟୁମ୍ନ କୁମାର ସାମଲ। ସେ ବିଦେଶରୁ ଫେରୁଥିବା ବେଳେ ଆଜି ସିଏଟଲ୍‌ ବିମାନ ବନ୍ଦରରେ ତାଙ୍କୁ ଗିରଫ କରି ନେଇଛି US ପୁଲିସ୍‌।

ଚଳିତ ବର୍ଷ ଏପ୍ରିଲ ମାସରେ VISA ଜାଲିଆତି ମାମଲା ନେଇ ଆମେରିକା ପୁଲିସ୍‌ ଏକ ମାମଲା ରୁଜୁ କରିଥିଲା। ଯାହା ପରଠାରୁ ସାମଲ ଦେଶ ଛାଡ଼ି ଚାଲି ଯାଇଥିଲେ। ଗତ ସପ୍ତାହ ପର୍ଯ୍ୟନ୍ତ ସେ ଦେଶ ବାହାରେ ରହିବା ପରେ ଫେରୁଥିବା ବେଳେ ଦେଶର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀମାନେ ତାଙ୍କୁ ଗିରଫ କରିଛନ୍ତି।

୨୦୧୫ରେ ସାମଲ ସିଏଟଲ୍‌ ନିକଟବର୍ତ୍ତୀ ବେଲ୍‌ଭ୍ୟୁ ଅଞ୍ଚଳରେ 'Divensi' and 'Azimetry' ନାମକ ଦୁଇଟି କମ୍ପାନୀର CEO ଭାବେ କାର୍ଯ୍ୟ କରୁଥିଲେ। ସେଠାରେ କିଛି କ୍ଲାଏଣ୍ଟଙ୍କୁ ଜାଣିଶୁଣି ଜାଲ୍‌ କାଗଜପତ୍ର ଦାଖଲ କରି କାରବାର କରିବାକୁ ସେ ପ୍ରବର୍ତ୍ତାଇଥିଲେ ବୋଲି ଜଣାପଡ଼ିଛି।

Related story