ଭାରତର ମିରାଜ୍‌ ସାମ୍ନାରେ ତୁଚ୍ଛ ପାକିସ୍ତାନର F-16

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ। ଭାରତୀୟ ବାୟୁସେନାର ୧୨ଟି ଯୁଦ୍ଧ ବିମାନ ଆଜି ପାକିସ୍ତାନର ବାଲାକୋଟ ଅଞ୍ଚଳରେ ପ୍ରବେଶ କରି ‘ଜୈଶ-ଇ-ମହମ୍ମଦ’ ଶିବିର ଧ୍ୱଂସ କରି ଦେଇଛି। ଭୋର ସାଢ଼େ ତିନିଟାରୁ ଚାରିଟା ମଧ୍ୟରେ ହୋଇଥିବା ଏହି ଅପରେସନ୍‌ରେ କେତେ ଆତଙ୍କବାଦୀ ନିହତ ହୋଇଛନ୍ତି, ତାହା ସ୍ପଷ୍ଟ ଭାବେ ଜଣାପଡ଼ି ନ ଥିଲେ ବି ୩୦୦ରୁ ଅଧିକ ନିପାତ ହୋଇଥିବା କୁହାଯାଉଛି। ସେମାନଙ୍କ ମଧ୍ୟରେ ଅଛନ୍ତି, ଜୈଶର ଟପ୍ କମାଣ୍ଡର, ଜିହାଦୀ ଓ ତାଲିମ […]

2

Mihir Pattnayak
  • Published: Tuesday, 26 February 2019
  • , Updated: 26 February 2019, 06:10 PM IST

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ। ଭାରତୀୟ ବାୟୁସେନାର ୧୨ଟି ଯୁଦ୍ଧ ବିମାନ ଆଜି ପାକିସ୍ତାନର ବାଲାକୋଟ ଅଞ୍ଚଳରେ ପ୍ରବେଶ କରି ‘ଜୈଶ-ଇ-ମହମ୍ମଦ’ ଶିବିର ଧ୍ୱଂସ କରି ଦେଇଛି। ଭୋର ସାଢ଼େ ତିନିଟାରୁ ଚାରିଟା ମଧ୍ୟରେ ହୋଇଥିବା ଏହି ଅପରେସନ୍‌ରେ କେତେ ଆତଙ୍କବାଦୀ ନିହତ ହୋଇଛନ୍ତି, ତାହା ସ୍ପଷ୍ଟ ଭାବେ ଜଣାପଡ଼ି ନ ଥିଲେ ବି ୩୦୦ରୁ ଅଧିକ ନିପାତ ହୋଇଥିବା କୁହାଯାଉଛି। ସେମାନଙ୍କ ମଧ୍ୟରେ ଅଛନ୍ତି, ଜୈଶର ଟପ୍ କମାଣ୍ଡର, ଜିହାଦୀ ଓ ତାଲିମ ନେଉଥିବା ଆତଙ୍କବାଦୀ।

ଏହି ଅପରେସନ୍‌ରେ ଭାରତୀୟ ବୟୁସେନା ‘ମିରାଜ୍‌ ୨୦୦୦’ ଯୁଦ୍ଧ ବିମାନର ବ୍ୟବହାର କରିଥିଲା। ୧୨ଟି ମିରାଜ୍-୨୦୦୦ ବିମାନ ଏକ ହଜାର କେଜିର ବୋମା ଧରି ନିୟନ୍ତ୍ରଣ ରେଖା(ଏଲ୍‌ଓସି) ପାର ହୋଇ ପାକିସ୍ତାନ ଆକାଶରେ ରଚାଇଥିଲେ ଧ୍ୱଂସର ତାଣ୍ଡବ।

ଏହି ଆକ୍ରମଣ ପରେ ପାକିସ୍ତାନ ମୁହଁ ଫୁଟାଣି ଦେଖାଉଥିବା ବେଳେ ପାଖରେ ଥିବା F-16 ଯୁଦ୍ଧ ବିମାନର ଡରାଣ ଦେଖାଉଛି। କିନ୍ତୁ ଏହା ଭାରତୀୟ ଯୁଦ୍ଧ ବିମାନ ମିରାଜଠାରୁ ଏହା ଦୁର୍ବଳ। ଜାଣିଲେ ଖୁସି ହେବେ ଯେ, ଭାରତୀୟ ମିରେଜ-୨୦୦୦ ଘଣ୍ଟା ପ୍ରତି ୩୨୦୦ କିମି ଯାଇପାରିବାର କ୍ଷମତା ରଖୁଥିବା ବେଳେ ପାକିସ୍ତାନର F-16 କେବଳ ଘଣ୍ଟା ପ୍ରତି ୨୪୦୦ କିମି ଯାଇପାରିବ ।

ଫ୍ରାନ୍ସର ଡାସଲ୍ଟ ଏଭିଏସନ୍‌ର ଜ୍ଞାନ କୌଶଳରେ ହିନ୍ଦୁସ୍ଥାନ ଏରୋନୋଟକିସ୍‌ ଲିମିଟେଡ୍‌(ହାଲ୍) ନିର୍ମାଣ କରିଥିବା ଏହି ଯୁଦ୍ଧ ବିମାନ ହଜାର କିଲୋ ଓଜନର ବୋମା ଧରି ୧୨ଟି ଏୟାରକ୍ରାଫ୍ଟ ଧରି ପିଓକେରେ ପଶି ଧ୍ୱଂସଲୀଳା ରଚିଥିଲା।

ଭାରତ ପାଖରେ ସୁଖୋଇ SU-30MKI, MiG 29 ତେଜସ ଭଳି ଏୟାରକ୍ରାଫ୍ଟ ଥିବାବେଳେ ମିରେଜ-୨୦୦୦ ମାଧ୍ୟମରେ ବାୟୁସେନା ଏହି ଆକ୍ରମଣ କରି ସଫଳ ହୋଇଛି। ଅତର୍କିତ ସୀମାପାର ଆକ୍ରମଣ ପାଇଁ ବେଶ ଉପଯୋଗୀ ଥିବାରୁ ବାୟୁସେନା ଏହାକୁ ବ୍ୟବହାର କରିଛି। ଖୁବ୍ ନିର୍ଭରଯୋଗ୍ୟ ଓ ଉପଯୋଗୀ ଏୟାରକ୍ରାଫ୍ଟ ମିରେଜ-୨୦୦୦ ଭାରତୀୟ ବାୟୁସେନାରେ ୧୯୮୫ରେ ସାମିଲ ହୋଇଥିଲା। ସାମିଲ ପରେ ବାୟୁସେନା ପକ୍ଷରୁ ଏହାକୁ 'ବଜ୍ର' ନାମରେ ନାମିତ କରାଯାଇଥିଲା

ଫ୍ରାନ୍ସ କଂପାନୀ ଦାସଲଟ ଆଭିଏସନର ଏହି ଫାଇଟର ପ୍ଲେନ ୧୯୭୮ରେ ଉଡ଼ାଣ ଆରମ୍ଭ କରିଥିଲା ଓ ୧୯୭୮ରେ ଫ୍ରାନ୍ସ ବାୟୁସେନାରେ ଏହାକୁ ସାମିଲ କରାଯାଇଥିଲା। ୧୯୮୨ ମସିହାରେ ଭାରତ ସରକାର ୩୬ଟି ସିଙ୍ଗଲ ସିଟର ମିରେଜ, ୪ଟି ଦୁଇ ସିଟ୍ ଥିବା ମିରେଜ ପାଇଁ ଫ୍ରାନ୍ସ ସହ ଚୁକ୍ତି କରିଥିଲା। କିନ୍ତୁ ପାକିସ୍ତାନ ସରକାର ଆମେରିକାଠାରୁ F-16 କିଣିବା ପରେ ଏହାର ଜବାବ ଦେବାକୁ ଯାଇ ଭାରତ କିଣିଥିଲା ମିରେଜ-୨୦୦୦। ୧୯୯୯ ମସିହା କାରଗିଲ୍‌ ଯୁଦ୍ଧରେ ମିରେଜ ସକ୍ରିୟ ଭୂମିକା ଗ୍ରହଣ କରିଥିଲା। ୧୯୯୯ରେ ମିରେଜର ସଫଳତା ଦେଖି ୨୦୦୪ରେ ଆଉ କିଛି ମିରେଜ ଆଣିଥିଲା ଭାରତ। ଏହାପରେ ୨୦୧୧ରେ ଭାରତ ଆଣିଥିବା ମିରେଜ-୨୦୦୦କୁ ନବୀକୃତ ଓ ବିକସିତ କରି 2000-5MK କରିବା ଲାଗି ଭାରତ ସରକାର ଚୁକ୍ତି କରିଥିଲେ। ତେବେ ଆସନ୍ତୁ ଜାଣିବା ଭାରତ ପାଖରେ ଥିବା ମିରେଜ ଏୟାରକ୍ରାଫ୍ଟର ବିଶେଷତ୍ୱ ସମ୍ପର୍କରେ।

  •  ମିରେଜ-୨୦୦୦, ୨୦୩୦ ଯାଏ କାର୍ଯ୍ୟକ୍ଷମ ରହିବ।
  • ଏଥିରେ ବ୍ୟବହୃତ ଇଞ୍ଜିନ ହାଲୁକା, ଏହାର ଲମ୍ବ ୧୪.୩୬ ମିଟର ହୋଇଥିବା ବେଳେ ଓ୍ୱିଙ୍ଗସ୍ପାନର ଲମ୍ବ ୯୧.୩ ମିଟର।
  • ଏହାସହ ମିରେଜ ଘଣ୍ଟା ପ୍ରତି ୨୩୩୬ କିଲୋମିଟର ବେଗରେ ଗତି କରିପାରେ ଏବଂ ବୋମା ଧରି ୧୫୫୦ କିଲୋମିଟର ଯାଏଁ ଯାଇପାରେ।
  • ବଡ଼ କଥା ହେଉଛି ମିରେଜ-୨୦୦୦ ଭୂପୃଷ୍ଠରୁ ୧୭ କିଲୋମିଟର ଉପରେ ଉଡ଼ିପାରିବ।
  • ଅତ୍ୟାଧୁନିକ ନାଭିଗେସନ୍‌ ସିଷ୍ଟମ୍‌ ସହିତ ନିଜକୁ ନିୟନ୍ତ୍ରଣ କରିବାର କ୍ଷମତା ରହିଥିବାରୁ ମିରେଜ-୨୦୦୦ ସୀମା ପାର ଆକ୍ରମଣ ପାଇଁ ବେଶ୍ ଉପଯୋଗୀ।
  • ଆହୁରି ମଧ୍ୟ ଏଥିରେ ଲେଜର ନିୟନ୍ତ୍ରୀତ ବୋମା ପରିବହନ କ୍ଷମତା ରଖିଛି। ଏହାସହ ଏୟାର-ଟୁ-ଏୟାର ଓ ଏୟାର-ଟୁ-ସରଫେସ୍ ମିଶାଇଲ ପରିବହନ କରିବାର କ୍ଷମତା ରହିଛି।
  • ମିରେଜ-୨୦୦୦ରେ ରାଡାର ଡୋପଲର୍‌ ମଲ୍ଟି ଟାର୍ଗେଟ କ୍ଷମତା ରହିଥିବାରୁ ବାୟୁସେନା ପାଇଁ ଏହା ଅତ୍ୟନ୍ତ ଉପଯୋଗୀ।
  • ଭାରତ ବ୍ୟତୀତ ଫ୍ରାନ୍ସ, ଇସ୍ରାଏଲ, ୟୁଏଇ, ପେରୁ, ତାଇଓ୍ୱାନ, ଗ୍ରୀସ ଓ ବ୍ରାଜିଲ ଏହି ଏୟାରକ୍ରାଫ୍ଟ ବ୍ୟବହାର କରୁଛନ୍ତି।

ପାକିସ୍ତାନର ଯୁଦ୍ଧାସ୍ତ୍ର F-16

  • ପାକିସ୍ତାନ ପାଖରେ ଥିବା F-16 ଯୁଦ୍ଧ ବିମାନର ଏକ ବିଶେଷ ଗୁଣ ହେଉଛି ଏଥିରେ ଇନ୍‌ବିଲ୍ଟ ଆଲାରାମ୍‌ ସିଷ୍ଟମ୍‌ ରହିଛି। ଯାହା ଶତ୍ରୁର ଗତିବିଧିକୁ ଲକ୍ଷ୍ୟ କରି ପୂର୍ବରୁ ଆଲର୍ଟ କରିଦେଇଥାଏ।
  • F-16 ଯୁଦ୍ଧ ବିମାନ ଅଧିକରୁ ଅଧିକ ଭାରତର ୩ଟି ଜେଟ୍ ଉପରେ ଆକ୍ରମଣ କରିବା ପାଇଁ ସମର୍ଥ। F-16 ଯୁଦ୍ଧ ବିମାନକୁ ଆମେରୀକା ଏୟାରଫୋର୍ସ ନିର୍ମାଣ କରିଛି। ଏହା ମଧ୍ୟ ମିରାଜ ପରି ମଲ୍ଟିରୋଲ୍‌ ଫାଇଟର୍‌ ଜେଟ୍ ଅଟେ।
  • F-16 ଯୁଦ୍ଧ ବିମାନ ଏକ ଇଞ୍ଜିନ୍‌ ଏୟାରକ୍ରାଫ୍ଟ ବିମାନ, ଯେଉଁଥିରେ ଇନ୍ଧନ ଭରିବାକୁ ପଡ଼ିଥାଏ।
  • ଏଥିରେ ୯ଟି ସ୍ୱତନ୍ତ୍ର କୋଠରି ରହିଛି, ଯେଉଁଥିରେ ଯନ୍ତ୍ରାଶଂ ରଖାଯାଇପାରିବ। ଏହି ବିମାନ ଏୟାର-ଟୁ-ଏୟାର ଓ ଏୟାର-ଟୁ-ସରଫେସ୍ ଯାଇ ଆକ୍ରମଣ କରିବାର କ୍ଷମତା ରଖେ।
  • ଏହି ବିମାନ ଘଣ୍ଟା ପ୍ରତି ୨୪୦୦ କିମି ଯାଇପାରିବ।

Related story