Advertisment

ଇତିହାସରେ ପ୍ରଥମ, ଏକ ଡଲାର @ ୭୪ ଟଙ୍କା

ନୂଆଦିଲ୍ଲୀ,(ଓଡ଼ିଶା ରିପୋର୍ଟର): ଭାରତୀୟଙ୍କୁ ଦେଖିବାକୁ ପଡିଛି ଆଜି ଆଉ ଏକ ମହଙ୍ଗା ଦିବସ। ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ଆଜି ସର୍ବକାଳୀନ ରେକର୍ଡ ଭଙ୍ଗ କରିଛି। ଇତିହାସରେ ପ୍ରଥମ ଥର ପାଇଁ ଡଲାର ତୁଳନାରେ ଟଙ୍କା ୭୪ ସ୍ତର ଛୁଇଁଛି। ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କର ଦ୍ୱିମାସିକ ମୁଦ୍ରା ନୀତି ସମୀକ୍ଷା ବୈଠକରେ ରେପୋ ରେଟ ପରିବର୍ତ୍ତନ କରାଯାଇ ନ ଥିବା ବେଳେ ବଜାର ପ୍ରଭାବରେ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୭୪ […]

ଇତିହାସରେ ପ୍ରଥମ, ଏକ ଡଲାର @ ୭୪ ଟଙ୍କା

Rupeee-dollar-1

Advertisment

ନୂଆଦିଲ୍ଲୀ,(ଓଡ଼ିଶା ରିପୋର୍ଟର): ଭାରତୀୟଙ୍କୁ ଦେଖିବାକୁ ପଡିଛି ଆଜି ଆଉ ଏକ ମହଙ୍ଗା ଦିବସ। ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ଆଜି ସର୍ବକାଳୀନ ରେକର୍ଡ ଭଙ୍ଗ କରିଛି। ଇତିହାସରେ ପ୍ରଥମ ଥର ପାଇଁ ଡଲାର ତୁଳନାରେ ଟଙ୍କା ୭୪ ସ୍ତର ଛୁଇଁଛି। ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କର ଦ୍ୱିମାସିକ ମୁଦ୍ରା ନୀତି ସମୀକ୍ଷା ବୈଠକରେ ରେପୋ ରେଟ ପରିବର୍ତ୍ତନ କରାଯାଇ ନ ଥିବା ବେଳେ ବଜାର ପ୍ରଭାବରେ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୭୪ ଟଙ୍କା ସ୍ତର ଛୁଇଁଲାଣି। ଅର୍ଥାତ ଭାରତୀୟଙ୍କୁ ଏବେ ଏକ ଡଲାର ପାଇଁ ୭୪ ଟଙ୍କା ଦେବାକୁ ପଡ଼ିବ।

Advertisment

ଅନ୍ୟ ଏକ ଦିଗରୁ ତର୍ଜମା କଲେ ଦିନକ ପୂର୍ବରୁ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିଥିବାରୁ ଆଜି ସକାଳୁ ସାରା ଦେଶରେ ଉଭୟର ଦର ପ୍ରାୟ ୨ଟଙ୍କା ୫୦ ପଇସା କମିଛି। କିନ୍ତୁ ଯଦି ଡଲାର ତୁଳନାରେ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ହ୍ରାସ ହୁଏ ତେବେ ଆମକୁ ଅଶୋଧିତ ତୈଳ ପାଇଁ ଅଧିକ ମୂଲ୍ୟ ଗଣିବାକୁ ପଡ଼ିବ। ଫଳରେ ଖୁଚୁରା ବଜାରରେ ତୈଳଦର ବୃଦ୍ଧି ଘଟିବା ଏକ ପ୍ରକାରର ସୁନିଶ୍ଚିତ ବୋଲି ବଜାର ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

ଖାଲି ସେତିକି ନୁହେଁ, ଏହାକୁ ଆହୁରି ତୀବ୍ର କରିବ ଭାରତୀୟଙ୍କ ତୈଳ ଚାହିଦା। ଆମେ ଦୈନିକ ଯେତେ ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର କରୁଛେ ତା'ର ପ୍ରାୟ ୮୦% ବିଦେଶରୁ ଆମଦାନୀ ହେଉଛି। ସେହିପରି ପେଟ୍ରୋଲ ଡିଜେଲ ସାଧାରଣ ଜନଜୀବନ ସହିତ ଅତି ନିବିଡ଼ ଭାବେ ଜଡ଼ିତ ଥିବାରୁ ଦର ଦର ବଢ଼ିଲେ ସମସ୍ତଙ୍କୁ ମହଙ୍ଗା ବଜାରର ମାଡ଼ ଖାଇବାକୁ ପଡ଼ିବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe