Advertisment

ଲଦାଖରୁ ଚାଇନାକୁ ମୋଦିଙ୍କ ଚେତାବନୀ: ବିସ୍ତାରବାଦର ଯୁଗ ଖତମ

ଲଦାଖ: ଅଚାନକ ଲଦାଖର ଫରୱାର୍ଡ ପୋଷ୍ଟରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସେଇଠାରୁ ଚାଇନାକୁ କଡ଼ା ଚେନାବନୀ ଦେଇଛନ୍ତି। ପୂର୍ବ ଲଦାଖର ଗଲୱାନ ଉପତ୍ୟକା ସଂଘର୍ଷ ପରେ ପ୍ରଥମଥର ପାଇଁ ମୋଦି ଯବାନଙ୍କ ପାଖରେ ପହଞ୍ଚି ସେମାନଙ୍କ ମନୋବଳ ବୃଦ୍ଧି କରିଛନ୍ତି। ଏଥିସହ ଚାଇନାର ବିସ୍ତାରବାଦ ନୀତିକୁ ସେ କଡ଼ା ସମାଲୋଚନା କରିଛନ୍ତି। ଭାରତୀୟ ଯବାନଙ୍କ ସାହସ ଓ ବନ୍ଧୁତା ଶତ୍ରୁମାନେ ଦେଖିଛନ୍ତି। ସେ ଯବାନଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ମୋଦି କହିଛନ୍ତି, ବିଗତ ବର୍ଷ […]

ଅଦ୍ୟତନ ହୋଇଛି
ଲଦାଖରୁ ଚାଇନାକୁ ମୋଦିଙ୍କ ଚେତାବନୀ: ବିସ୍ତାରବାଦର ଯୁଗ ଖତମ

d

Advertisment

ଲଦାଖ: ଅଚାନକ ଲଦାଖର ଫରୱାର୍ଡ ପୋଷ୍ଟରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସେଇଠାରୁ ଚାଇନାକୁ କଡ଼ା ଚେନାବନୀ ଦେଇଛନ୍ତି। ପୂର୍ବ ଲଦାଖର ଗଲୱାନ ଉପତ୍ୟକା ସଂଘର୍ଷ ପରେ ପ୍ରଥମଥର ପାଇଁ ମୋଦି ଯବାନଙ୍କ ପାଖରେ ପହଞ୍ଚି ସେମାନଙ୍କ ମନୋବଳ ବୃଦ୍ଧି କରିଛନ୍ତି। ଏଥିସହ ଚାଇନାର ବିସ୍ତାରବାଦ ନୀତିକୁ ସେ କଡ଼ା ସମାଲୋଚନା କରିଛନ୍ତି। ଭାରତୀୟ ଯବାନଙ୍କ ସାହସ ଓ ବନ୍ଧୁତା ଶତ୍ରୁମାନେ ଦେଖିଛନ୍ତି।

Advertisment

ସେ ଯବାନଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ମୋଦି କହିଛନ୍ତି, ବିଗତ ବର୍ଷ ଗୁଡ଼ିକରେ ବିସ୍ତାରବାଦୀ ନୀତି ହିଁ ମାନବଜାତିର ସବୁ ଠାରୁ ଅଧିକ କ୍ଷତି କରିଛି। ମାନବ ଜାତିର ବିନାଶ ପାଇଁ ବିସ୍ତାରବାଦୀ ନୀତି ହିଁ ଦାୟୀ। ବିସ୍ତାରବାଦୀ ନୀତିକୁ ଯିଏ ବି ଆପଣାଇବାକୁ ଚେଷ୍ଟା କରିଛି, ସେ ସର୍ବଦା ବିଶ୍ୱର ଶାନ୍ତି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ପୂରା ବିଶ୍ୱ ବିସ୍ତାରବାଦ ନୀତି ବିରୋଧରେ ସ୍ୱର ଉଠାଉଛି। ଏବେ ବିଶ୍ୱ ବିକାଶବାଦୀ ଉପରେ ଗୁରୁତ୍ୱ ଦେଉଛି।

ଆଜି ବିକାଶର ସମସ୍ତ ନୀତିନିୟମକୁ ସମସ୍ତେ ସ୍ୱାଗତ କରୁଛନ୍ତି। ଯେତେବେଳେ ବି ମୁଁ ରାଷ୍ଟ୍ରୀୟ ସୁରକ୍ଷା ଉପରେ ବିଚାର କରେ ସେତେବେଳେ ଦୁଇ ଜଣ ମାତାଙ୍କୁ ସ୍ମରଣ କରିଥାଏ। ପ୍ରଥମେ ଭାରତ ମାତା ଓ ଦ୍ୱିତୀୟରେ ବୀରଙ୍କ ମାତା। ଯେଉଁମାନେ ଆପଣମାନଙ୍କ ଭଳି ବୀର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି ବୋଲି ମୋଦି କହିଛନ୍ତି।

Advertisment

ଲଦାଖର ନିମୁ କ୍ୟାମ୍ପରେ ପ୍ରଧାନମନ୍ତ୍ରୀ ମୋଦି ବୀର ଯବାନଙ୍କୁ ପ୍ରଶଂସା କରି କହିଛନ୍ତି, ଆପଣମାନେ ଯେଉଁ ସାହସ ଦେଖାଇଛନ୍ତି, ତାହା ପ୍ରଶଂସାଯୋଗ୍ୟ। ଗଲୱାନ ଘାଟିରେ ସହିଦ ବୀର ଯବାନଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଜଣାଉଛି। ସେମାନେ ବୀରତାର ପରିଚୟ ଦେଖାଇଛନ୍ତି। ଆଜି ପ୍ରତି ଦେଶବାସୀଙ୍କ ମୁଣ୍ଡ ଆପଣଙ୍କ ପାଖରେ ନତମସ୍ତକ।

ଆପଣଙ୍କ ବୀରତା ପାଇଁ ଆଜି ପ୍ରତି ଭାରତୀୟଙ୍କ ଛାତି ଫୁଲିଉଠୁଛି। ଏହି ମାଟି, ପାଣି, ପଥର ଭାରତୀୟ ଯବାନଙ୍କ ପରାକ୍ରମର ସାକ୍ଷୀ। ସାରା ଦୁନିଆ ଆଜି ଭାରତୀୟ ଯବାନଙ୍କ ପରାକ୍ରମ ଦେଖିଲା। ଗଲୱାନ ଆମର। ଲଦାଖର ଏ ପୂରା ଅଞ୍ଚଳ ଭାରତର ମସ୍ତକ। ଏ ମାଟି ବୀରମାନଙ୍କ ପାଇଁ, ଏହାର ସୁରକ୍ଷା ଆମର ସଂକଳ୍ପ।

ଏ ମାଟିର ସୁରକ୍ଷା ନେଇ ଆପଣମାନେ କରିଥିବା ସଂକଳ୍ପକୁ ମୁଁ ଦେଖିପାରୁଛି। ବର୍ଷ ବର୍ଷ ଧରି ପ୍ରତି ଆକ୍ରମଣର ମୁହଁତୋଡ଼ ଜବାବ ଦିଆଯାଇଛି। ପ୍ରତି ଆକ୍ରମଣ ପରେ ଭାରତ ଅଧିକରୁ ଅଧିକ ସଶକ୍ତ ହେଉଛି। ଦୁର୍ବଳ ଓ କମଜୋର କେବେ ଶାନ୍ତି ଆପଣାଇ ପାରିବେ ନାହିଁ। ବୀରମାନେ ହିଁ ଶାନ୍ତି ପ୍ରତିଷ୍ଠା କରିପାରିବେ। ଭାରତ ଆଜି ଆଧୁନିକ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଛି।

ଠିକକୁ ଠିକ କହିବା ଏବଂ କରି ଦେଖାଇବା ହିଁ ସାହସ। ଆମେ ଏକ ସଶକ୍ତ ଓ ଆତ୍ମନିର୍ଭର ଭାରତ ନିଶ୍ଚିତ ତିଆରି କରିବା ପାଇଁ ସହାୟକ ହେବ। ଆତ୍ମନିର୍ଭର ଭାରତରର ସଂକଳ୍ପ ଆପଣମାନଙ୍କ ତ୍ୟାଗ, ବଳିଦାନ ଓ ବୀରତ୍ୱର କାରଣରୁ ଅଧିକ ମଜଭୂତ କରିବ। ଆପଣମାନଙ୍କ ସାହସ ଯୋଗୁ ପ୍ରତି ଭାରତୀୟ ଗର୍ବ କରୁଛନ୍ତି ବୋଲି ମୋଦି କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe