ରାଞ୍ଚି: ଇଣ୍ଡିଗୋ ଏୟାରଲାଇନ୍ସ କର୍ମଚାରୀ ଭୁଲିଗଲେ ମାନବିକତା । ଦିବ୍ୟାଙ୍ଗ ହୋଇଥିବାରୁ ଜଣେ ୧୩ ବର୍ଷୀୟ ନାବାଳକକୁ ବିମାନରେ ଯାତ୍ରା କରିବାକୁ ଦେଲେନି ସୁଯୋଗ । ଝାଡ଼ଖଣ୍ଡ ରାଞ୍ଚି ବିମାନ ବନ୍ଦରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣାର ଚିତ୍ର । ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଇଣ୍ଡିଗୋ ଏୟାରଲାଇନ୍ସ କର୍ମଚାରୀଙ୍କୁ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବାକୁ ପଡ଼ୁଛି। ଏପରିକି ଏହି ଭିଡିଓ ଦେଖି ଭବିଷ୍ୟତରେ କେବେ ବି ଇଣ୍ଡିଗୋ ଏୟାରଲାଇନ୍ସରେ ଯିବେ ନାହିଁ ବୋଲି ମନସ୍ଥ କରିଥିବା ବହୁ ଯାତ୍ରୀ ଟ୍ୱିଟ କରିଛନ୍ତି।
ସୂଚନାଯୋଗ୍ୟ, ଭିଡିଓରେ ଦେଖାଯାଇଛି ଓ୍ୱିଲ୍ ଚେୟାରରେ ଦିବ୍ୟାଙ୍ଗ ପିଲାଟି ନିଜ ମାତାପିତାଙ୍କ ସହ ବିମାନକୁ ଅପେକ୍ଷା କରିଥିଲେ। ହେଲେ ପିଲାଟିର ଅସ୍ୱାଭାବିକ ଆଚରଣ ଦେଖି ପିଲାଟିକୁ ବିମାନରେ ଯିବାକୁ କର୍ମଚାରୀ ଅନୁମତି ଦେଇ ନ ଥିଲେ। ସମ୍ପୃକ୍ତ ପିଲା ଅନ୍ୟ ଯାତ୍ରୀଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ଇଣ୍ଡିଗୋ କର୍ମଚାରୀ ଦର୍ଶାଇଥିଲେ । ଏହ ସହ ସଂପୃକ୍ତ ନାବାଳକ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଉଡ଼ାଣ ପାଇଁ ଅନୁମତି ମିଳିନଥିଲା ।
ବିମାନ କର୍ମଚାରୀଙ୍କ ଏତାଦୃଶ ବ୍ୟବହାରକୁ ସେଠାରେ ଥିବା ଅନ୍ୟ ଯାତ୍ରୀ ବରଦାସ୍ତ କରି ନ ପାରି ପ୍ରବଳ ବିରୋଧ କରିଥିଲେ। ଏପରିକି ଇଣ୍ଡିଗୋ କର୍ମଚାରୀ ଦିବ୍ୟାଙ୍ଗ ନାବାଳକଙ୍କ ପରିବାର ସଦସ୍ୟଙ୍କୁ ଦୁର୍ବ୍ୟବହାର କରିଥିବାର ଦୃଶ୍ୟକୁ ଅନ୍ୟ ଯାତ୍ରୀମାନେ ମୋବାଇଲରେ କଏଦ କରିଥିବା ବେଳେ ଏବେ ତାହା ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ସମାଲୋଚନାର ସରବ୍ୟ ହୋଇଛି ଇଣ୍ଡିଗୋ ଏୟାର ଲାଇସେନ୍ସ।
ଇଣ୍ଡିଗୋ ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇ କୁହାଯାଇଛି ଯେ, ସଂପୃକ୍ତ ଦିବ୍ୟାଙ୍ଗ ନାବାଳକ ଏବଂ ତାଙ୍କ ପରିବାରକୁ କମ୍ପାନୀ ପକ୍ଷରୁ ରହିବା ପାଇଁ ସୁବିଧା କରାଯାଇଥିଲା । ଆଜି ସକାଳୁ ସେମାନଙ୍କୁ ଇଣ୍ଡିଗୋ ବିମାନ ଯୋଗେ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଯାଇଛି । ଏହା ସହ ଇଣ୍ଡିଗୋ ବିମାନରେ ମାସିକ ୭୫ ହଜାର ଦିବ୍ୟାଙ୍ଗ ଉଡ଼ାଣ ଭରୁଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।
— Abhinandan Mishra (@mishra_abhi) May 8, 2022
ଏହି ପ୍ରସଙ୍ଗକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହାକୁ ଗୁରୁତର ସହ ନେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ । ଘଟଣାର ନିଜେ ତଦନ୍ତ କରିବେ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଟ୍ୱିଟ କରିଛନ୍ତି । ଏଭଳି ଘଟଣାକୁ ଆଦୌ ବରଦାସ୍ତ କରାଯିବ ନାହିଁ, ଶୂନ ସହନଶୀଳତା ନୀତି ଅବଲମ୍ବନ କରାଯିବ । ତଦନ୍ତ ପରେ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଟ୍ୱିଟ କରିଛନ୍ତି ମନ୍ତ୍ରୀ ।
There is zero tolerance towards such behaviour. No human being should have to go through this! Investigating the matter by myself, post which appropriate action will be taken. https://t.co/GJkeQcQ9iW
— Jyotiraditya M. Scindia (@JM_Scindia) May 9, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।