Advertisment

ବିନା ପଇସାରେ ସେବା ଯୋଗାଉଥିବା ବେଶ୍ୟାଳୟ !

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଦେହ ସୁଖ ପାଇଁ ପୃଥିବୀର ସବୁଠାରୁ ଆଦିମ ବ୍ୟବସାୟ ଭାବେ ବେଶ୍ୟାଳୟର ସୃଷ୍ଟି। ଏଠି ସମ୍ପର୍କ, ପ୍ରେମ କି ଭଲ ପାଇବାର ମାନେ କିଛି ନ ଥାଏ। କ୍ଷଣିକ ଦେହ ସୁଖ ଆଉ ତା ପ୍ରତିବଦଳରେ କିଛି ଅର୍ଥ। ଏମିତି ନେଣଦେଣ ଚାଲୁଥିବା ଯାଗାକୁ ଆମେ ବେଶ୍ୟାଳୟ କହୁ । ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ପୃଥିବୀର ଏମିତି ଗୋଟିଏ ଦେଶ ଅଛି ଯାହାର ରାଜଧାନୀରେ ଚାଲୁଥିବା ଦେହ ବ୍ୟବସାୟ ବା ବେଶ୍ୟାଳୟ ସମ୍ପୂର୍ଣ୍ଣ […]

ଅଦ୍ୟତନ ହୋଇଛି
ବିନା ପଇସାରେ ସେବା ଯୋଗାଉଥିବା ବେଶ୍ୟାଳୟ !

deha

Advertisment

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଦେହ ସୁଖ ପାଇଁ ପୃଥିବୀର ସବୁଠାରୁ ଆଦିମ ବ୍ୟବସାୟ ଭାବେ ବେଶ୍ୟାଳୟର ସୃଷ୍ଟି। ଏଠି ସମ୍ପର୍କ, ପ୍ରେମ କି ଭଲ ପାଇବାର ମାନେ କିଛି ନ ଥାଏ। କ୍ଷଣିକ ଦେହ ସୁଖ ଆଉ ତା ପ୍ରତିବଦଳରେ କିଛି ଅର୍ଥ। ଏମିତି ନେଣଦେଣ ଚାଲୁଥିବା ଯାଗାକୁ ଆମେ ବେଶ୍ୟାଳୟ କହୁ । ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ପୃଥିବୀର ଏମିତି ଗୋଟିଏ ଦେଶ ଅଛି ଯାହାର ରାଜଧାନୀରେ ଚାଲୁଥିବା ଦେହ ବ୍ୟବସାୟ ବା ବେଶ୍ୟାଳୟ ସମ୍ପୂର୍ଣ୍ଣ ବିନା ମୂଲ୍ୟରେ ସେବା ଯୋଗାଇ ବିଶ୍ଵବ୍ୟାପୀ ଚର୍ଚ୍ଚାର କାରଣ ହୋଇଛି।

Advertisment

ଏଠାରେ ଗ୍ରାହକଙ୍କଠାରୁ ଟଙ୍କାଟିଏ ବି ଦାବି କରି ନ ଥାନ୍ତି ଦେହଜୀବୀ।

ଆସନ୍ତୁ ଜାଣିବା ଏ ଅଜବ ପରମ୍ପରାଟି କେଉଁଠି ରହିଛି ତା ସମ୍ପର୍କରେ।

ଚେକ୍‌ ଗଣରାଜ୍ୟର ରାଜଧାନୀ ପ୍ରାଗ୍‌ରେ ଦେହବେପାର ଚାଲେ ମାଗଣାରେ। ଏଠାରେ ଥିବା ‘ବିଗ୍‌ ସିଷ୍ଟର’ ନାମକ ଏକ ବେଶ୍ୟାଳୟରେ ଦେହଜୀବୀମାନେ ମାଗଣାରେ ମିଳିଯାଆନ୍ତି। ସୁନ୍ଦର ସାଜସଜ୍କା, ନରମ ବିଛଣା, କ୍ଷୀଣ ଆଲୋକ, ପାଖରେ ଟେଲିଫୋନ୍‌ ତା’ ସହ ସୁନ୍ଦର ଯୁବତୀଙ୍କ ରାତି ବିତାଇଲେ ମଧ୍ୟ ଏଠି ଦେବାକୁ ପଡେନା ଟଙ୍କାଟିଏ।

publive-image

ହେଲେ କାରଣ କ’ଣ ଜାଣିଛନ୍ତି। ଅସଲ କାରଣଟା ହେଉଛି କ୍ୟାମେରା। ଏହି ବେଶ୍ୟାଳୟରେ କ୍ୟାମେରା ଥାଏ ଆଉ ଯିଏ ଭିତରକୁ ଯାଇ ରତିକ୍ରୀଡା କରନ୍ତି ତାଙ୍କର ସମସ୍ତ କାର୍ଯ୍ୟକଳାପ ଉକ୍ତ କ୍ୟାମେରାରେ କଏଦ ହୁଏ। କେବଳ ସେତିକି ନୁହେଁ ସେଠାରେ ଥିବା ଟେଲିଫୋନ୍‌ରେ ଗ୍ରାହକମାନଙ୍କୁ ଦିଆଯାଉଥିବା ନିର୍ଦ୍ଦେଶ ଅନୁଯାୟୀ ଏମାନଙ୍କୁ ସମ୍ପର୍କ ରଖିବାକୁ ପଡେ। କାହିଁକିନା ଏହା ଦ୍ୱାରା ଭଲ ଭାବେ ଭିଡିଓ ଶୁଟିଂ କରାଯାଇପାରିବ। ପରେ ଏହି ଭିଡିଓକୁ ବିକ୍ରିକରି ଯାହା ରୋଜଗାର ହୁଏ ସେଥିରେ ଏହି ବେଶ୍ୟାଳୟ ଚାଲିଥାଏ।

Advertisment

ଆପଣ ଭାବୁଥିବେ ଏମିତି ବେଆଇନ୍‌ କାମ କ’ଣ ଆଜି ବି ଚାଲୁଛି ? ନାଇଁ ଆଜ୍ଞା, ଜମା ନୁହେଁ।  ୨୦୧୦ରୁ ଏହାକୁ ବନ୍ଦ କରି ଦିଆଯାଇଛି। କିନ୍ତୁ ଆଜିବି ଏହି ବେଶ୍ୟାଳୟର ବେଶ୍‌ ଚର୍ଚ୍ଚା ହୁଏ।

ସୂଚନାଯୋଗ୍ୟ, ବିଶ୍ୱରେ ଏମିତି ପ୍ରାୟ ୧୫ଟି ଦେଶକୁ ବେଶ୍ୟାବୃତ୍ତିକୁ ଆଇନଗତ ମାନ୍ୟତା ମିଳିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe