Advertisment

ବିହାର ଏନଡିଏ ବୈଠକର ଭିତିରି କଥା: ନୀତୀଶଙ୍କ କଥା ରଖିଲାନି ବିଜେପି

ପାଟନା: ବିହାର ନିର୍ବାଚନରେ ଏନଡିଏକୁ ଜନାଦେଶ ମିଳିଛି। ଏହାପରେ ଏନଡିଏ ସରକାର ଗଢ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଏନଡିଏ ବୈଠକରେ ଜେଡିୟୁ ସୁପ୍ରିମୋ ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କରାଯାଇଛି। ଅପରାହ୍ନରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଢ଼ିବା ପାଇଁ ନୀତୀଶ ଦାବି କରିଛନ୍ତି। ସୋମବାର ଜେଡିୟୁ ସୁପ୍ରିମୋ ବିହାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାକୁ ଯାଉଛନ୍ତି। ହେଲେ ଏନଡିଏ ବୈଠକରେ ହୋଇଥିବା ଆଲୋଚନା ଏବେ ସମସ୍ତଙ୍କୁ ଚକିତ କରିଛି। କାରଣ ରିପୋର୍ଟ ଅନୁଯାୟୀ ଏହି […]

ଅଦ୍ୟତନ ହୋଇଛି
ବିହାର ଏନଡିଏ ବୈଠକର ଭିତିରି କଥା: ନୀତୀଶଙ୍କ କଥା ରଖିଲାନି ବିଜେପି

BIHAR NDA MEETING

Advertisment

ପାଟନା: ବିହାର ନିର୍ବାଚନରେ ଏନଡିଏକୁ ଜନାଦେଶ ମିଳିଛି। ଏହାପରେ ଏନଡିଏ ସରକାର ଗଢ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଏନଡିଏ ବୈଠକରେ ଜେଡିୟୁ ସୁପ୍ରିମୋ ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କରାଯାଇଛି। ଅପରାହ୍ନରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଢ଼ିବା ପାଇଁ ନୀତୀଶ ଦାବି କରିଛନ୍ତି। ସୋମବାର ଜେଡିୟୁ ସୁପ୍ରିମୋ ବିହାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାକୁ ଯାଉଛନ୍ତି।

Advertisment

ହେଲେ ଏନଡିଏ ବୈଠକରେ ହୋଇଥିବା ଆଲୋଚନା ଏବେ ସମସ୍ତଙ୍କୁ ଚକିତ କରିଛି। କାରଣ ରିପୋର୍ଟ ଅନୁଯାୟୀ ଏହି ବୈଠକରେ ବିଜେପିର ପର୍ଯ୍ୟବେକ୍ଷକ ଭାବରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଯୋଗ ଦେଇଥିଲେ। ତାଙ୍କ ଆଗରେ ମୁଖ୍ୟମନ୍ତ୍ରୀ ହେବାକୁ ନୀତୀଶ ସିଧାସିଧା ମନା କରି ଦେଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ ଏନଡିଏ ବିଧାୟକ ପାର୍ଟି ବୈଠକରେ ନୀତୀଶ କୁମାର ସମସ୍ତ ବିଧାୟକଙ୍କ ସାମ୍ନାରେ କହିଥିଲେ ଯେ ମୁଁ ବିଜେପିକୁ କହିଥିଲି ମୁଖ୍ୟମନ୍ତ୍ରୀ ଚେହେରା ବିଜେପିରୁ ହେବା ଦରକାର। କାରଣ ଏନଡିଏରେ ବିଜେପିକୁ ଅଧିକ ଆସନ ମିଳିଛି। ହେଲେ ବିଜେପି ପ୍ରସ୍ତୁତ ନୁହେଁ। ଆମେ କେବଳ ବିଜେପିର ଆଦେଶ ପାଳନ କରୁଛୁ ବୋଲି ସେ କହିଥିଲେ। ହେଲେ ବିଜେପି ନୀତୀଶଙ୍କ ଏହି ପ୍ରସ୍ତାବରେ ରାଜି ହୋଇନଥିଲା। କାରଣ ବିହାରରେ ନୀତୀଶ କୁମାରଙ୍କ ନେତୃତ୍ୱରେ ଏନଡିଏ ସରକାର ଗଠନ କରିବ। ବିହାର ନିର୍ବାଚନ ଫଳାଫଳ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହି ସାରିଛନ୍ତି। ନୀତୀଶଙ୍କ ନେତୃତ୍ୱରେ ଏନଡିଏ ପ୍ରତିଶ୍ରୁତି ପୂରଣ କରିବ ବୋଲି ମୋଦି କହିଥିଲେ। ଆମେ ସମସ୍ତେ ନୀତୀଶଙ୍କ ନେତୃତ୍ୱକୁ ସମର୍ଥନ କରୁଛୁ ବୋଲି ସେ କହିଥିଲେ।

Advertisment

ନୀତୀଶଙ୍କ ଏହି ମନ୍ତବ୍ୟ ବିରୋଧୀଙ୍କ ଆକ୍ଷେପକୁ ଆଧାର କରି ସେ କହିଥିବା ଆକଳନ କରାଯାଉଛି। କାରଣ ବିରୋଧୀ ନୀତୀଶଙ୍କୁ ସମାଲୋଚନା କରିବାକୁ ଯାଇ କହିଛନ୍ତି, ଜେଡିୟୁକୁ ଜନାଦେଶ ମିଳିନି। ମାତ୍ର ୪୦ଟି ଆସନରେ ବିଜୟୀ ହୋଇ ସେ କେମିତି ମୁଖ୍ୟମନ୍ତ୍ରୀ ଆସନରେ ବସୁଛନ୍ତି। ତେଣୁ ବୈଠକରେ ବୋଧହୁଏ ଏହି କାରଣ ପାଇଁ ନୀତୀଶ କହିଥିଲେ ବିଜେପି ମୁଖ୍ୟମନ୍ତ୍ରୀ ଚେହେରା ଦେଉ।

ବିହାର ବିଧାନସଭା ନିର୍ବାଚନରେ ୨୪୩ ଆସନରୁ ଏନଡିଏକୁ ୧୨୫ ଆସନ ଯାଇଥିବା ବେଳେ ମହାମେଣ୍ଟକୁ ୧୧୦ ଆସନ ମିଳିଛି। ଆରଜେଡିକୁ ୭୫, ବିଜେପିକୁ ୭୪, ଜେଡିୟୁ ୪୩, କଂଗ୍ରେସ ୧୯ଟି ଆସନରେ ବିଜୟୀ ହୋଇଥିବା ବେଳେ ବାକି ଆସନ ଅନ୍ୟାନ୍ୟ ଦଳ ବିଜୟୀ ହୋଇଛନ୍ତି। ମହାମେଣ୍ଟରେ ଆରଜେଡି, କଂଗ୍ରେସ ସମେତ ୧୦ଟି ଦଳ ରହିଛନ୍ତି।

ଆଗକୁ ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀ ରେସରୁ ବାଦ ପଡ଼ିବା ପରେ ସୁଶୀଲ୍ ମୋଦି କୁଆଡ଼େ ଯିବେ?

Bihar Politics Bihar Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe