/odisha-reporter/media/post_attachments/uploads/2015/04/rahul-gandhi.jpg)
rahul gandhi
ନୂଆଦିଲ୍ଲୀ: ଗତ ସୋମବାର ଚାଷୀଙ୍କ ସମସ୍ୟା ନେଇ ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ଟାର୍ଗେଟ କରିଥିବା କଂଗ୍ରେସ ଉପ-ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀ ବୁଧବାର ମଧ୍ୟ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଆଜି ସେ ନେଟ୍ ନୁ୍ୟଟ୍ରାଲିଟି ପ୍ରସଙ୍ଗରେ ମୋଦି ସରକାରକୁ ସମାଲୋଚନା କରିଥିଲେ। ସେ କହିଥିଲେ, ଇଣ୍ଟରନେଟକୁ ବି ସରକାର ଉଦ୍ୟୋଗପତିମାନଙ୍କ ହାତକୁ ଟେକି ଦେବାକୁ ଚାହୁଁଛନ୍ତି। ଦେଶର ଯୁବବର୍ଗ ବର୍ତ୍ତମାନ ନେଟ୍ ନୁଟ୍ରାଲିଟି ପାଇଁ ଲଢ଼େଇ କରୁଛି। ତେଣୁ ସରକାର ଏ ନେଇ ଏକ ଦୃଢ଼ ଆଇନ ତିଆରି କରିବା ଉଚିତ। ତେବେ ସରକାର ଏହା ଚାହୁଁନଥିବା ପ୍ରମାଣିତ ହେଉଛି। କାରଣ ଯଦି ସରକାର ନେଟ୍ ନୁ୍ୟଟ୍ରାଲିଟିକୁ ସୁରକ୍ଷା ଦେବାକୁ ଚାହୁଁଥାଆନ୍ତେ ତା’ହେଲେ ପରାମର୍ଶ ନେବା ପ୍ରକ୍ରିୟା ଆରମ୍ଭ କରି ନ ଥାଆନ୍ତେ। ଚାଷୀମାନଙ୍କଠାରୁ ଜମି ଛଡ଼ାଇ ନେବା ପାଇଁ ସରକାର ଯୋଜନା ପ୍ରସ୍ତୁତ କରି ସାରିଥିବା ବେଳେ ଏବେ ଇଣ୍ଟରନେଟ୍ ସୁବିଧା ବି ଛଡ଼ାଇ ନେବାକୁ ଯୋଜନା ବନାଇ ସାରିଲେଣି। ଏପରି କଲେ ଦେଶର ଯୁବବର୍ଗ କ୍ଷତିଗ୍ରସ୍ତ ହେବେ।
ତେବେ ରାହୁଲଙ୍କ ଏଭଳି ଅଭିଯୋଗୁ ଖଣ୍ଡନ କରିଛନ୍ତି କେନ୍ଦ୍ର ଦୂରସଂଚାର ମନ୍ତ୍ରୀ ରବି ଶଙ୍କର ପ୍ରସାଦ । ସେ କହିଛନ୍ତି ଯେ ସରକାର ଉଦ୍ୟୋଗପତିଙ୍କ ଚାପରେ କାମ କରୁ ନାହାନ୍ତି । ଆଗକୁ ବି ଏଭଳି ହେବାର ସମ୍ଭାବନା ନାହିଁ । ସବୁ ଲୋକଙ୍କ ପାଖରେ ଇଣ୍ଟରନେଟ୍ ପହଞ୍ଚାଇବାକୁ ଉଦ୍ୟମ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିରେ ପକ୍ଷପାତିତାକୁ ସେ ବରଦାସ୍ତ କରିବେ ନାହିଁ । ସେ ଡିଜିଟାଲ ଇଣ୍ଡିଆ କଥା କହୁଛନ୍ତି । ଦେଶର ପୂରା ୧୨୫ କୋଟି ଲୋକଙ୍କୁ ସେ ଏଥିରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
