Advertisment

ଇରାକ ଜେଲରୁ ୪୦ କଏଦୀ ଫେରାର: ସଂଘର୍ଷରେ ୬ ସୁରକ୍ଷାକର୍ମୀ ଓ ୩୦ କଏଦୀ ମୃତ

ବାଗଦାଦ: ପୂର୍ବ ଇରାକରେ ଥିବା ଦିୟାଲ ପ୍ରଦେଶର ଖାଲିସ ଜେଲରୁ ଆଜି ୪୦ ଜଣ କଏଦୀ ଫେରାର ହୋଇଯାଇଛନ୍ତି। ଏହି  କଏଦୀମାନେ ଜେଲର ସୁରକ୍ଷାକର୍ମୀମାନଙ୍କୁ କବଜାକୁ ନେଇ ଜେଲରୁ ଫେରାର ହୋଇଯାଇଛନ୍ତି। ୫୦ରୁ ଅଧିକ କଏଦି ସୁଯୋଗ ଦେଖି ମିଳିତ ଭାବେ ଅତର୍କିତ ଆକ୍ରମଣ କରି ସୁରକ୍ଷାକର୍ମୀମାନଙ୍କଠାରୁ ବନ୍ଧୁକ ଛଡ଼ାଇ ନେଇଥିଲେ ଓ ଫେରାର ହେବାକୁ ଉଦ୍ୟମ କରିଥିଲେ। ତେବେ ଅନ୍ୟ ସୁରକ୍ଷାକର୍ମୀମାନେ ସତର୍କ ହୋଇ ସେମାନଙ୍କୁ ପ୍ରତିରୋଧ କରିଥିଲେ। ଏହି ସମୟରେ ଉଭୟ ସୁରକ୍ଷା କର୍ମୀ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଇରାକ ଜେଲରୁ ୪୦ କଏଦୀ ଫେରାର: ସଂଘର୍ଷରେ ୬ ସୁରକ୍ଷାକର୍ମୀ ଓ ୩୦ କଏଦୀ ମୃତ

iraq

ବାଗଦାଦ: ପୂର୍ବ ଇରାକରେ ଥିବା ଦିୟାଲ ପ୍ରଦେଶର ଖାଲିସ ଜେଲରୁ ଆଜି ୪୦ ଜଣ କଏଦୀ ଫେରାର ହୋଇଯାଇଛନ୍ତି। ଏହି  କଏଦୀମାନେ ଜେଲର ସୁରକ୍ଷାକର୍ମୀମାନଙ୍କୁ କବଜାକୁ ନେଇ ଜେଲରୁ ଫେରାର ହୋଇଯାଇଛନ୍ତି। ୫୦ରୁ ଅଧିକ କଏଦି ସୁଯୋଗ ଦେଖି ମିଳିତ ଭାବେ ଅତର୍କିତ ଆକ୍ରମଣ କରି ସୁରକ୍ଷାକର୍ମୀମାନଙ୍କଠାରୁ ବନ୍ଧୁକ ଛଡ଼ାଇ ନେଇଥିଲେ ଓ ଫେରାର ହେବାକୁ ଉଦ୍ୟମ କରିଥିଲେ। ତେବେ ଅନ୍ୟ ସୁରକ୍ଷାକର୍ମୀମାନେ ସତର୍କ ହୋଇ ସେମାନଙ୍କୁ ପ୍ରତିରୋଧ କରିଥିଲେ। ଏହି ସମୟରେ ଉଭୟ ସୁରକ୍ଷା କର୍ମୀ ଓ କଏଦୀଙ୍କ ମଧ୍ୟରେ ଗୁଳିବନିମୟ ହୋଇଥିଲା। ଏଥିରେ ୬ ଜଣ ସୁରକ୍ଷାକର୍ମୀ ଓ ୩୦ ଜଣ କଏଦୀଙ୍କ ମୃତ୍ୟୁ ହୋଇଛି। ଫେରାର ହୋଇଯାଇଥିବା କଏଦୀମାନେ ଦୁର୍ଦ୍ଦାନ୍ତ ମାଓବାଦୀ ଥିଲେ ବୋଲି କୁହାଯାଉଛି।

Advertisment