/odisha-reporter/media/post_attachments/uploads/2015/10/iraq_650x488_61439260066.jpg)
iraq
ବାଗଦାଦ: ଇରାକରେ ସିରିଏଲ କାର ବୋମା ବିସ୍ଫୋରଣରେ ୫୬ ଜଣଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣରେ ବହୁ ଲୋକ ଆହତ ହୋଇଛନ୍ତି। ପୂର୍ବ ଇରାକର ଦିୟାଲା ଅଞ୍ଚଳର ଜନଗହଳିପୂର୍ଣ୍ଣ ସିହା ବହୁଳ ସହର ଉପରେ ସବୁଠାରୁ ବଡ ବିସ୍ଫୋରଣ ଘଟିଥିଲା । ଏଥିରେ ୩୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୮ ଜଣ ଆହତ ହୋଇଛନ୍ତି। ସେହିପରି ଇରାକର ବିଭିନ୍ନ ସ୍ଥାନରେ ସଂଗଠିତ ବିସ୍ଫୋରଣରେ ୨୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ସୂଚନାଯୋଗ୍ୟ, ଜୁଲାଇରେ ଦିୟାଲା ଅଞ୍ଚଳର ଏକ ବଜାରରେ ଆଇଏସର ଏକ ଆତ୍ମଘାତି ଆକ୍ରମଣରେ ମହିଳା ଓ ପିଲାଙ୍କ ସମେତ ୧୧୫ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏକ ଦଶନ୍ଧିରେ ଏହା ଇରାକରେ ସବୁଠାରୁ ଭୟଙ୍କର ଆତଙ୍କବାଦୀ ଆକ୍ରମଣ ଥିଲା ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
