Advertisment

ଇରାମ୍ ହେବେ କାଶ୍ମୀରର ପ୍ରଥମ ମୁସ୍‌ଲିମ୍ ମହିଳା ପାଇଲଟ୍‌

ଶ୍ରୀନଗର: ‘ଇରାମ୍‌ ହବିବ୍‌’ ନାମକ ଜଣେ ୩୦ ବର୍ଷୀୟ ମହିଳା କାଶ୍ମୀରର ‘ପ୍ରଥମ ମୁସଲମାନ ମହିଳା ପାଇଲଟ୍‌’ ଭାବରେ ନିଯୁକ୍ତି ପାଇଛନ୍ତି। ଆସନ୍ତା ମାସରେ ସେ ଏକ ଘରୋଇ ଏୟାର୍‌ଲାଇନ୍‌ସରେ କାର୍ଯ୍ୟ କରିବାକୁ ଯାଉଛନ୍ତି। କଶ୍ମୀର ପଣ୍ଡିତ ସମାଜରୁ ପୂର୍ବରୁ ‘ତନ୍‌ଭି ରାଇନା’ ନାମ୍ନୀ ଯୁବତୀ ୨୦୧୬ରେ କାଶ୍ମୀରର ‘ପ୍ରଥମ ମହିଳା ପାଇଲଟ୍‌’ ଭାବେ କାର୍ଯ୍ୟ କରିଥିଲେ। ସେହିପରି କଶ୍ମୀରର ୨୧ ବର୍ଷୀୟ ‘ଆୟେଷା ଅଜିଜ୍‌’ ଯୁବ-ଛାତ୍ର ପାଇଲଟ୍‌ ଭାବେ ନିଯୁକ୍ତି ପାଇଥିଲେ। ଇରାମ୍‌ କାଶ୍ମୀରର ଏକ […]

author-image
Amaresh Biswal
ଅଦ୍ୟତନ ହୋଇଛି
ଇରାମ୍ ହେବେ କାଶ୍ମୀରର ପ୍ରଥମ ମୁସ୍‌ଲିମ୍ ମହିଳା ପାଇଲଟ୍‌

iram

ଶ୍ରୀନଗର: ‘ଇରାମ୍‌ ହବିବ୍‌’ ନାମକ ଜଣେ ୩୦ ବର୍ଷୀୟ ମହିଳା କାଶ୍ମୀରର ‘ପ୍ରଥମ ମୁସଲମାନ ମହିଳା ପାଇଲଟ୍‌’ ଭାବରେ ନିଯୁକ୍ତି ପାଇଛନ୍ତି। ଆସନ୍ତା ମାସରେ ସେ ଏକ ଘରୋଇ ଏୟାର୍‌ଲାଇନ୍‌ସରେ କାର୍ଯ୍ୟ କରିବାକୁ ଯାଉଛନ୍ତି।

Advertisment

କଶ୍ମୀର ପଣ୍ଡିତ ସମାଜରୁ ପୂର୍ବରୁ ‘ତନ୍‌ଭି ରାଇନା’ ନାମ୍ନୀ ଯୁବତୀ ୨୦୧୬ରେ କାଶ୍ମୀରର ‘ପ୍ରଥମ ମହିଳା ପାଇଲଟ୍‌’ ଭାବେ କାର୍ଯ୍ୟ କରିଥିଲେ।

ସେହିପରି କଶ୍ମୀରର ୨୧ ବର୍ଷୀୟ ‘ଆୟେଷା ଅଜିଜ୍‌’ ଯୁବ-ଛାତ୍ର ପାଇଲଟ୍‌ ଭାବେ ନିଯୁକ୍ତି ପାଇଥିଲେ। ଇରାମ୍‌ କାଶ୍ମୀରର ଏକ ରକ୍ଷଣଶୀଳ ମୁସଲିମ୍ ପରିବାରରୁ ଆସିଥିଲେ ବି ପାଇଲଟ୍ ହେବାକୁ ମନ ବଳାଇଥିଲେ ଓ ଏଥିରେ ସଫଳତା ମଧ୍ୟ ପାଇଥିଲେ। ତାଙ୍କ ପରିବାର ବି ଏଥିରେ ରାଜି ହୋଇଥିଲେ।

Advertisment

ଇରାମ୍‌ଙ୍କର ବାପା ସରାକରୀ ହସ୍ପିଟାଲ୍‌ରେ ସର୍ଜରୀ ଦ୍ରବ୍ୟ ସପ୍ଲାଏ କରିଥାନ୍ତି। ବାପାଙ୍କଠାରୁ ପ୍ରଭାବିତ ହୋଇ ଇରାମ୍‌ ଛୋଟବେଳୁ ଡାକ୍ତର ହେବା ପାଇଁ ସ୍ୱପ୍ନ ଦେଖୁଥିଲେ। ମାତ୍ର ପାଇଲଟ୍‌ ଭାବେ ନିଯୁକ୍ତି ପାଇଲା ପରେ ତାଙ୍କ ଡାକ୍ତର ହେବାର ସ୍ୱପ୍ନକୁ ସେ ଭୁଲି ଯାଇଛନ୍ତି।

ଇରାମ୍‌ ବର୍ତ୍ତମାନ ପାଇଲଟ୍‌ ଲାଇସେନ୍ସ ପାଇବା ପାଇଁ ଦିଲ୍ଲୀରେ କ୍ଲାସ୍‌ କରୁଛନ୍ତି। ସେ ୟୁଏସ୍‌ର ମିଆମିରେ ୨୦୧୬ରୁ ନିଜର ଟ୍ରେନିଂ ଶେଷ କରିଥିଲେ।