Advertisment

ଫର୍ଚ୍ୟୁନ୍‌ ‘୪୦ ଅଣ୍ଡର ୪୦’ରେ ଇଶା ଏବଂ ଆକାଶ ଅମ୍ବାନୀ

ନ୍ୟୁୟର୍କ: ପ୍ରସିଦ୍ଧ ପତ୍ରିକା ଫର୍ଚ୍ୟୁନ୍‌ ୨ ଜିଓ ବୋର୍ଡ ଡାଇରେକ୍ଟର ଆକାଶ ଅମ୍ବାନୀ ଏବଂ ଅମ୍ବାନୀଙ୍କୁ ‘୪୦ ଅଣ୍ଡର ୪୦’ ତାଲିରେ ସ୍ଥାନ ଦେଇଛି। ଟେକ୍ନୋଲୋଜି ବିଭାଗରେ ପ୍ରଭାବଶାଳୀ ନେତୃତ୍ୱ ଭାବେ ଏହି ଦୁଇ ଜଣଙ୍କ ନାଁ ସ୍ଥାନ ପାଇଛି। ଫର୍ଚ୍ୟୁନ୍ ଏହି ଦୁଇ ଜଣଙ୍କ ବାବଦରେ ଲେଖିଛି, “କୁହାଯାଏ ଡାଟା ହେଉଛି ନୂଆ ତୈଳ, ଭାରତର ସର୍ବବୃହତ କମ୍ପାନୀ ରିଲାଏନ୍ସ କ୍ଷେତ୍ରରେ ଏହା ପ୍ରମାଣିତ। ୨୦୧୬ ମସିହାରେ ଜିଓ ଜରିଆରେ ମୋବାଇଲ କନେକ୍ଟିଭିଟି କ୍ଷେତ୍ରରେ ଦବ୍‌ଦବା […]

ଫର୍ଚ୍ୟୁନ୍‌ ‘୪୦ ଅଣ୍ଡର ୪୦’ରେ ଇଶା ଏବଂ ଆକାଶ ଅମ୍ବାନୀ

ambani

Advertisment

ନ୍ୟୁୟର୍କ: ପ୍ରସିଦ୍ଧ ପତ୍ରିକା ଫର୍ଚ୍ୟୁନ୍‌ ୨ ଜିଓ ବୋର୍ଡ ଡାଇରେକ୍ଟର ଆକାଶ ଅମ୍ବାନୀ ଏବଂ ଅମ୍ବାନୀଙ୍କୁ ‘୪୦ ଅଣ୍ଡର ୪୦’ ତାଲିରେ ସ୍ଥାନ ଦେଇଛି। ଟେକ୍ନୋଲୋଜି ବିଭାଗରେ ପ୍ରଭାବଶାଳୀ ନେତୃତ୍ୱ ଭାବେ ଏହି ଦୁଇ ଜଣଙ୍କ ନାଁ ସ୍ଥାନ ପାଇଛି।

Advertisment

ଫର୍ଚ୍ୟୁନ୍ ଏହି ଦୁଇ ଜଣଙ୍କ ବାବଦରେ ଲେଖିଛି, “କୁହାଯାଏ ଡାଟା ହେଉଛି ନୂଆ ତୈଳ, ଭାରତର ସର୍ବବୃହତ କମ୍ପାନୀ ରିଲାଏନ୍ସ କ୍ଷେତ୍ରରେ ଏହା ପ୍ରମାଣିତ। ୨୦୧୬ ମସିହାରେ ଜିଓ ଜରିଆରେ ମୋବାଇଲ କନେକ୍ଟିଭିଟି କ୍ଷେତ୍ରରେ ଦବ୍‌ଦବା ଜାହିର କରିବା ପୂର୍ବରୁ ପେଟ୍ରୋକେମିକାଲରେ ମଧ୍ୟ ଏହି କମ୍ପାନୀ ଭାଗ୍ୟ ପରୀକ୍ଷା କରିସାରିଛି। ଆକାଶ ଏବଂ ଇଶା ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଯାଁଳା ସନ୍ତାନ।”

ଏହି ପତ୍ରିକାର ତଥ୍ୟ ଅନୁଯାୟୀ ଇଶା ଏବଂ ଆକାଶ ରିଲାଏନ୍ସରେ ଯୋଗଦେବାପରେ କମ୍ପାନୀର ଭାଲ୍ୟୁଏସନ୍‌ ୬୫ ବିଲିଅନ୍‌ ଆମେରିକୀୟ ଡଲାରକୁ ବୃଦ୍ଧି ପାଇଥିଲା। ରିଲାଏନ୍ସ ଏକ ପାରିବାରିକ ବ୍ୟବସାୟ। ଆକାଶ ବ୍ରାଉନ୍‌ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଡିଗ୍ରୀ ହାସଲ କରିବାପରେ ୨୦୧୪ ମସିହାରେ କମ୍ପାନୀରେ ଯୋଗ ଦେଇଥିଲେ। ଜିଓ ବୋର୍ଡ ସଦସ୍ୟ ହିସାବରେ ନିକଟ ଅତୀତରେ ଫେସବୁକ ସହିତ ଡିଲ୍‌ରେ ଏହି ଦୁଇ ଜଣ ବଡ଼ ଭୂମିକା ତୁଲାଇଥିଲେ।

Advertisment

ସେହିଭଳି ଭାରତରେ ଦ୍ରୁତଗତିରେ ବୃଦ୍ଧି ପାଉଥିବା ଅନଲାଇନ୍‌ ବ୍ୟବସାୟ କ୍ଷେତ୍ରରେ ଆମାଜନ୍‌ ଓ ଫ୍ଲିପକାର୍ଟକୁ ଚ୍ୟାଲେଞ୍ଜ ଦେବାପାଇଁ ଜିଓ ମାର୍ଟର ଲଞ୍ଚ କରାଯାଇଛି। ଏହା ଇଶା ଓ ଆକାଶଙ୍କ ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିବା ଫର୍ଚ୍ୟୁନ୍‌ ପକ୍ଷରୁ କୁହାଯାଇଛି।

Jio Reliance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe