Advertisment

ଏଲଇଟି ଓ ଜେଇଏମକୁ ପ୍ରୋତ୍ସାହିତ କରୁଛି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ: ହେଡଲୀ

ମୁମ୍ବାଇ: ଭାରତରେ ଲଶ୍କର-ଇ-ତୋଇବା(ଏଲଇଟି), ଜୈସ-ଇ-ମହମ୍ମଦ(ଜେଇଏମ) ଓ ହଜ୍ଜିବୁଲ ମୁଜାହିଦ୍ଧିନ୍‌କୁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଆର୍ଥିକ ଓ ନୈତିକ ସମର୍ଥନ ଯୋଗାଉଛି। ମଙ୍ଗଳବାର ଏହା କହିଛି ୨୬/୧୧ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ପାକିସ୍ତାନ ଜନ୍ମିତ ଆତଙ୍କବାଦୀ ଡେଭିଡ୍‌ ସୋଲେମନ୍‌ ହେଡଲୀ। ଏହି ମାମଲାରେ ଆମେରିକାର ଏକ ଜେଲରୁ ଦ୍ୱିତୀୟ ଦିନ ଭିଡିଓ କନଫରେନ୍ସିଂରେ ସାକ୍ଷ୍ୟ ଗ୍ରହଣ ବେଳେ ସେ ଏହି ବିସ୍ଫୋରକ ତଥ୍ୟ ପ୍ରଦାନ କରିଛି। ସେ ପାକିସ୍ତାନ ସେନା ଓ ଆଇଏସଆଇ ପାଇଁ କାର୍ଯ୍ୟ […]

author-image
Rakesh Mallick
ଏଲଇଟି ଓ ଜେଇଏମକୁ ପ୍ରୋତ୍ସାହିତ କରୁଛି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ: ହେଡଲୀ

headley-story_

ମୁମ୍ବାଇ: ଭାରତରେ ଲଶ୍କର-ଇ-ତୋଇବା(ଏଲଇଟି), ଜୈସ-ଇ-ମହମ୍ମଦ(ଜେଇଏମ) ଓ ହଜ୍ଜିବୁଲ ମୁଜାହିଦ୍ଧିନ୍‌କୁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଆର୍ଥିକ ଓ ନୈତିକ ସମର୍ଥନ ଯୋଗାଉଛି। ମଙ୍ଗଳବାର ଏହା କହିଛି ୨୬/୧୧ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ପାକିସ୍ତାନ ଜନ୍ମିତ ଆତଙ୍କବାଦୀ ଡେଭିଡ୍‌ ସୋଲେମନ୍‌ ହେଡଲୀ। ଏହି ମାମଲାରେ ଆମେରିକାର ଏକ ଜେଲରୁ ଦ୍ୱିତୀୟ ଦିନ ଭିଡିଓ କନଫରେନ୍ସିଂରେ ସାକ୍ଷ୍ୟ ଗ୍ରହଣ ବେଳେ ସେ ଏହି ବିସ୍ଫୋରକ ତଥ୍ୟ ପ୍ରଦାନ କରିଛି। ସେ ପାକିସ୍ତାନ ସେନା ଓ ଆଇଏସଆଇ ପାଇଁ କାର୍ଯ୍ୟ କରୁଥିଲା। ଏହାସହ ଏଲଇଟି ଓ ଅଫିସିଆଲ୍ ବ୍ରିଗେଡିୟର ରିୟାଜ୍‌ ସହ ପରିଚିତ ଥିଲା ବୋଲି ବୟାନ ଦେଇଛି। ୨୦୦୮ ନଭେମ୍ବର ୨୬ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଏଲଇଟିର କମାଣ୍ଡର ଜାକି-ଉର-ରେହମାନ୍ ଲାଖଭୀ ସହ ମଧ୍ୟ ହେଡଲୀର ସମ୍ପର୍କ ଥିଲା ବୋଲି ଆଜି କୋର୍ଟକୁ ଭିଡିଓ କନଫରେନ୍ସିଂ ବେଳେ ସେ କହିଛି।

Advertisment

୨୬/୧୧ ଆକ୍ରମଣର ଏକ ବର୍ଷ ପୂର୍ବରୁ ତାଜ୍ ହୋଟେଲରେ ହୋଇଥିବା ଇଣ୍ଡିଆନ୍ ଡିଫେନ୍ସ ସାଇଣ୍ଟିଷ୍ଟଙ୍କ ସମ୍ମିଳନୀରେ ଆକ୍ରମଣ ପାଇଁ ଏଲଇଟି ଯୋଜନା କରିଥିଲା। ହେଲେ ଠିକ ସମୟରେ ଅସ୍ତ୍ରଶସ୍ତ୍ର ନ ମିଳିବା, ଆକ୍ରମଣ ପାଇଁ ମାନବ ବୋମା ନ ମିଳିବା ଓ ସମ୍ମିଳନୀର କାର୍ଯ୍ୟସୂଚୀ ନ ମିଳିବା କାରଣରୁ ଏହାକୁ ବନ୍ଦ କରିବାକୁ ପଡିଥିଲା ବୋଲି ସେ କହିଛି।

ଏହି ସମୟ ମଧ୍ୟରେ ହେଡଲୀ ୭ଥର ଭାରତକୁ ତଥ୍ୟ ସଂଗ୍ରହ କରିବାକୁ ଆସିଥିଲା। ଏହି ସମୟରେ ସିଦ୍ଧି ବିନାୟକ ମିନ୍ଦିର ଓ ନାଭାଲ୍ ଏୟାର ଷ୍ଟେସନରେ ଗୁଜବ ସୃଷ୍ଟି କରିବା ପଛରେ ତା’ର ହାତ ଥିଲା ବୋଲି ସେ କହିଛନ୍ତି।

Advertisment