Advertisment

ହେଲିକପ୍ଟର ଦୁର୍ଘଟଣା: ଇସଲାମବାଦରେ ପହଞ୍ଚିଲା ଦୁଇ ରାଷ୍ଟ୍ରଦୂତଙ୍କ ମରଶରୀର

ଇସଲାମବାଦ: ଗତକାଲି ପାକିସ୍ତାନ ସେନାର ଏକ ହେଲିକପ୍ଟର ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହେବାରୁ ପ୍ରାଣ ହରାଇଥିବା ମାଲେସିଆ ଓ ଇଣ୍ଡୋନେସିଆର ଦୁଇ ରାଷ୍ଟ୍ରଦୂତଙ୍କ ମୃତଦେହଗୁଡ଼ିକୁ ଶନିବାର ଇସଲାମବାଦ ଅଣାଯାଇଛି। ଗତକାଲି ପାକିସ୍ତାନର ଉତ୍ତରରେ ଅବସ୍ଥିତ ଗିଲଗିଟଠାରେ ଏକ ପ୍ରକଳ୍ପର ଉଦଘାଟନ କାର୍ଯ୍ୟରେ ଯୋଗ ଦେବାକୁ ଏହି ରାଷ୍ଟ୍ରଦୂତଙ୍କ ସମେତ ମୋଟ ୧୧ ଜଣ ଯାଉଥିଲେ। ତେବେ ବାଟରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇ ଏକ ସ୍କୁଲ ଉପରେ ପଡ଼ିଯିବାରୁ ମୋଟ ୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ରାଷ୍ଟ୍ରଦୂତ ଦ୍ୱୟଙ୍କ […]

ଅଦ୍ୟତନ ହୋଇଛି
ହେଲିକପ୍ଟର ଦୁର୍ଘଟଣା: ଇସଲାମବାଦରେ ପହଞ୍ଚିଲା ଦୁଇ ରାଷ୍ଟ୍ରଦୂତଙ୍କ ମରଶରୀର

Pak-Chopper

Advertisment

ଇସଲାମବାଦ: ଗତକାଲି ପାକିସ୍ତାନ ସେନାର ଏକ ହେଲିକପ୍ଟର ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହେବାରୁ ପ୍ରାଣ ହରାଇଥିବା ମାଲେସିଆ ଓ ଇଣ୍ଡୋନେସିଆର ଦୁଇ ରାଷ୍ଟ୍ରଦୂତଙ୍କ ମୃତଦେହଗୁଡ଼ିକୁ ଶନିବାର ଇସଲାମବାଦ ଅଣାଯାଇଛି।

Advertisment

ଗତକାଲି ପାକିସ୍ତାନର ଉତ୍ତରରେ ଅବସ୍ଥିତ ଗିଲଗିଟଠାରେ ଏକ ପ୍ରକଳ୍ପର ଉଦଘାଟନ କାର୍ଯ୍ୟରେ ଯୋଗ ଦେବାକୁ ଏହି ରାଷ୍ଟ୍ରଦୂତଙ୍କ ସମେତ ମୋଟ ୧୧ ଜଣ ଯାଉଥିଲେ। ତେବେ ବାଟରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇ ଏକ ସ୍କୁଲ ଉପରେ ପଡ଼ିଯିବାରୁ ମୋଟ ୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ରାଷ୍ଟ୍ରଦୂତ ଦ୍ୱୟଙ୍କ ପତ୍ନୀମାନେ ମଧ୍ୟ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ଅଛନ୍ତି ପୋଲାଣ୍ଡ ଓ ନେଦରଲ୍ୟାଣ୍ଡର ରାଷ୍ଟଦୂତ।

ବୈଷୟିକ ତ୍ରୁଟି ଯୋଗୁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହେଲା ବୋଲି ପାକିସ୍ତାନ କହୁଥିବା ବେଳେ ପାକିସ୍ତାନୀ ତାଲିବାନୀ ଆତଙ୍କବାଦୀମାନେ ଦାବି କରିଛନ୍ତି ଯେ ସେମାନେ କ୍ଷେପଣାସ୍ତ୍ର ମାରି ଏହାକୁ ଖସାଇ ଦେଇଥିଲେ। ତେବେ ସେମାନଙ୍କର ଟାର୍ଗେଟ ଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫ।

Advertisment

ଏହି ଦୁର୍ଘଟଣା ଘଟିବା ବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ପୃଥକ ବିମାନରେ ଏହି କାର୍ଯ୍ୟକ୍ରମକୁ ଯାତ୍ରା କରୁଥିଲେ। ଘଟଣା ସଂପର୍କରେ ଖବର ପାଇବା ପରେ ସେ ଇସଲାମବାଦ ଫେରି ଯାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe