Advertisment

କରୋନା: ଆଇଏସ୍‌ ଆତଙ୍କୀଙ୍କୁ ବୁଲାବୁଲି ମନା, ହାତ ଧୋଇବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭୟକୁ ଅସ୍ତ୍ର କରି ସାଧାରଣ ଲୋକଙ୍କୁ ଡରାଉଥିବା ଆତଙ୍କବାଦୀମାନେ ଏବେ କରୋନା ଭାଇରସ୍‌ ଭୟରେ ଆତଙ୍କିତ। ଇସଲାମିକ୍‌ ଷ୍ଟେଟ୍‌ ବା ଆଇଏସ୍‌ ଆତଙ୍କବାଦୀ ସଂଗଠନ ଦେଇଥିବା ନିର୍ଦ୍ଦେଶରୁ ଏଭଳି କଥା ସ୍ପଷ୍ଟ ହୋଇଯାଇଛି। ସେମାନଙ୍କୁ କୁହାଯାଇଛି, କରୋନା ବ୍ୟାପୁଥିବା ଦେଶକୁ ସେମାନେ ଗସ୍ତ କରିବେ ନାହିଁ। ସାରା ବିଶ୍ୱରେ ଜାରି କରାଯାଇଥିବା ଅଲ୍‌-ନବା ନାମକ ନ୍ୟୁଜ୍‌ ଲେଟର୍‌ରେ ଆତଙ୍କବାଦୀମାନଙ୍କୁ ଆଇଏସ୍‌ ପକ୍ଷରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି। ଏଥିରେ କୁହାଯାଇଛି, ସବୁବେଳେ ଏପରିକି ରାତି ଅଧରେ ଉଠିଲେ […]

ଅଦ୍ୟତନ ହୋଇଛି
କରୋନା: ଆଇଏସ୍‌ ଆତଙ୍କୀଙ୍କୁ ବୁଲାବୁଲି ମନା, ହାତ ଧୋଇବାକୁ ନିର୍ଦ୍ଦେଶ

IS

Advertisment

ନୂଆଦିଲ୍ଲୀ: ଭୟକୁ ଅସ୍ତ୍ର କରି ସାଧାରଣ ଲୋକଙ୍କୁ ଡରାଉଥିବା ଆତଙ୍କବାଦୀମାନେ ଏବେ କରୋନା ଭାଇରସ୍‌ ଭୟରେ ଆତଙ୍କିତ। ଇସଲାମିକ୍‌ ଷ୍ଟେଟ୍‌ ବା ଆଇଏସ୍‌ ଆତଙ୍କବାଦୀ ସଂଗଠନ ଦେଇଥିବା ନିର୍ଦ୍ଦେଶରୁ ଏଭଳି କଥା ସ୍ପଷ୍ଟ ହୋଇଯାଇଛି। ସେମାନଙ୍କୁ କୁହାଯାଇଛି, କରୋନା ବ୍ୟାପୁଥିବା ଦେଶକୁ ସେମାନେ ଗସ୍ତ କରିବେ ନାହିଁ। ସାରା ବିଶ୍ୱରେ ଜାରି କରାଯାଇଥିବା ଅଲ୍‌-ନବା ନାମକ ନ୍ୟୁଜ୍‌ ଲେଟର୍‌ରେ ଆତଙ୍କବାଦୀମାନଙ୍କୁ ଆଇଏସ୍‌ ପକ୍ଷରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି।

Advertisment

ଏଥିରେ କୁହାଯାଇଛି, ସବୁବେଳେ ଏପରିକି ରାତି ଅଧରେ ଉଠିଲେ ମଧ୍ୟ ଜିହାଦୀମାନେ ହାତ ଧୋଇବେ। ଡେଲି ମେଲ୍‌ ନାମକ ଏକ ସମ୍ବାଦପତ୍ରରେ ପ୍ରକାଶିତ ଖବର ଅନୁଯାୟୀ, ସେମାନଙ୍କୁ ଅସୁସ୍ଥ ଲୋକମାନଙ୍କଠାରୁ ଦୂରେଇ ରହିବାକୁ କୁହାଯାଇଛି। ଏହା ସହିତ ହାତ ଧୁଆ ଏବଂ ବିଦେଶ ଭ୍ରମଣ ଆଦି ସମ୍ପର୍କିତ ନିର୍ଦ୍ଦେଶ ମଧ୍ୟ ରହିଛି।

ଏହି ନିର୍ଦ୍ଦେଶରେ ଆଇଏସ୍‌ର ଅନୁଗାମୀଙ୍କୁ କୁହାଯାଇଛି, ସେମାନେ ଈଶ୍ୱରଙ୍କ ଉପରେ ବିଶ୍ୱାସ ରଖନ୍ତୁ। ଈଶ୍ୱର ଯାହାକୁ ବାଛିଛନ୍ତି ସେମାନଙ୍କୁ ହିଁ ଏହି ଭୂତାଣୁ ଆକ୍ରମଣ କରିବ ଏବଂ ଅନ୍ୟମାନଙ୍କୁ କିଛି ହେବନି ବୋଲି ଏଥିରେ କୁହାଯାଇଛି। ଏଥିରେ କୁହାଯାଇଛି, ଏକ ସିଂହଠାରୁ ଖସି ପଳାଇଯିବା ପରି ଆକ୍ରାନ୍ତଙ୍କଠାରୁ ଖସି ପଳାଇଯିବାକୁ ହେବ।

Advertisment

ଆଇଏସ୍‌ ବିଶ୍ୱର ବିଭିନ୍ନ ବିଶେଷଜ୍ଞଙ୍କ ପରାମର୍ଶକୁ ଏହି ନିର୍ଦ୍ଦେଶାବାଳୀରେ ଦୋହରାଇଛି। ମୁହଁ ଓ ନାକକୁ ଢାଙ୍କି କରି ଛିଙ୍କିବା ଏବଂ ଅନ୍ୟ କିଛି ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ସାରା ବିଶ୍ୱରେ ୫ ହଜାର ଜୀବନ ଯିବା ପରେ ଆଇଏସ୍‌ ସଂଗଠନର ଆତଙ୍କବାଦୀଙ୍କ ମନରେ ଏଭଳି ଛନକା ପଶିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe