Advertisment

ଦିଲ୍ଲୀ ବିସ୍ଫୋରଣ ପଛରେ 'ଜୈସ-ଉଲ-ହିନ୍ଦ'

ନୂଆଦିଲ୍ଲୀ:  ରାଜଧାନୀ ଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣ ପଛରେ ଜୈସ-ଉଲ-ହିନ୍ଦ ଆତଙ୍କବାଦୀ ସଙ୍ଗଠନର ହାତ ରହିଛି। ଏନେଇ ସୋଶାଲ ମିଡିଆରେ ପୋଷ୍ଟ କରି ବିସ୍ଫୋରଣ ପାଇଁ ନିଜକୁ  ଦାୟୀ କରିଛି ସଙ୍ଗଠନ। ସେପଟେ ଦେଶର ଗୁଇନ୍ଦା ଏଜେନ୍ସି  ଆତଙ୍କବାଦୀ ସଙ୍ଗଠନ କରିଥିବା ଏହି ଦାବିର ଯାଂଚ କରୁଛନ୍ତି। ଟେଲିଗ୍ରାମରେ ଏକ ଚାର୍ଟରୁ ବିସ୍ଫୋରଣ ପଛରେ ଜୈସ-ଉଲ–ହିନ୍ଦର ହାତ ଥିବା ନେଇ ଜଣାପଡ଼ିଛି । ଏପରିକି ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ପୂର୍ବରୁ ଏହି […]

ଦିଲ୍ଲୀ ବିସ୍ଫୋରଣ ପଛରେ 'ଜୈସ-ଉଲ-ହିନ୍ଦ'

blast

Advertisment

ନୂଆଦିଲ୍ଲୀ:  ରାଜଧାନୀ ଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣ ପଛରେ ଜୈସ-ଉଲ-ହିନ୍ଦ ଆତଙ୍କବାଦୀ ସଙ୍ଗଠନର ହାତ ରହିଛି। ଏନେଇ ସୋଶାଲ ମିଡିଆରେ ପୋଷ୍ଟ କରି ବିସ୍ଫୋରଣ ପାଇଁ ନିଜକୁ  ଦାୟୀ କରିଛି ସଙ୍ଗଠନ। ସେପଟେ ଦେଶର ଗୁଇନ୍ଦା ଏଜେନ୍ସି  ଆତଙ୍କବାଦୀ ସଙ୍ଗଠନ କରିଥିବା ଏହି ଦାବିର ଯାଂଚ କରୁଛନ୍ତି। ଟେଲିଗ୍ରାମରେ ଏକ ଚାର୍ଟରୁ ବିସ୍ଫୋରଣ ପଛରେ ଜୈସ-ଉଲ–ହିନ୍ଦର ହାତ ଥିବା ନେଇ ଜଣାପଡ଼ିଛି । ଏପରିକି ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ପୂର୍ବରୁ ଏହି ଆତଙ୍କୀ ସଂଗଠନର ସଦସ୍ୟ ରେକି କରିଥିଲେ ବୋଲି କୁହାଯାଉଛି ।

Advertisment

ଯାଂଚ ବେଳେ ଆଜି ବିସ୍ଫୋରଣ ସ୍ଥଳରୁ ଏକ ଲଫାପ ମିଳିଥିଲା। ଏଥିରେ ଏହା କେବଳ ଟ୍ରେଲର ବୋଲି କୁହାଯାଇଛି। ମିଳିଥିବା ଏହି ଲଫାପା ଆତଙ୍କବାଦୀଙ୍କ ଉଦ୍ଦେଶ୍ୟ ଆଡ଼କୁ ଇସାରା କରୁଛି । ସେହିପରି ଇରାନ ସୈନ୍ୟ କମାଣ୍ଡର ଏବଂ ଆଣବିକ ବୈଜ୍ଞାନିକ ଫଖରଜାଦେହଙ୍କ ହତ୍ୟାର ପରିଷୋଧ ନିଆଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି।

ଏହି ମାମଲାର ଛାନଭିନ୍ ପାଇଁ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ଘଟଣା ସ୍ଥଳରେ ପହଞ୍ଚିଛି । ୬ରୁ ୭ଜଣ ବରିଷ୍ଠ ଅଧିକାରୀ ଆଜି ସକାଳୁ ବିଜୟ ଚୌକ୍ ନିକଟରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି । ଦିଲ୍ଲୀରେ ଥିବା ଇରାନ୍ ନାଗରିକଙ୍କ ବାବଦରେ ଯାଂଚକାରୀ ସଂସ୍ଥା ତଥ୍ୟ ଏକତ୍ରିତ କରୁଛନ୍ତି । ଦିଲ୍ଲୀର ବିଭିନ୍ନ ସମ୍ବେଦନଶୀଳ ଅଂଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

Advertisment

ସୂଚାନାଯୋଗ୍ୟ, ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ଇସ୍ରାଏଲ ଦୂତାବାସ ସାମ୍ନାରେ ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ଛାନଭିନ୍ ଜାରି ରହିଛି । ପୋଲିସ ଏହାକୁ ମାମୁଲି ବିସ୍ଫୋରଣ କହିଥିଲେ ମଧ୍ୟ ତିନୋଟି କାର୍ କ୍ଷତିଗ୍ରସ୍ତ ହୋଇଛି । ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି ।

Delhi Blast
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe