Advertisment

ଜଘନ୍ୟ ଅପରାଧ ପାଇଁ ନାବାଳକଙ୍କୁ ଦିଆଯିବ କଠୋର ଦଣ୍ଡ

ନୂଆଦିଲ୍ଲୀ:ଜଘନ୍ୟ ଅପରାଧ ଘଟାଇଲେ ଏଣିକି ସାବାଳକଙ୍କଭଳି ନାବାଳକଙ୍କୁ ବି ଭୋଗିବାକୁ ପଡିବ କଠୋର ଦଣ୍ଡ। ଏକ୍ଷେତ୍ରରେ ୧୬ରୁ ୧୮ ବର୍ଷ ବୟସର ନାବାଳକଙ୍କୁ ସାବାଳକ ଭାବେ ବିଚାର କରାଯିବ। ଏନେଇ ଜୁଭେନାଇଲ ଜଷ୍ଟିସ ବା ବାଳ ଅପରାଧ ଆଇନରେ ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁର ଦେଇଛି। ଫଳରେ ବଳାକ୍ରାର, ହତ୍ୟା, ଡକାୟତି ଏବଂ ଏସିଡ ଆକ୍ରମଣ ଭଳି ଅପରାଧରେ ଜଡିତ ୧୬ରୁ ୧୮ ବର୍ଷ ବୟସର ନାବାଳକଙ୍କ ବିଚାର ଏଣିକିି ଆଉ ବାଳ ଅପରାଧ ଆଇନ […]

ଅଦ୍ୟତନ ହୋଇଛି
ଜଘନ୍ୟ ଅପରାଧ ପାଇଁ ନାବାଳକଙ୍କୁ ଦିଆଯିବ କଠୋର ଦଣ୍ଡ

nirbhaya

Advertisment

ନୂଆଦିଲ୍ଲୀ:ଜଘନ୍ୟ ଅପରାଧ ଘଟାଇଲେ ଏଣିକି ସାବାଳକଙ୍କଭଳି ନାବାଳକଙ୍କୁ ବି ଭୋଗିବାକୁ ପଡିବ କଠୋର ଦଣ୍ଡ। ଏକ୍ଷେତ୍ରରେ ୧୬ରୁ ୧୮ ବର୍ଷ ବୟସର ନାବାଳକଙ୍କୁ ସାବାଳକ ଭାବେ ବିଚାର କରାଯିବ। ଏନେଇ ଜୁଭେନାଇଲ ଜଷ୍ଟିସ ବା ବାଳ ଅପରାଧ ଆଇନରେ ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁର ଦେଇଛି।

Advertisment

ଫଳରେ ବଳାକ୍ରାର, ହତ୍ୟା, ଡକାୟତି ଏବଂ ଏସିଡ ଆକ୍ରମଣ ଭଳି ଅପରାଧରେ ଜଡିତ ୧୬ରୁ ୧୮ ବର୍ଷ ବୟସର ନାବାଳକଙ୍କ ବିଚାର ଏଣିକିି ଆଉ ବାଳ ଅପରାଧ ଆଇନ ଅନୁଯାଇ ହେବ ନାହିଁ। ତେବେ ନାବାଳକ ଦ୍ୱାରା ସଂଘଟିତ ଅପରାଧ ଜଘନ୍ୟ କି ନୁହେଁ ତାହା ଜୁଭେନାଇଲ ବୋର୍ଡର ଏକ କମିଟି ସ୍ଥିର କରିବ। ମନୋଚିକିତ୍ସକ ଓ ସମାଜ ବେଶେଷଜ୍ଞ ଏହି କମିଟିର ସଦସ୍ୟ ରହିବେ ।ଜଘନ୍ୟ ଅପରାଧରେ ସମ୍ପୃକ୍ତ ୧୬ରୁ ୧୮ ବୟସ ମଧ୍ୟରେ କିଶୋରଙ୍କ ଦ୍ୱାରା ସଂଘଟିତ ଜଘନ୍ୟ ଅପରାଧ କ୍ଷେତ୍ରରେ ଆଇପିସି ଧାରା ଅନୁଯାଇ ମାମାଲା ରୁଜୁ କରିବାକୁ ସୁପାରିଶ କରିଥିଲା। ସୁପ୍ରିମକୋର୍ଟ ମଧ୍ୟ ଜଘନ୍ୟ ଅପରାଧରେ ସମ୍ପୃକ୍ତ ନାବାଳକଙ୍କ ମାମଲାରେ ବାଳ ଅପରାଧ ଆଇନ ବ୍ୟବସ୍ଥାର ସମୀକ୍ଷା କରାଯିବାର ଆବଶ୍ୟକତା ଉପରେ ମତ ରଖିଥିଲେ।

୨୦୧୨ରେ ଘଟିଥିବା ଦିଲ୍ଲୀର ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାଘଟଣାପରେ ଜଘନ୍ୟ ଅପରାଧ ଘଟାଉଥିବା ନାବାଳକମାନଙ୍କୁ ସାବାଳକ ଭାବେ ବିଚାର କରାଯାଇ କଠୋର ଦଣ୍ଡବିଧାନ କରିବାକୁ ଦାବି ଜୋରଧରିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe