ଜମ୍ମୁ ଓ କାଶ୍ମୀର: ହଦୱାଡା ଏନକାଉଣ୍ଟରରେ ଜଣେ ଆତଙ୍କୀ ମୃତ

କୁପୱାଡା: ଜମ୍ମୁ-କାଶ୍ମୀର ହଦୱାଡାରେ ଚାଲିଥିବା ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଆଜି ଜଣେ ଆତଙ୍କୀର ମୃତ୍ୟୁ ଘଟିଛି। ଆଉ ୨ ଆତଙ୍କୀ ଘନ ଜଙ୍ଗଲରେ ଲୁଚି ରହିଥିବା ଜଣାପଡିଛି। ଏହି ଘଞ୍ଚ ଜଙ୍ଗଲରେ ୩ ଆତଙ୍କୀ ଲୁଚି ରହିଥିବା ନେଇ ଗତକାଲି ସୁରକ୍ଷାକର୍ମୀଙ୍କ ନିକଟକୁ ସୂଚନା ମିଳିଥିଲା। ଏହାପରେ ସୁରକ୍ଷାକର୍ମୀ ଏନକାଉଣ୍ଟର ଆରମ୍ଭ କରିଥିଲେ। ଏବେ ବି ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଛି। ଜମ୍ମୁ ଓ କାଶ୍ମୀର ପୋଲିସର ସ୍ୱତନ୍ତ୍ର ଅପରେସନ୍ ଗ୍ରୁପ୍ ଓ ସେନା […]

ancounter

Rakesh Mallick
  • Published: Sunday, 11 October 2015
  • , Updated: 11 October 2015, 01:25 PM IST

କୁପୱାଡା: ଜମ୍ମୁ-କାଶ୍ମୀର ହଦୱାଡାରେ ଚାଲିଥିବା ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଆଜି ଜଣେ ଆତଙ୍କୀର ମୃତ୍ୟୁ ଘଟିଛି। ଆଉ ୨ ଆତଙ୍କୀ ଘନ ଜଙ୍ଗଲରେ ଲୁଚି ରହିଥିବା ଜଣାପଡିଛି। ଏହି ଘଞ୍ଚ ଜଙ୍ଗଲରେ ୩ ଆତଙ୍କୀ ଲୁଚି ରହିଥିବା ନେଇ ଗତକାଲି ସୁରକ୍ଷାକର୍ମୀଙ୍କ ନିକଟକୁ ସୂଚନା ମିଳିଥିଲା। ଏହାପରେ ସୁରକ୍ଷାକର୍ମୀ ଏନକାଉଣ୍ଟର ଆରମ୍ଭ କରିଥିଲେ।

ଏବେ ବି ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଛି। ଜମ୍ମୁ ଓ କାଶ୍ମୀର ପୋଲିସର ସ୍ୱତନ୍ତ୍ର ଅପରେସନ୍ ଗ୍ରୁପ୍ ଓ ସେନା ଯବାନ ମିଶି ଆତଙ୍କୀଙ୍କ ସହ ଲଢୁଛନ୍ତି। ଉତ୍ତର କାଶ୍ମୀର ଡିଆଇଜି ଗରିବ ଦାସ କହିଛନ୍ତି, ସୁରକ୍ଷାକର୍ମୀମାନେ ଜଙ୍ଗଲ ଆଡକୁ ଆଗେଇବା ବେଳେ  ଆତଙ୍କୀମାନେ ଗୁଳି ଚାଳନା କରିଥିଲେ।

Related story