Advertisment

ଜମ୍ମୁ: ଉରୀ ସେକ୍ଟରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ: ୧୭ ଯବାନ ସହିଦ

ଜମ୍ମୁ: ଜମ୍ମୁ ଓ କାଶ୍ମୀରର ଉରୀ ସେକ୍ଟରରେ ଥିବା ଆର୍ମି ବିଗ୍ରେଡ୍‌ ହେଡକ୍ୱାର୍ଟର୍ସ ଉପରେ ଆଜି ଭୋର ୫ଟା୩୦ରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ୧୭ ଜଣ ଯବାନ ସହିଦ ହୋଇ ଥିବା ବେଳେ ୧୨ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ୪ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ପ୍ରାୟ ୬ ଘଣ୍ଟା ଧରି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ସମସ୍ତ ୪ ଆତଙ୍କବାଦୀଙ୍କ […]

ଅଦ୍ୟତନ ହୋଇଛି
ଜମ୍ମୁ: ଉରୀ ସେକ୍ଟରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ: ୧୭ ଯବାନ ସହିଦ

indian-army

Advertisment

ଜମ୍ମୁ: ଜମ୍ମୁ ଓ କାଶ୍ମୀରର ଉରୀ ସେକ୍ଟରରେ ଥିବା ଆର୍ମି ବିଗ୍ରେଡ୍‌ ହେଡକ୍ୱାର୍ଟର୍ସ ଉପରେ ଆଜି ଭୋର ୫ଟା୩୦ରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ୧୭ ଜଣ ଯବାନ ସହିଦ ହୋଇ ଥିବା ବେଳେ ୧୨ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ୪ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି।

Advertisment

ପ୍ରାୟ ୬ ଘଣ୍ଟା ଧରି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ସମସ୍ତ ୪ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହି ଘଟଣା ପରେ ଉରୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଜାରି ରହିଛି।

ଆତଙ୍କବାଦୀ ଆକ୍ରମଣ ପରେ ଗୃହମନ୍ତ୍ରୀ ରାଜନାଥ ସିଂହ ତାଙ୍କ ଋଷିଆ ଗସ୍ତ ବାତିଲ୍‌ କରିଛନ୍ତି। ଉରୀ ସ୍ଥିତି ସମୀକ୍ଷା ଲାଗି ରାଜନାଥ ଏକ ଜରୁରୀ ବୈଠକ ଡାକି ଆଲୋଚନା କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe