Advertisment

ଏଣିକି ଜନଧନ ଆକାଉଣ୍ଟରେ ଦଶ ହଜାର ଯାଏ କରିହେବ ଓଭରଡ୍ରାଫ୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ପ୍ରତି ଲୋକଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ କେନ୍ଦ୍ର ସରକାର ଓଭରଡ୍ରାଫ୍ଟ ସୀମାକୁ ୫ହଜାରରୁ ୧୦ ହଜାରକୁ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି ଯୋଜନାରେ ପ୍ରତି ପରିବାରର ବ୍ୟାଙ୍କ ଆକାଉଣ୍ଟ୍‌ ରହିବ ବୋଲି ନିଷ୍ପତ୍ତି ହୋଇଥିବା ବେଳେ ଏବେ ପ୍ରତ୍ୟେକ ବ୍ୟକ୍ତିଙ୍କ ନାଁରେ ଯେମିତି ବ୍ୟାଙ୍କ ଆକାଉଣ୍ଟ୍‌ ରହିବ, ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବ। ଏହି ଓଭରଡ୍ରାଫ୍ଟ ବ୍ୟବସ୍ଥାର ସୁବିଧା ପାଇବା ବ୍ୟକ୍ତିଙ୍କ ବୟସ ମଧ୍ୟ ୬୦ରୁ ୬୫କୁ ବୃଦ୍ଧି କରାଯାଇଛି। […]

ଏଣିକି ଜନଧନ ଆକାଉଣ୍ଟରେ ଦଶ ହଜାର ଯାଏ କରିହେବ ଓଭରଡ୍ରାଫ୍ଟ 

aaaa

Advertisment

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ପ୍ରତି ଲୋକଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ କେନ୍ଦ୍ର ସରକାର ଓଭରଡ୍ରାଫ୍ଟ ସୀମାକୁ ୫ହଜାରରୁ ୧୦ ହଜାରକୁ ବୃଦ୍ଧି କରିଛନ୍ତି।

Advertisment

ପୂର୍ବରୁ ଏହି ଯୋଜନାରେ ପ୍ରତି ପରିବାରର ବ୍ୟାଙ୍କ ଆକାଉଣ୍ଟ୍‌ ରହିବ ବୋଲି ନିଷ୍ପତ୍ତି ହୋଇଥିବା ବେଳେ ଏବେ ପ୍ରତ୍ୟେକ ବ୍ୟକ୍ତିଙ୍କ ନାଁରେ ଯେମିତି ବ୍ୟାଙ୍କ ଆକାଉଣ୍ଟ୍‌ ରହିବ, ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବ।

ଏହି ଓଭରଡ୍ରାଫ୍ଟ ବ୍ୟବସ୍ଥାର ସୁବିଧା ପାଇବା ବ୍ୟକ୍ତିଙ୍କ ବୟସ ମଧ୍ୟ ୬୦ରୁ ୬୫କୁ ବୃଦ୍ଧି କରାଯାଇଛି। ଏଭଳି ନିଷ୍ପତ୍ତିକୁ କେନ୍ଦ୍ର କ୍ୟାବିନେଟ୍‌ ଅନୁମୋଦନ ଦେଇଛି।

Advertisment

ଦେଶର ପ୍ରତ୍ୟେକ ପରିବାର/ପ୍ରାପ୍ତବୟସ୍କଙ୍କ ନିକଟରେ ଗୋଟିଏ ସର୍ବନିମ୍ନ ବ୍ୟାଙ୍କ ଜମା ରହିବ। ଫଳରେ ସେମାନେ ଅନ୍ୟ ଆର୍ଥିକ ସେବା, ସାମାଜିକ ନିରାପତ୍ତା ଯୋଜନା ଏବଂ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ ସୁବିଧା ପାଇପାରିବେ।

ବର୍ତ୍ତମାନ ସୁଦ୍ଧା ପାଖାପାଖି ୩୨.୪୧ କୋଟି ଜନ ଧନ ଜମା ଖାତା ଖୋଲାଯାଇଛି। ଏହି ଖାତାଗୁଡ଼ିକରେ ୮୧,୨୦୦ କୋଟି ଜମା ରହିଛି। ୫୩% ମହିଳା ଜନଧନ ଖାତାଧାରୀ ରହିଥିବା ବେଳେ ୫୯% ଜନଧନ ଖାତା ଗ୍ରାମାଞ୍ଚଳ ଓ ଉପ ସହରାଞ୍ଚଳରେ ରହିଛି। କାର୍ଯ୍ୟକ୍ଷମ ଥିବା ୭.୫ କୋଟିରୁ ଅଧିକ ଜନ ଧନ ଆକାଉଣ୍ଟକୁ ଡିବିଟି ଜରିଆରେ ସବ୍‌ସିଡି ନଗଦ ଆକାରରେ ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe