Advertisment

ଜାଠ ଆନ୍ଦୋଳନର ଆଜି ଦ୍ୱିତୀୟ ଦିନ, ୮ଟି  ସହରରେ ୧୪୪ ଧାରା ଜାରି

ନୂଆଦିଲ୍ଲୀ: ହରିୟାଣାରେ ପୁଣି ଜାଠ ଆନ୍ଦୋଳନ ଜୋର ଧରିଛି। ସଂରକ୍ଷଣ ଦାବି ନେଇ ପୁଣି ଥରେ ଜାଠ ସଂପ୍ରଦାୟ ଏହି ଆନ୍ଦୋଳନ ଆରମ୍ଭ କରିଛି। ରୋହତକ ଜିଲ୍ଲାର ଜାସିଆ ଗାଁରେ ଏକ ଯଜ୍ଞ କରିବା ପରେ ଦିଲ୍ଲୀ-ହରିୟାଣା ରାଜପଥ ପାର୍ଶ୍ୱରେ ଜାଠ ସଂପ୍ରଦାୟ ଲୋକମାନେ ଧାରଣା ଦେଇଛନ୍ତି। ଅନ୍ୟପକ୍ଷରେ ଅଘଟଣ ଆଶଙ୍କାରେ ରାଜ୍ୟର ବିଭିନ୍ନ ସ୍ଥାନରେ ୫୫ ପ୍ଲାଟୁନ ଅର୍ଦ୍ଧ ସାମରିକ ବାହିନୀ ଏବଂ ରାଜ୍ୟ ପୋଲିସ ମୁତୟନ କରାଯାଇଛି । ସେହିପରି ୮ଟି ସହରରେ ରାଜ୍ୟ […]

ଜାଠ ଆନ୍ଦୋଳନର ଆଜି ଦ୍ୱିତୀୟ ଦିନ, ୮ଟି  ସହରରେ ୧୪୪ ଧାରା ଜାରି

jat-protest-

Advertisment

ନୂଆଦିଲ୍ଲୀ: ହରିୟାଣାରେ ପୁଣି ଜାଠ ଆନ୍ଦୋଳନ ଜୋର ଧରିଛି। ସଂରକ୍ଷଣ ଦାବି ନେଇ ପୁଣି ଥରେ ଜାଠ ସଂପ୍ରଦାୟ ଏହି ଆନ୍ଦୋଳନ ଆରମ୍ଭ କରିଛି। ରୋହତକ ଜିଲ୍ଲାର ଜାସିଆ ଗାଁରେ ଏକ ଯଜ୍ଞ କରିବା ପରେ ଦିଲ୍ଲୀ-ହରିୟାଣା ରାଜପଥ ପାର୍ଶ୍ୱରେ ଜାଠ ସଂପ୍ରଦାୟ ଲୋକମାନେ ଧାରଣା ଦେଇଛନ୍ତି।

Advertisment

ଅନ୍ୟପକ୍ଷରେ ଅଘଟଣ ଆଶଙ୍କାରେ ରାଜ୍ୟର ବିଭିନ୍ନ ସ୍ଥାନରେ ୫୫ ପ୍ଲାଟୁନ ଅର୍ଦ୍ଧ ସାମରିକ ବାହିନୀ ଏବଂ ରାଜ୍ୟ ପୋଲିସ ମୁତୟନ କରାଯାଇଛି । ସେହିପରି ୮ଟି ସହରରେ ରାଜ୍ୟ ସରକାର ୧୪୪ ଧାରା ଜାରି କରିବା ସହ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯାଇଛି। ସମସ୍ତ ଇଣ୍ଟରନେଟ୍ ସେବା, ମୋବାଇଲ ଏମସ୍‌ଏମ୍‌ଏସ୍ ସେବାକୁ ମଧ୍ୟ ବନ୍ଦ କରିଦିଆଯାଇଛି।

ଗତ ଫେବୃୟାରୀରେ ଜାଠ ସଂପ୍ରଦାୟର ଏହି ସଂରକ୍ଷଣ ଦାବି ଆନ୍ଦୋଳନରେ  ହରିୟାଣାରେ ବହୁ ଧନ ସମ୍ପତ୍ତି ନଷ୍ଟ ହୋଇଥିଲା। ପୋଲିସ୍ ଗୁଳିରେ କିଛି ଜାଠ ସଂପ୍ରଦାୟ ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା। ତେବେ ପ୍ରତିଶ୍ରୁତି  ମୁତାବକ ଦାବି ପୂରଣ ନ ହେବାରୁ ଗତକାଲିଠୁ ପୁଣି ଆନ୍ଦୋଳନକୁ ଓହ୍ଲାଇଛି ଜାଠ ସଂପ୍ରଦାୟ। ଚାକିରୀ କ୍ଷେତ୍ରରେ  ସଂରକ୍ଷଣ ସହ ପୋଲିସ ଗୁଳିରେ ପ୍ରାଣ ହରାଇଥିବା  ଲୋକଙ୍କ ପରିବାର ସଦସ୍ୟଙ୍କୁ ଚାକିରୀ ଏବଂ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦାବି କରି  ଜାଠ ସମ୍ପ୍ରଦାୟର ଲୋକମାନେ ଏହି ଆନ୍ଦୋଳନ ଆରମ୍ଭ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe