ଜାତୀୟ ସାମାଜିକ ସୁରକ୍ଷା ଯୋଜନାର ଶୁଭାରମ୍ଭ ଆଜି

ଭୁବନେଶ୍ୱର: ଆଜି ତିନି ତିନିଟି ମେଗା ଜାତୀୟ ସମାଜିକ ସୁରକ୍ଷା ଯୋଜନାର ଶୁଭାରମ୍ଭ କରିବେ ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋଲକାତାରେ ମୋଦି ଏହି ଯୋଜନାର ଶୁଭାରମ୍ଭ କରିବେ । ଏହା ଅନ୍ତର୍ଗତ ସାଧାରଣ ଲୋକଙ୍କୁ ବୀମା ଓ ପେନସନ୍ ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ  ରଖାଯାଇଛି । ଏହି ଯୋଜନା ଗୁଡିକ ହେଉଛି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜୋତି ବୀମା ଯୋଜନା ଓ ଅଟଳ ପେନସନ୍ ଯୋଜନା । ଦେଶର ୧୧୨ଟି […]

PMJJBY-PMSBY-

Rakesh Mallick
  • Published: Saturday, 09 May 2015
  • , Updated: 09 May 2015, 04:48 AM IST

ଭୁବନେଶ୍ୱର: ଆଜି ତିନି ତିନିଟି ମେଗା ଜାତୀୟ ସମାଜିକ ସୁରକ୍ଷା ଯୋଜନାର ଶୁଭାରମ୍ଭ କରିବେ ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋଲକାତାରେ ମୋଦି ଏହି ଯୋଜନାର ଶୁଭାରମ୍ଭ କରିବେ । ଏହା ଅନ୍ତର୍ଗତ ସାଧାରଣ ଲୋକଙ୍କୁ ବୀମା ଓ ପେନସନ୍ ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ  ରଖାଯାଇଛି । ଏହି ଯୋଜନା ଗୁଡିକ ହେଉଛି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜୋତି ବୀମା ଯୋଜନା ଓ ଅଟଳ ପେନସନ୍ ଯୋଜନା । ଦେଶର ୧୧୨ଟି ସ୍ଥାନରେ ଏକା ସାଙ୍ଗରେ ଏହି ଯୋଜନା ଆରମ୍ଭ ହେବ । କେନ୍ଦ୍ରର ବରିଷ୍ଠ ମନ୍ତ୍ରୀ ବିଭିନ୍ନ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀମାନେ ଏହାର ଶୁଭାରମ୍ଭ କରିବେ । ଜନଧନ ଯୋଜନା ପେର କେନ୍ଦ୍ର ଏନଡିଏ ସରକାର ଏହି ମହତକାଂକ୍ଷୀ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଅନ୍ୟପକରେ ପଶ୍ଚିମବଙ୍ଗରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ଥିବାରୁ ମୋଦି ଏସବୁ ଯୋଜନାର ଶୁଭାରମ୍ଭ ଲାଗି  କୋଲକାତାକୁ ଚୟନ କରିଥିବା କୁହାଯାଇଛି । ଭୁବନେଶ୍ୱର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ଡ. ଏସ.ସି ଜମିର, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଉଷା ଦେବୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ସମ୍ବଲପୁରଠାରେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଏବଂ ବ୍ରହ୍ମପୁର ଠାରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଡଃ ମେହେଶ ଶର୍ମା ଏହି ସବୁ ଜାତୀୟ ସାମାଜିକ ସୁରକ୍ଷା ଯୋଜନାର ଶୁଭାରମ୍ଭ କରିବେ।

Related story