India vs Pakistan World T20 match
ମୁମ୍ୱାଇ: କୋଲକାତାରେ ଗତ ଶନିବାର ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଜାତୀୟ ସଙ୍ଗୀତ ଗାଇ ବହୁ ବାଃ ବାଃ ଗୋଟାଇଥିବା ଅମିତାଭ ବଚ୍ଚନ ଏବେ ଅଡୁଆରେ ପଡ଼ିଯାଇଛନ୍ତି। ବିଗ୍ ବି ଜାତୀୟ ସଙ୍ଗୀତ ଗାନ କରିବାରେ ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ ନେଇଥିବାରୁ ତାଙ୍କ ବିରୋଧରେ ମାମଲା ଦାୟର କରାଯାଇଛି। ଏହାସହ ସେ ଭୁଲ୍ ଶବ୍ଦ ବ୍ୟବହାର କରିଥିବା ମଧ୍ୟ ଅଭିଯୋଗ ହେଇଛି। ଏ ନେଇ ଦିଲ୍ଲୀର ଅଶୋକ ନଗର ଥାନାରେ ଏକ ମାମଲା ଦାୟର କରାଯାଇଛି।
ଦାୟର ମାମଲାରେ ଉଲ୍ଲେଖ କରାଯାଇଛି ଯେ, ଅମିତାଭ ଜାତୀୟ ସଙ୍ଗୀତ ଗାଇବା ପାଇଁ ୫୨ ସେକେଣ୍ଡ ବଦଳରେ ୧ ମିନିଟ୍ ୧୦ ସେକେଣ୍ଡ୍ ନେଇଥିଲେ। ନୂଆ ସ୍ୱରରେ ସେ ଜାତୀୟ ସଙ୍ଗୀତ ଗାନ କରିଛନ୍ତି। ସିନ୍ଧୁ ବଦଳରେ ସିଂହ ଓ ‘ଦାୟକ’ ବଦଳରେ ‘ନାୟକ’ ଶବ୍ଦ ବ୍ୟବହାର କରିଛନ୍ତି।
ବିଗ୍ ବି ଜାତୀୟ ସଙ୍ଗୀତ ଗାନ କରିବାକୁ ଟଙ୍କା ନେଇଥିବା ଚର୍ଚ୍ଚା ହୋଇଥିଲା। ହେଲେ ରବିବାର ପଶ୍ଚିମବଙ୍ଗ କ୍ରିକେଟ୍ ଅସୋସିଏସନ୍ ଏହାକୁ ଖଣ୍ଡନ କରିଥିଲେ।
ଏହି ମ୍ୟାଚ୍ ପୂର୍ବରୁ ପାକିସ୍ତାନ କଣ୍ଠଶିଳ୍ପୀ ସଫାକତ ଅଲ୍ଲୀଙ୍କ ବିରୋଧରେ ମଧ୍ୟ ଜାତୀୟ ସଙ୍ଗୀତ ଭୁଲ୍ ଗାନ କରିବାର ଅଭିଯୋଗ ହୋଇଥିଲା। ଏହାକୁ ନେଇ ସୋସିଆଲ୍ ମିଡ଼ିଆରେ ଆଲୋଚନା ହୋଇଥିଲା। ଏହାପରେ ସଫାକତ୍ ନିଜ ଭୁଲ୍ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/03/amitabh-bachchan-pti-759.jpg)