ନୂଆଦିଲ୍ଲୀ: ଗୁଜରାଟ ଗାନ୍ଧିନଗର ଆସନରୁ ଆଡଭାନୀଙ୍କ ସ୍ଥାନରେ ଅମିତ ଶାହଙ୍କୁ ବିଜେପି ଟିକେଟ ଦେବାର ଦୁଇ ଦିନ ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଆଡଭାନୀ ଗାନ୍ଧିନଗର ନିର୍ବାଚନ ବାରମ୍ବାର ଜିତିବା ପଛରେ ଅମିତ ଶାହଙ୍କ ଯୋଗଦାନ ରହିଛି। ୧୯୯୧ ପରେ ୧୯୯୮ରୁ ଲଗାତର ଲାଲକୃଷ୍ଣ ଆଡ଼ଭାନୀ ଗାନ୍ଧିନଗରରୁ ନିର୍ବାଚିତ ହୋଇଆସୁଥିଲେ। ଏହି ଆସନ ପାଇଁ ଅମିତ ଶାହ ପ୍ରଭାରୀ ଥିବାରୁ ଆଡ଼ଭାନୀ ଜିତୁଥିଲେ ବୋଲି ଜାଭଡେକର କହିଛନ୍ତି।
ତେବେ ଏହାକୁ ନେଇ ଏନଡ଼ିଏର ସହଯୋଗୀ ଦଳ ଶିବସେନା ମଧ୍ୟ ନିଜର ଖବରକାଗଜ 'ସାମ୍ନା' ଜରିଆରେ ନିଜ ମତ ରଖିଛି। କହିଛି ଲାଲକୃଷ୍ଣ ଆଡଭାନୀ ବିଜେପିର ଭୀଷ୍ମପିତାମହ। ତାଙ୍କୁ ବିଜେପି ଟିକେଟ ନଦେବା ଅର୍ଥ ଜୋରଜବରଦସ୍ତି ତାଙ୍କୁ ଅବସର ଗ୍ରହଣ ପାଇଁ ବାଧ୍ୟ କରାଇବା। ବାଜପେୟୀ ଓ ଆଡ଼ଭାନୀଙ୍କ ଯୁଗ ଶେଷ ହେଲା ବୋଲି ଶିବସେନା କହିଛି।
ସୂଚନାଯୋଗ୍ୟ, ବିଜେପି ନିକଟରେ ଚଳିତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ତାଲିକା ପ୍ରକାଶ କରିଛି ଯେଉଁଥିରେ ଗାନ୍ଧିନଗର ଆସନରୁ ଆଡ଼ଭାନୀଙ୍କ ଟିକେଟ କାଟି ଅମିତ ଶାହଙ୍କୁ ଦେଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ମହାରାଷ୍ଟ୍ରରେ ସୁଶାସନର ବିଜୟ ହୋଇଛି କହିଲେ ମୋଦି, କଂଗ୍ରେସକୁ କଲେ ଟାର୍ଗେଟ
ମହାରାଷ୍ଟ୍ରରେ ସୁଶାସନ ଓ ସାମାଜିକ ନ୍ୟାୟର ବିଜୟ ହୋଇଛି କହିଲେ ମୋଦି। ମିଛ, ବିଭାଜନକାରୀ ଶକ୍ତି ଓ ପରିବାରବାଦର ହାର୍ ହୋଇଛି କହି ବିରୋଧୀଙ୍କୁ କଲେ ସମାଲୋଚନା।
Politics
ଜେଏମଏମର ରାମଦାସଙ୍କ ଠାରୁ ହାରିଲେ ଚମ୍ପାଇ ସୋରେନଙ୍କ ପୁଅ
ବିଜେପି ତାଙ୍କୁ ପ୍ରଥମଥର ପାଇଁ ଘାଟଶିଳା ଆସନରୁ ପ୍ରାର୍ଥୀ କରିଥିଲା। ହେଲେ ତାଙ୍କୁ ଜେଏମଏମର ରାମଦାସ ସୋରେନଙ୍କ ଠାରୁ ହାରିବାକୁ ପଡ଼ିଛି।
Politics
ସୋରେନ ପରିବାରର ୩ ଜଣ ଜିତିଲେ, କିନ୍ତୁ ବିଜେପିରୁ ଲଢ଼ୁଥିବା ବଡ଼ ଭାଉଜ ହାରିଲେ
ଜେଏମଏମରୁ ବାହାରି ବିଜେପି ଟିକେଟରେ ଲଢ଼ୁଥିବା ହେମନ୍ତଙ୍କ ବଡ଼ ଭାଉଜ ଗୀତା ସୋରେନ ପରିବାରର ଏକମାତ୍ର ସଦସ୍ୟ ଭାବେ ପରାସ୍ତ ହୋଇଛନ୍ତି।
Politics
ଜିତିଲେ ରାଜ୍ୟପାଳଙ୍କ ବୋହୂ, ହାରିଲେ ଓଡ଼ିଶାର କଂଗ୍ରେସ ପ୍ରଭାରୀ
ପୂର୍ଣ୍ଣିମା ୧,୦୭,୧୯୧ ଖଣ୍ଡ ଭୋଟ ପାଇଥିବା ବେଳେ ଅଜୟ କୁମାରଙ୍କୁ ୬୪,୩୨୦ ଖଣ୍ଡ ଭୋଟ ମିଳିଛି।
National
ବାପା ହାରିଲେ, ଝିଅ ଜିତିଲେ
ମହାରାଷ୍ଟ୍ରରେ ୨୮୮ଟି ଆସନରୁ ବିଜେପି ମେଣ୍ଟ ୨୩୪ଟି ବିଜୟ ଲାଭ କରୁଥିବା ସ୍ପଷ୍ଟ ହେଉଛି। ଏହି ମେଣ୍ଟ ୨୨୦ଟି ଆସନରେ ବିଜୟୀ ହୋଇସାରିଥିବା ବେଳେ ୧୪ଟିରେ ଆଗରେ ରହିଛି।