/odisha-reporter/media/post_attachments/uploads/2015/05/jayalalithaa_650_051015091027.jpg)
jayalalithaa
ବାଙ୍ଗାଲୋର: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟ ଲଳିତାଙ୍କ ଦଣ୍ଡାଦେଶକୁ ରଦ୍ଦ କରିଛନ୍ତି କର୍ଣ୍ଣାଟକ ହାଇକୋର୍ଟ। ଆଜି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଣୁଣାଇଛନ୍ତି କର୍ଣ୍ଣଟକ ହାଇକୋର୍ଟ। ହାଇକାର୍ଟଙ୍କ ରାୟ ପରେ ଜୟା ଆଶ୍ୱସ୍ତ ହୋଇଛନ୍ତି। ଏହି ରାୟ ପ୍ରକାଶିତ ହେବାପରେ ଜୟଲଳିତା ମୁଖ୍ୟମନ୍ତ୍ରୀର ହେବାର ବାଟ ଫିଟିଛି। ସେ ଚଳିତମାସ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି। ତାଲିମନାଡୁ ମୁଖ୍ୟମନ୍ତ୍ରୀ ପନୀର ସିଲଭା ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ରାୟ ପ୍ରକାଶ ପରେ ତାଙ୍କ ସମର୍ଥକମାନ ଇତ୍ସବ ମନାଉଛନ୍ତି। ସମର୍ଥକମାନ ପରସ୍ପରକୁ ମିଠା ଖୁଆଉଛନ୍ତି।
ଗତ ସେପ୍ଟେମ୍ୱର ମାସରେ ୬୬ କୋଟି ହିସାବ ବହିଭୂର୍ତ ସମ୍ପତ୍ତି ଠୁଳ ମାମଲାର ରାୟ ପ୍ରକାଶ ପାଇଥିଲା। ଦୀର୍ଘ ୧୮ ବର୍ଷ ମାମଲା ଚାଲିବାପରେ ବେଙ୍ଗ।ଲୁରୁ କୋର୍ଟ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ କରିଥିଲେ। ଏହା ସହ ୧୦୦ କୋଟି ଟଙ୍କ। ଜରିମାନା ଓ ୧୦ ବର୍ଷ ନିର୍ବାଚନ ଲିଢ଼ିବାରୁ ବଞ୍ଚିତ କରିଥିଲେ କୋର୍ଟ। ତେବେ ଏହି ଦଣ୍ଡାଦେଶକୁ ଜୟା କର୍ଣ୍ଣାଟକ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।
୧୯୯୧ରୁ ୯୬ ଯାଏଁ ଜୟଲଳିତା ପ୍ରଥମ ଥର ତାମିଲନାଡୁ ମୁଖ୍ୟମନ୍ତ୍ରୀ ଥିବାବେଳେ ୬୬ କୋଟି ୬୫ ଲକ୍ଷ ଟଙ୍କ।ର ଆୟ ବହିଭୂର୍ତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ୧୯୯୬ରେ କରୁଣାନିଧିଙ୍କ ନେତୃତ୍ବାଧୀନ ଡିଏମ୍କେ ସରକାର କ୍ଷମତାକୁ ଆସିବା ପରେ ଜୟାଙ୍କ ସମେତ ତାଙ୍କ ତତ୍କାଳୀନ ଘନିଷ୍ଠ ବାନ୍ଧବୀ ଶଶିକଳା, ପୋଷ୍ୟପୁତ୍ର ସୁଧାକରନ ଓ ସଂପର୍କୀୟ ଇଲ୍ଲାବରାସୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ତେବେ ୨୦୦୧ରେ ଜୟଲଳିତା ପୁଣି କ୍ଷମତାକୁ ଆସିବାରୁ ତାମିଲନାଡୁରେ ମାମଲାର ନିରପେକ୍ଷ ବିଚାର ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟରେ ଅଭିଯୋଗ କରିଥିଲା ଡିଏମ୍କେ। ସୁପ୍ରିମକୋର୍ଟଙ୍କ ନିଦ୍ଦେର୍ଶ ଅନୁସାରେ ୨୦୦୩ରେ ଏହି ମାମଲା ଚେନ୍ନାଇରୁ ବେଙ୍ଗଳୁରୁ କୋର୍ଟକୁ ସ୍ଥାନାନ୍ତର ହୋଇଥିଲା। ଏହି ବହୁ ପ୍ରତିକ୍ଷିତ ମାମଲାର ୨୦୧୪ ସେପ୍ଟେମ୍ୱର ୨୭ ତାରିଖରେ ରାୟ ପ୍ରକାଶ ପାଇଥିଲା। ଏଥିରେ ଜୟଲଳିତାଙ୍କୁ ୪ବର୍ଷ ଜେଲ ଓ ଶହେ କୋଟି ଟଙ୍କ।ର ଅର୍ଥ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)

/odisha-reporter/media/post_attachments/wp-content/uploads/2015/05/MILK_AIADMK_jpg_2401652g.jpg)