ନୂଆଦିଲ୍ଲୀ: ଆଜି ବାହାରି ପାରେ JEE MAIN ପରୀକ୍ଷା ଫଳ । ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି-NTA ଦ୍ୱାରା ପରିଚାଳିତ ପରୀକ୍ଷାର ରେଲଜ୍ଟ ଆଜି ପ୍ରକାଶ ପାଇପାରେ ବୋଲି ଆଶା କରାଯାଉଛି । JEEMAIN.NTA.NIC.INରେ ପରୀକ୍ଷାର୍ଥୀ ପରୀକ୍ଷା ଫଳ ଦେଖିପାରିବେ ।
ଜେଇଇ ମେନ୍ ରେଜଲ୍ଟ ବାହାରିବାର ଗୋଟିଏ ଦିନ ପରେ ଜେଇଇ ଆଡଭାନ୍ସ ପରୀକ୍ଷାଫଳ ପ୍ରକାଶ ପାଇପାରେ। ଏହାପରେ ଛାତ୍ରଛାତ୍ରୀ NIT, IIIT ସମେତ ଅନ୍ୟ ଶିକ୍ଷାନୁଷ୍ଠାନରେ ଆଡମିଶନ୍ ପ୍ରକ୍ରିୟାରେ ଭାଗ ନେଇପାରିବେ ।
ସୂଚନାଯୋଗ୍ୟ, ଲକ୍ଡାଉନ୍ ଯୋଗୁ ପରୀକ୍ଷା ବାତିଲ ହୋଇଯାଇଥିଲା । ବିଳମ୍ବରେ ଗତ ପହିଲାରୁ ଏହି ପରୀକ୍ଷା ଆରମ୍ଭ ହୋଇ ୬ ତାରିଖରେ ଶେଷ ହୋଇଥିଲା। ଚଳିତ ବର୍ଷ ସାରା ଦେଶରେ ୬ ଲକ୍ଷ ୩୫ ହଜାର ଛାତ୍ରଛାତ୍ରୀ JEE MAIN ପରୀକ୍ଷା ଦେଇଛନ୍ତି ।