Advertisment

ଜୁଲାଇରେ ହେବ ଜେଇଇ ମେନ୍

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଲାଗି ସାରା ଦେଶରେ ଲକଡାଉନ ଚାଲିଥିବା ବେଳେ ନ୍ୟାଶନାଲ ଏଲିଜିବିଲିଟି ଟେଷ୍ଟ ବା ନିଟ୍ ଏବଂ ଜେଇଇ ମେନସ୍ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ମଙ୍ଗଳବାର କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିୟାଲ ନିଶଙ୍କ ଏହି ସୂଚନା ଦେଇଛନ୍ତି। ତଦ୍ଦନୁଯାୟୀ ଜୁଲାଇ ୨୬ରେ ନିଟ୍ ପରୀକ୍ଷା ହେବାକୁ ଥିବା ବେଳେ ଜୁଲାଇ ୧୮ରୁ ୨୩ ମଧ୍ୟରେ ଜେଇଇ ମେନସ୍ ପରୀକ୍ଷା ଅନୁଷ୍ଠିତ ହେବ। ପଞ୍ଜିକୃତ ଛାତ୍ରଛାତ୍ରୀଙ୍କ ଆଡମିଟ୍ କାର୍ଡ ଖୁବଶୀଘ୍ର […]

ଅଦ୍ୟତନ ହୋଇଛି
ଜୁଲାଇରେ ହେବ ଜେଇଇ ମେନ୍

JEE main

Advertisment

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଲାଗି ସାରା ଦେଶରେ ଲକଡାଉନ ଚାଲିଥିବା ବେଳେ ନ୍ୟାଶନାଲ ଏଲିଜିବିଲିଟି ଟେଷ୍ଟ ବା ନିଟ୍ ଏବଂ ଜେଇଇ ମେନସ୍ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ମଙ୍ଗଳବାର କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିୟାଲ ନିଶଙ୍କ ଏହି ସୂଚନା ଦେଇଛନ୍ତି। ତଦ୍ଦନୁଯାୟୀ ଜୁଲାଇ ୨୬ରେ ନିଟ୍ ପରୀକ୍ଷା ହେବାକୁ ଥିବା ବେଳେ ଜୁଲାଇ ୧୮ରୁ ୨୩ ମଧ୍ୟରେ ଜେଇଇ ମେନସ୍ ପରୀକ୍ଷା ଅନୁଷ୍ଠିତ ହେବ।

Advertisment

ପଞ୍ଜିକୃତ ଛାତ୍ରଛାତ୍ରୀଙ୍କ ଆଡମିଟ୍ କାର୍ଡ ଖୁବଶୀଘ୍ର ପ୍ରକାଶ କରାଯିବ। ତେବେ ଆଡମିଟ୍ କାର୍ଡରେ ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ର, ସହର ଏବଂ ସେସନ୍ ବିଷୟରେ ସମସ୍ତ ସୂଚନା ପାଇପାରିବେ। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ ଦ୍ୱାରା ଆଡମିଟ୍ କାର୍ଡ ଜାରି କରାଯିବ। ଏଣୁ ଛାତ୍ରଛାତ୍ରୀମାନେ nta.ac.in ଓ୍ୱେବସାଇଟ୍ ଯାଇ ଜେଇଇ ମେନ୍ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ।

ସୂଚନା ଯେ, ଚଳିତ ବର୍ଷ ସାରା ଦେଶରେ ନିଟ୍ ଲାଗି ୧୫.୯୩ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜିକରଣ କରିଥିବା ବେଳେ ୯ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଜେଇଇ ମେନ୍ ପାଇଁ ପଞ୍ଜିକରଣ କରିଛନ୍ତି। ତେବେ ଖୁବଶୀଘ୍ର ସିବିଏସଇ ୧୦ମ ଏବଂ ଯୁକ୍ତ ୨ ପରୀକ୍ଷା ନେଇ ଘୋଷଣା କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ପୋଖରିୟାଲ କହିଛନ୍ତି। ସେହିଭଳି ଆସନ୍ତା ଅଗଷ୍ଟ ମାସରେ ଜେଇଇ ଆଡଭାନ୍ସ ପରୀକ୍ଷା ଅନୁଷ୍ଠିତ ହୋଇପାରେ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି।

Advertisment

ଅନ୍ୟପଟେ ପରୀକ୍ଷାକୁ ନେଇ ଆଶାୟୀ ଛାତ୍ରଛାତ୍ରୀମାନେ ଅନେକ ଦ୍ୱନ୍ଦ୍ୱରେ ଥିଲେ। ତେବେ ସମସ୍ତ ଦ୍ୱନ୍ଦ୍ୱ ଦୂର କରିବା ଲାଗି ଖୋଦ୍ କେନ୍ଦ୍ରମନ୍ତ୍ରୀ ପୋଖରିୟାଲ ମଙ୍ଗଳବାର ବିଦ୍ୟାର୍ଥୀମାନଙ୍କ ସହ ସିଧାସଳଖ ଲାଇଭ୍ ଚାଟ୍ କରିଛନ୍ତି। ଛାତ୍ରଛାତ୍ରୀଙ୍କୁ ସେଲ୍ଫ ଷ୍ଟଡି ଏବଂ ଡିଜିଟାଲ ମାଧ୍ୟମର ସହାୟତା ନେଇ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ସେ ପରାମର୍ଶ ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe