Advertisment

ରୋପୱେ ଦୁର୍ଘଟଣା: ୧୮ ଘଣ୍ଟା ହେଲା ମଝି ଆକାଶରେ ଫସି ରହିଛନ୍ତି ୪୮ ଯାତ୍ରୀ

ରାଞ୍ଚି: ଝାଡ଼ଖଣ୍ଡର ଦେବଘର ନିକଟ ତ୍ରିକୁଟ ପାହାଡ଼ ଶିଖରରେ ଥିବା ରୋପୱେରେ ଗତକାଲି ଘଟିଛି ଦୁର୍ଘଟଣା। ଏହି ଦୁର୍ଘଟଣା ଯୋଗୁ  ପ୍ରାୟ ୧୮ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ୪୮ ଜଣ ଜୀବନ ମରଣ ମଧ୍ୟରେ ଝୁଲି ରହିଛନ୍ତି। ୨ ହଜାର ଫୁଟ ଉପରେ ଝୁଲି ରହିଥିବା ଏହି ୪୮ ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଆରମ୍ଭ ହୋଇଛି ରେସକ୍ୟୁ ଅପରେସନ । ଏଥିନିମନ୍ତେ ପ୍ରଥମେ ଏନଡିଆରଏଫ ଟିମ୍‌ ନିୟୋଜିତ ହୋଇଥିବା ବେଳେ ପରେ ସେନାର ସହାୟତା […]

ଅଦ୍ୟତନ ହୋଇଛି
ରୋପୱେ ଦୁର୍ଘଟଣା: ୧୮ ଘଣ୍ଟା ହେଲା ମଝି ଆକାଶରେ ଫସି ରହିଛନ୍ତି ୪୮ ଯାତ୍ରୀ

trikut

Advertisment

ରାଞ୍ଚି: ଝାଡ଼ଖଣ୍ଡର ଦେବଘର ନିକଟ ତ୍ରିକୁଟ ପାହାଡ଼ ଶିଖରରେ ଥିବା ରୋପୱେରେ ଗତକାଲି ଘଟିଛି ଦୁର୍ଘଟଣା। ଏହି ଦୁର୍ଘଟଣା ଯୋଗୁ  ପ୍ରାୟ ୧୮ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ୪୮ ଜଣ ଜୀବନ ମରଣ ମଧ୍ୟରେ ଝୁଲି ରହିଛନ୍ତି। ୨ ହଜାର ଫୁଟ ଉପରେ ଝୁଲି ରହିଥିବା ଏହି ୪୮ ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଆରମ୍ଭ ହୋଇଛି ରେସକ୍ୟୁ ଅପରେସନ । ଏଥିନିମନ୍ତେ ପ୍ରଥମେ ଏନଡିଆରଏଫ ଟିମ୍‌ ନିୟୋଜିତ ହୋଇଥିବା ବେଳେ ପରେ ସେନାର ସହାୟତା ନିଆଯାଇଛି।

Advertisment

ରବିବାର ରାମ ନବମୀ ଅବସରରେ ରୋପୱେରେ ବୁଲିବା ନିମନ୍ତେ ତ୍ରିକୁଟରେ ବହୁ ଲୋକଙ୍କ ସମାଗମ ହୋଇଥିଲା। ଏହି ସମୟରେ ପାହଡ଼ ଶିଖରରେ ଥିବା ରୋପୱେରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ସବୁଠୁ ଉପରେ ଥିବା ଟ୍ରଲି ୪୦ ଫୁଟ ତଳେ କଚାଡ଼ି ହୋଇଥିଲା। ଉକ୍ତ ସମୟରେ ଉକ୍ତ ଟ୍ରଲିରେ ୫ ଯାତ୍ରୀ ଥିବା ବେଳେ ସେମାନେ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଓ ରୋପୱେ କର୍ମୀ ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ଏହି ଦୁର୍ଘଟଣା ଯୋଗୁ ରୋପୱେରେ ଯାଉଥିବା ଆଉ ୨୩ ଟ୍ରଲି ମଝିରେ ଅଟକି ରହିଛି। ସେଥିମଧ୍ୟରୁ ପାହାଡ଼ ପାଖପାଖି ଥିବା ୨ଟି ଟ୍ରଲି ପଥରରେ ପିଟି ହେବାରୁ ବହୁ ଲୋକ ଗୁରୁତର ଆହତ ହୋଇଛନ୍ତି।

[caption id="attachment_726458" align="aligncenter" width="650"]trikut ହେଲିକପ୍ଟର ଯୋଗୁ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଉଛି।[/caption]

Advertisment

ଏହି ଦୁର୍ଘଟଣା ସମୟରେ ଟ୍ରଲିଗୁଡ଼ିକରେ ପ୍ରାୟ ଶତାଧିକ ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ବହୁ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ବି ୪୮ ଯାତ୍ରୀ ମଝି ଆକାଶରେ ଫସି ରହିଛନ୍ତି । ରାତି ସାରା ରୋପୱେରେ ଅଟକି ରହିଥିବାରୁ ସେମାନେ ଖୁବ୍‌ ଭୟଭୀତ ହୋଇପଡ଼ିଛନ୍ତି। ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଥିବା ବେଳେ ଏଥିରେ ଭାରତୀୟ ବାୟୁସେନା, ଆଇଟିବିପି ଓ ଏନଡିଆରଏଫ ଟିମ୍‌ ମିଳିତ ଭାବେ ପ୍ରୟାସ କରୁଛନ୍ତି।

ଭାରତୀୟ ବାୟୁସେନା ପକ୍ଷରୁ ହେଲିକପ୍ଟର ଦ୍ୱାରା ଉଦ୍ଧାର କାର୍ଯ୍ୟ କରାଯିବାକୁ ଉଦ୍ୟମ କରାଯାଉଥିବା ବେଳେ ସେଥିରେ କିନ୍ତୁ ବାଧା ଉପୁଜୁଛି। ଟ୍ରଲି ନିକଟରେ ବହୁ ରଶି ଥିବା ବେଳେ ହେଲିକପ୍ଟରର ଜୋର ପବନ ଯୋଗୁ ସେମାନଙ୍କୁ ଉଦ୍ଧାର କରିବା ସମ୍ଭବପର ହୋଇପାରୁନି। ହେଲିକପ୍ଟରର ପଙ୍ଖାର ପବନରେ ଟ୍ରଲି ସବୁ ଜୋରରେ ହଲୁଥିବାରୁ କିପରି ସମସ୍ତ ୪୮ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ତାହା ଏବେ ପ୍ରଶ୍ନବାଚୀ ହୋଇ ଛିଡ଼ା ହୋଇଛି।

[caption id="attachment_726459" align="aligncenter" width="650"]rescue ରୋପୱେରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି।[/caption]

ଦେବଘର ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ପରଠୁ ରୋପୱେକୁ ବନ୍ଦ କରି ଦିଅଯାଇଛି। ଫସି ରହିଥିବା ଲୋକଙ୍କୁ ଉଦ୍ଧାର ନିମନ୍ତେ ଏନଡିଆରଏଫ ଓ ସେନାକୁ ମୁତୟନ କରାଯାଇଛି। ଉଦ୍ଧାର ଲୋକଙ୍କୁ ତୁରନ୍ତ ହସ୍ପିଟାଲ ପଠାଯାଉଛି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳୁଥିବା ବେଳେ ଏନେଇ କିନ୍ତୁ କୌଣସି ସ୍ପଷ୍ଟୀକରଣ ମିଳିପାରିନି।

Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe