Advertisment

ଆସନ୍ତାବର୍ଷରୁ ଭାରତରେ ଆରମ୍ଭ ହେବ ୫ ଜି ସେବା

ମୁମ୍ବାଇ: ଆସନ୍ତାବର୍ଷରୁ ଦେଶରେ ଆରମ୍ଭ ହେବ ୫ ଜି ଇଣ୍ଟରନେଟ ସେବା। ରିଲାଏନ୍ସ ଜିଓ ତରଫରୁ ୨୦୨୧ ମଧ୍ୟ ଭାଗରୁ ଏହି ସେବା ଆରମ୍ଭ କରାଯିବ। ଆଜି ଇଣ୍ଡିଆ ମୋବାଇଲ କଂଗ୍ରେସ ସମ୍ମିଳନୀରେ ଉଦବୋଧନ ଦେବା ବେଳେ କମ୍ପାନୀର ସିଇଓ ମୁକେଶ ଅମ୍ବାନୀ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି, ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ଏହି ୫ ଜି ନେଟୱର୍କକୁ ବିକଶିତ କରାଯାଇଛି। ବର୍ତ୍ତମାନ ଭାରତ ବିଶ୍ୱର ସବୁଠାରୁ ବଡ଼ ଡିଜିଟାଲ ସଂଯୋଗକାରୀ ଦେଶ ଭାବେ ପରିଚୟ […]

ଆସନ୍ତାବର୍ଷରୁ ଭାରତରେ ଆରମ୍ଭ ହେବ ୫ ଜି ସେବା

d

Advertisment

ମୁମ୍ବାଇ: ଆସନ୍ତାବର୍ଷରୁ ଦେଶରେ ଆରମ୍ଭ ହେବ ୫ ଜି ଇଣ୍ଟରନେଟ ସେବା। ରିଲାଏନ୍ସ ଜିଓ ତରଫରୁ ୨୦୨୧ ମଧ୍ୟ ଭାଗରୁ ଏହି ସେବା ଆରମ୍ଭ କରାଯିବ। ଆଜି ଇଣ୍ଡିଆ ମୋବାଇଲ କଂଗ୍ରେସ ସମ୍ମିଳନୀରେ ଉଦବୋଧନ ଦେବା ବେଳେ କମ୍ପାନୀର ସିଇଓ ମୁକେଶ ଅମ୍ବାନୀ ଏହି ଘୋଷଣା କରିଛନ୍ତି।

Advertisment

ସେ କହିଛନ୍ତି, ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ଏହି ୫ ଜି ନେଟୱର୍କକୁ ବିକଶିତ କରାଯାଇଛି। ବର୍ତ୍ତମାନ ଭାରତ ବିଶ୍ୱର ସବୁଠାରୁ ବଡ଼ ଡିଜିଟାଲ ସଂଯୋଗକାରୀ ଦେଶ ଭାବେ ପରିଚୟ ହାସଲ କରିଛି। ଏହାକୁ ବିଜାୟୀ ରଖିବାକୁ ହେଲେ ଆମକୁ ଯଥାଶୀଘ୍ର ଦେଶରେ ୫ ଜି ନେଟୱର୍କ ସେବାକୁ ଆରମ୍ଭ କରିବାକୁ ପଡ଼ିବ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସମସ୍ତଙ୍କୁ ସୁହାଇଲା ଭଳି ଦର ଓ ନେଟୱର୍କ ସବୁଆଡ଼େ ମିଳିବା ଭଳି ବ୍ୟବସ୍ଥା କରିବାକୁ ହେବ। ମୁଁ ସମସ୍ତଙ୍କୁ ପ୍ରତିଶ୍ରୁତି ଦେବାକୁ ଚାହୁଁଛି ଯେ ଜିଓ ୨୦୨୧ ଦ୍ୱିତୀୟ ଭାଗରୁ ଦେଶରେ ୫ ଜିର ବିପ୍ଳବ ଆଣିବ। ଭାରତରେ ବିକଶିତ ନେଟୱର୍କ, ହାର୍ଡୱେର ଓ ଟେକ୍ନୋଲଜିକୁ ଏଥିରେ ବ୍ୟବହାର କରାଯାଇଛି। ଭାରତ ଏବେ ଆତ୍ମନିର୍ଭର ହେବାକୁ ଚେଷ୍ଟା କରୁଛି। ୫ଜି ନେଟୱର୍କ ଭାରତକୁ ଆହୁରି ଆତ୍ମନିର୍ଭର କରିବାରେ ସହାୟତା କରିବ ବୋଲି ସେ କହିଛନ୍ତି।

Advertisment

ଏହାପୂର୍ବରୁ ଭାରତୀ ଏୟାରଟେଲ୍‌ର ଅଧ୍ୟକ୍ଷ ସୁନୀଲ ମିତ୍ତଲ କହିଥିଲେ ଯେ ଭାରତରେ ୫ ଜି ନେଟୱର୍କ ସେବା ଆରମ୍ଭ ହେବା ପାଇଁ ଆହୁରି ୨ରୁ ୩ ବର୍ଷ ଲାଗିବ। ହେଲେ ଆଜି ମୁକେଶ ଅମ୍ବାନୀ ଆସନ୍ତାବର୍ଷରୁ ଭାରତରେ ୫ ଜି ସେବା ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି।

ଚଳିତ ବର୍ଷ ଜୁଲାଇ ୧୫ରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଲିଃ(ଆରଆଇଏଲ)ର ୪୩ତମ ବାର୍ଷିକ ସାଧାରଣ ବୈଠକରେ ମୁକେଶ ଅମ୍ପାନୀ କହିଥିଲେ, ଭାରତରେ ଆସନ୍ତାବର୍ଷରୁ ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ୫ଜି ନେଟୱର୍କ ଆରମ୍ଭ ହେବ।

ଜିଓ ଓ ଗୁଗଲ ମିଳିତ ଭାବେ ଏମିତି ଏକ ଅପରେଟିଂ ସିଷ୍ଟମ ବାହାର କରିବେ, ଯାହା ୪ଜି ଓ ୫ଜି ସ୍ମାର୍ଟଫୋନ ପାଇଁ ଅନେକ ପ୍ରକାରର ସହାୟତା କରିବ। ସେହିପରି ଜିଓ ଓ ଗୁଗଲ ଭାରତକୁ ୨ଜି ମୁକ୍ତ କରିବେ ବୋଲି ଶପଥ ନେଇଥିଲେ। ଏଥିପାଇଁ ଜିଓ ପ୍ଲାଟଫର୍ମରେ ଗୁଗଲ ୩୩,୭୩୭ କୋଟି ଟଙ୍କାର ପୁଞ୍ଜି ନିବେଶ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe