ନୂଆଦିଲ୍ଲୀ: କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ମା’ ମାଧବୀ ରାଜେ ସିନ୍ଧିଆ ମହାମାରୀ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ଉଭୟଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସିନ୍ଧିଆ ମା’ପୁଅଙ୍କୁ ଦକ୍ଷିଣ ଦିଲ୍ଲୀର ସକେତ ସ୍ଥିତ ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
କିଛି ଦିନ ତଳେ ଜ୍ୟୋତିରାଦିତ୍ୟଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଯାଇଥିଲା। ଏହାପରେ ତାଙ୍କର କରୋନା ଟେଷ୍ଟ ହୋଇଥିଲା। ସେହିପରି ସେ ତାଙ୍କ ମା’ଙ୍କ ସହ ମିଶିଥିବାରୁ ତାଙ୍କର ମଧ୍ୟ ସ୍ୱାବ ପରୀକ୍ଷା କରାଯାଇଥିଲା। ହେଲେ ମା’ ମାଧବୀ ରାଜେ ସିନ୍ଧିଆଙ୍କ ପାଖରେ କୌଣସି କରୋନା ଲକ୍ଷଣ ଦେଖାଯାଇ ନଥିଲା। ତେବେ ଉଭୟଙ୍କ ରିପୋର୍ଟ ପଜିଟିଭ ଆସିବାରୁ ୪ ଦିନ ହେଲାଣି ସେମାନଙ୍କୁ ହସ୍ପିଟାଲରେ ଚିକିତ୍ସା ଯୋଗାଇ ଦିଆଯାଉଥିବା ଜଣାପଡ଼ିଛି।
ଏହାପୂର୍ବରୁ ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଯାଇଥିଲା। ସେ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତକାଲି ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ମଧୁମେହ ହେଲେ ଦେଖାଯାଏ ଏହି ସବୁ ପ୍ରାରମ୍ଭିକ ଲକ୍ଷଣ
ମଧୁମେହ ହେଲେ ଶରୀରରେ ପ୍ରଥମେ କେଉଁ ସବୁ ଲକ୍ଷଣ ଦେଖାଯାଏ, ଜାଣନ୍ତୁ...
Health
ଭାରତୀୟମାନେ ଦିନକୁ କେତେଥର ଖାଇବା ଉଚିତ?
ଆମ ଭାରତୀୟମାନଙ୍କ ପାଇଁ ଖାଇବା ହେଉଛି ଉପଭୋଗ କରିବାର ଏକ ସାମଗ୍ରୀ। ଯେତେବେଳେ ମନ ହୁଏ, ଆମେ ଖାଇନେଉ। ହେଲେ ଖାଦ୍ୟ ନିୟନ୍ତ୍ରଣ କରିବା ଆମ ପାଇଁ ଅତ୍ୟନ୍ତ କଷ୍ଟକର।
Health
ଅଧିକ ଲୁଣ ଖାଉଛନ୍ତି କି? ହୋଇପାରେ ପେଟ କ୍ୟାନ୍ସର୍
WHO ଅନୁଯାୟୀ, ଜଣେ ବୟସ୍କ ବ୍ୟକ୍ତି ପ୍ରତିଦିନ ୫ ଗ୍ରାମରୁ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ, ଏଥିରେ ୨ ଗ୍ରାମ ସୋଡିୟମ୍ ଏବଂ ୩.୫ ଗ୍ରାମ ପୋଟାସିୟମର ମିଶ୍ରଣ ରହିବା ଉଚିତ୍।
Health
ରସୁଣକୁ ଦେଶୀ ଘିଅରେ ଭାଜି ଖାଆନ୍ତୁ, ଏହି ସବୁ ସ୍ୱାସ୍ଥ୍ୟଗତ ସମସ୍ୟାର କରିଥାଏ ସମାଧାନ
ରସୁଣ ହେଉଛି ଆଣ୍ଟିବ୍ୟାକ୍ଟେରିଆଲ, ଆଣ୍ଟିଫଙ୍ଗଲ ଓ ଆଣ୍ଟିଭାଇରାଲ।
Health
କଞ୍ଚା କ୍ଷୀର ପିଉଛନ୍ତି କି? ରୁହନ୍ତୁ ସାବଧାନ
ଆମେରିକାର ଫୁଡ୍ ଡ୍ରଗ୍ ଆଣ୍ଡ ଆଡମିନିଷ୍ଟ୍ରେସନ (ଏଫ୍ଡିଏ) ସମେତ ଆଉ କିଛି ସଂସ୍ଥା କରିଥିବା ଗବେଷଣାରୁ ଜଣାପଡ଼ିଛି ଯେ କଞ୍ଚା କ୍ଷୀରରେ ପ୍ରୋବାୟୋଟିକ୍ସ ନଥାଏ।