/odisha-reporter/media/post_attachments/uploads/2016/01/suicide-bomb.jpg)
suicide bomb
କାବୁଲ: ଆଫଗାନସ୍ତାନର କାବୁଲ ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟିଛି। ସୋମବାର ମଧ୍ୟାହ୍ନରେ ଜଣେ ଅଚିହ୍ନା ଯୁବକ ବିସ୍ଫୋରକ ଭର୍ତ୍ତି କାରରେ ଆସି ମୁଖ୍ୟ ଫାଟକ ସହ ମାଡ କରିଥିଲା। ବିସ୍ଫୋରଣରେ ସମ୍ପୃକ୍ତ ଆତଙ୍କବାଦୀର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ସୁରକ୍ଷାକର୍ମୀ ଗୁରୁତର ହୋଇଛନ୍ତି।
Advertisment
ଏହାକୁ ମିଶାଇ ଏକ ସପ୍ତାହ ମଧ୍ୟରେ କାବୁଲ ବିମାନବନ୍ଦର ନିକଟରେ ୨ ଥର ବିସ୍ଫୋରଣ ଘଟିଛି। ଗତ ୨୮ ତାରିଖରେ ହୋଇଥିବା ବିସ୍ଫୋରଣରେ ୧୩ଜଣ ପ୍ରାଣ ହରାଇଥିବା ବେଳେ ୩୦ରୁ ଅଧିକ ନାଗରିକ ଆହତ ହୋଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
