Advertisment

କହ୍ନେୟା ଏ ଯୁଗର ଭଗତ ସିଂ: ଶଶି ଥରୁର୍

ନୂଆଦିଲ୍ଲୀ: କଂଗ୍ରେସ ନେତା ଶଶି ଥରୁର୍ ଜେଏନ୍‌ୟୁରେ ଦେଶ ବିରୋଧୀ ସ୍ଲୋଗାନ୍ ଦେଇ ଜେଲ୍‌ ଯାଇଥିବା କହ୍ନେୟା କୁମାରଙ୍କୁ ସମର୍ଥନ କରିଛନ୍ତି । ସେ କହିଛନ୍ତି କହ୍ନେୟା ଏ ଯୁଗର ଭଗତ ସିଂ। ଦେଶ ପାଇଁ ଏବେ କାହ୍ନା ଓ କହ୍ନେୟାର ଆବଶ୍ୟକ ହୋଇପଡ଼ିଛନ୍ତି। ଆଜିର ସମୟରେ ‘ଭାରତ ମାତା କି ଜୟ’ ସ୍ଲୋଗାନ୍ ଭିତ୍ତିରେ ଜାତୀୟତାବାଦ ସ୍ଥିର କରାଯାଉଛି ବୋଲି ଥରୁର୍ ଜେନ୍‌ୟୁ ଛାତ୍ର ସଂଘକୁ ସମ୍ୱୋଧିତ କରି କହିଛନ୍ତି । ସେ ଆହୁରି ମଧ୍ୟ […]

ଅଦ୍ୟତନ ହୋଇଛି
କହ୍ନେୟା ଏ ଯୁଗର ଭଗତ ସିଂ: ଶଶି ଥରୁର୍

SHASHI_THAROO

Advertisment

ନୂଆଦିଲ୍ଲୀ: କଂଗ୍ରେସ ନେତା ଶଶି ଥରୁର୍ ଜେଏନ୍‌ୟୁରେ ଦେଶ ବିରୋଧୀ ସ୍ଲୋଗାନ୍ ଦେଇ ଜେଲ୍‌ ଯାଇଥିବା କହ୍ନେୟା କୁମାରଙ୍କୁ ସମର୍ଥନ କରିଛନ୍ତି । ସେ କହିଛନ୍ତି କହ୍ନେୟା ଏ ଯୁଗର ଭଗତ ସିଂ। ଦେଶ ପାଇଁ ଏବେ କାହ୍ନା ଓ କହ୍ନେୟାର ଆବଶ୍ୟକ ହୋଇପଡ଼ିଛନ୍ତି।

Advertisment

ଆଜିର ସମୟରେ ‘ଭାରତ ମାତା କି ଜୟ’ ସ୍ଲୋଗାନ୍ ଭିତ୍ତିରେ ଜାତୀୟତାବାଦ ସ୍ଥିର କରାଯାଉଛି ବୋଲି ଥରୁର୍ ଜେନ୍‌ୟୁ ଛାତ୍ର ସଂଘକୁ ସମ୍ୱୋଧିତ କରି କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ସ୍ଲୋଗାନ୍ ଦେବାକୁ କାହାରିକୁ ବାଧ୍ୟ କରାଯିବା ଉଚିତ ନୁହଁ।

Advertisment

ଏହି ଅବସରରେ ଥରୁର୍ ବିଜେପି ସରକାରଙ୍କୁ ସମାଲୋଚନା କରି ପ୍ରଶ୍ନ କରିଛନ୍ତି ଯେ  ସରକାର ଏହା ନିଷ୍ପତ୍ତି ନେଇ ପାରୁ ନାହାନ୍ତି  ଯେଉଁ ବ୍ୟକ୍ତି ଭାରତ ମାତା କି ଜୟ କହି ନ ଥାଏ ସେ କ’ଣ ଜାତୀୟତାବାଦୀ ନୁହେଁ କିମ୍ୱା ସେହି ବ୍ୟକ୍ତି ଦେଶକୁ ଭଲ ପାଇ ନଥାଏ?

ଦେଶର ମହାନ୍ ପୁରୁଷ ବାଲ୍ ଗଙ୍ଗାଧର ତିଲକ୍ ଓ ଜବାହାର୍ ଲାଲ୍ ନେହୁରୁଙ୍କ ବିରୋଧରେ ଦେଶ ଦ୍ରୋହ ମାମଲା ଲାଗିଥିଲା ବୋଲି ଥରୁର୍ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe