Advertisment

କଙ୍ଗନା ରଣାଓ୍ୱତଙ୍କୁ ପୁଣି ସମନ୍ କଲା ମୁମ୍ୱାଇ ପୁଲିସ୍

ମୁମ୍ୱାଇ: ବଲିଉଡ ସୁପରଷ୍ଟାର କଙ୍ଗନା ରଣାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲଙ୍କୁ ସମନ କରିଛି ମୁମ୍ୱାଇ ପୁଲିସ୍। ନଭେମ୍ବର ୨୩ ରୁ ୨୪ ତାରିଖ ମଧ୍ୟରେ ବାନ୍ଦ୍ରା ପୁଲିସ ନିକଟରେ ହାଜର ହେବାକୁ କହିଛି ମୁମ୍ବାଇ ପୁଲିସ। ସୋଶାଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଦୁଇ ଭଉଣୀ ଦୁଇ ଗୋଷ୍ଠୀ ମଧ୍ୟରେ ସାମ୍ପ୍ରଦାୟିକ ଭେଦଭାବ ସୃଷ୍ଟି କରିଥିବା ଅଭିଯୋଗ ହୋଇଛି। ବାନ୍ଦ୍ରା ମହାନଗର ନିଗମ ମାଜିଷ୍ଟ୍ରେଟ କୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କ ବିରୋଧରେ ଏହି ମାମଲା […]

କଙ୍ଗନା ରଣାଓ୍ୱତଙ୍କୁ ପୁଣି ସମନ୍ କଲା ମୁମ୍ୱାଇ ପୁଲିସ୍

kangna

Advertisment

ମୁମ୍ୱାଇ: ବଲିଉଡ ସୁପରଷ୍ଟାର କଙ୍ଗନା ରଣାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲଙ୍କୁ ସମନ କରିଛି ମୁମ୍ୱାଇ ପୁଲିସ୍। ନଭେମ୍ବର ୨୩ ରୁ ୨୪ ତାରିଖ ମଧ୍ୟରେ ବାନ୍ଦ୍ରା ପୁଲିସ ନିକଟରେ ହାଜର ହେବାକୁ କହିଛି ମୁମ୍ବାଇ ପୁଲିସ।

Advertisment

ସୋଶାଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଦୁଇ ଭଉଣୀ ଦୁଇ ଗୋଷ୍ଠୀ ମଧ୍ୟରେ ସାମ୍ପ୍ରଦାୟିକ ଭେଦଭାବ ସୃଷ୍ଟି କରିଥିବା ଅଭିଯୋଗ ହୋଇଛି। ବାନ୍ଦ୍ରା ମହାନଗର ନିଗମ ମାଜିଷ୍ଟ୍ରେଟ କୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି। ମୁନାୱରୱାଲି ସାହିଲ ଏ ସୟଦଙ୍କ ଅଭିଯୋଗ କ୍ରମେ କୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ। କଙ୍ଗନାଙ୍କ ଆପତ୍ତିଜନକ ମନ୍ତବ୍ୟ ହିନ୍ଦୁ ଏବଂ ମୁସଲମାନ ମଧ୍ୟରେ ସାମ୍ପ୍ରଦାୟିକ ମତଭେଦ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ରହିଛି।

ମୁମ୍ବାଇ ପୁଲିସ ଏହାପରେ ଦୁଇ ଭଉଣୀଙ୍କୁ ସମନ୍ କରିଥିଲା। ହେଲେ ଭାଇର ବାହାଘର ଥିବା କହି ସ୍ଥଗିତ ରଖିବାକୁ ଦୁଇ ଭଉଣୀ ମୁମ୍ୱାଇ ପୁଲିସକୁ କହିଥିଲେ। ସେତେବେଳେ ୯ ନଭେମ୍ବରରେ କଙ୍ଗନାଙ୍କୁ, ରଙ୍ଗୋଲିଙ୍କୁ ୧୦ ନଭେମ୍ବରରେ ସମନ ହୋଇଥିଲା।

Advertisment

ଅଭିଯୋଗକାରୀ ହେଉଛନ୍ତି ବଲିଉଡର କାଷ୍ଟିଂ ନିର୍ଦ୍ଦେଶକ ତଥା ଫିଟନେସ୍ ପ୍ରଶିକ୍ଷକ। କଙ୍ଗନା ଏବଂ ରଙ୍ଗୋଲିରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅସମ୍ମାନ କରୁଥିବା ସେ ଅଭିଯୋଗ କରିଥିଲେ। ଏମିତିକି କଳାକାରଙ୍କ ବ୍ୟକ୍ତିଗତ ଜୀବନ, ସାମ୍ପ୍ରଦାୟିକ ପକ୍ଷପାତିତା ଭଳି ବିବୃତ୍ତି କଙ୍ଗାନ ଏବଂ ତାଙ୍କ ଭଭଣୀ ସୋଶାଲ ମିଡିଆରେ ଲେଖୁଥିଲେ ବୋଲି ଅଭିଯୋଗ ହୋଇଛି।

Mumbai Police Kangana Ranaut
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe