KANHEYA KUMAR
Advertisment
ପାଟନା: ବିହାରରେ ଏନଡ଼ିଏ ଓ ଆରଜେଡ଼ି ନେତୃତ୍ବାଧୀନ ମହାମେଣ୍ଟର ପ୍ରାର୍ଥୀ ତାଲିକା ଘୋଷଣା ସରିଛି। ମହାମେଣ୍ଟରେ ବିହାର ପାଇଁ ସିପିଆଇକୁ ମିଳିଥିବା ଗୋଟିଏ ଆସନ ବେଗୁସରାଇରୁ ପ୍ରାର୍ଥୀ ହେବେ କହ୍ନେୟା କୁମାର। ସିପିଆଇ ରବିବାର ଦିନ ଜେଏନୟୁର ପୂର୍ବତନ ଛାତ୍ର ସଂସଦର ସଭାପତି କହ୍ନେୟା କୁମାରଙ୍କୁ ପ୍ରାର୍ଥୀ କରୁଛି ବୋଲି ସ୍ପଷ୍ଟ କରିଛି।
Advertisment
ବେଗୁସରାଇରେ ସିପିଆଇର ପ୍ରଭାବ ରହିଛି ବୋଲି ସିପିଆଇ ନେତା ସୁରଭରମ ସୁଧାକର କହିଛନ୍ତି। ଏହି ନିର୍ବାଚନରେ କହ୍ନେୟା ଜିତିବେ ବୋଲି ଦଳ ଦାବି କରିଛି। ବିଜେପି ଏହି ଆସନରୁ କେନ୍ଦ୍ରମନ୍ତ୍ରୀ ଗିରିରାଜଙ୍କୁ ପ୍ରାର୍ଥୀ କରିଛି ।
ଶନିବାର ଦିନ ମହାମେଣ୍ଟ ଆସନ ତାଲିକା ଘୋଷଣା କରିଥିଲା। ଆରଜେଡି ୨୦ଟି ଆସନରୁ, କଂଗ୍ରେସ ୯ଟି, ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଞ୍ଝୀଙ୍କ ହାମ ୩ଟି, ଆରଏସଏସପି ୫ଟି, ଭିଆଇପି ୩ଟି, ସିପିଆଇ ଗୋଟିଏ (ବେଗୁସରାଇ) ଆସନରୁ ପ୍ରାର୍ଥୀ ଦେବ ବୋଲି ଘୋଷଣା ହୋଇଛି।
Advertisment
ଗତ ସାଧାରଣ ନିର୍ବାଚନରେ ଆରଜେଡି ୪ଟି, କଂଗ୍ରେସ ୨ଟି, ଜେଡିୟୁ ୨ଟି ଏବଂ ବିଜେପି ନେତୃତ୍ବାଧୀନ ଏନଡ଼ିଏ ୩୧ଟି ଆସନ ଜିତିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/03/KANHEYA-KUMAR.jpg)