Advertisment

କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ବଲିଉଡ୍ ଗାୟିକା କନିକା କପୁର

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କରୋନା ଭୂତାଣୁ ବା କୋଭିଡ୍-୧୯ ଦ୍ୱାରା ଆକ୍ରାନ୍ତ ବଲିଉଡ୍ ଲୋକପ୍ରିୟ ଗାୟିକା କନିକା କପୁର। କନିକାଙ୍କ ନମୁନାରେ କରୋନା ଭୂତାଣୁ ପଜିଟିଭ୍ ଆସିବା ପରେ ତାଙ୍କୁ ଲକ୍ଷ୍ନୌସ୍ଥିତ କିଙ୍ଗ୍ ଜର୍ଜସ୍ ମେଡିକାଲ ୟୁନିଭର୍ସିଟି (କେଜିଏମୟୁ)ର ଆଇସୋଲେଶନ ଓ୍ୱାର୍ଡରେ ରଖାଯାଇଛି। ସେ କିଛିଦିନ ତଳେ ଲଣ୍ଡନରୁ ଭାରତ ଫେରିଥିଲେ। ତେବେ କନିକା ହେଉଛନ୍ତି ପ୍ରଥମ ବଲିଉଡ୍ ତାରକା ଯିିଏ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ। କନିକା ନିଜ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ମଧ୍ୟ ଏ […]

author-image
Pragnya Choudhury
ଅଦ୍ୟତନ ହୋଇଛି
କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ବଲିଉଡ୍ ଗାୟିକା କନିକା କପୁର

kanika kapoor

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କରୋନା ଭୂତାଣୁ ବା କୋଭିଡ୍-୧୯ ଦ୍ୱାରା ଆକ୍ରାନ୍ତ ବଲିଉଡ୍ ଲୋକପ୍ରିୟ ଗାୟିକା କନିକା କପୁର। କନିକାଙ୍କ ନମୁନାରେ କରୋନା ଭୂତାଣୁ ପଜିଟିଭ୍ ଆସିବା ପରେ ତାଙ୍କୁ ଲକ୍ଷ୍ନୌସ୍ଥିତ କିଙ୍ଗ୍ ଜର୍ଜସ୍ ମେଡିକାଲ ୟୁନିଭର୍ସିଟି (କେଜିଏମୟୁ)ର ଆଇସୋଲେଶନ ଓ୍ୱାର୍ଡରେ ରଖାଯାଇଛି। ସେ କିଛିଦିନ ତଳେ ଲଣ୍ଡନରୁ ଭାରତ ଫେରିଥିଲେ। ତେବେ କନିକା ହେଉଛନ୍ତି ପ୍ରଥମ ବଲିଉଡ୍ ତାରକା ଯିିଏ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ।

Advertisment

କନିକା ନିଜ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ମଧ୍ୟ ଏ ନେଇ ସୂଚନା ଦେଇଛନ୍ତି। ତେବେ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ନିଜ ସଂକ୍ରମଣ ବାବଦରେ କନିକା ତଥ୍ୟ ଲୁଚାଇଥିଲେ ଏବଂ ସହରର ଏକ ବଡ଼ ହୋଟେଲରେ ସେ ରହୁଥିଲେ। ଏପରି କି ସେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ମଧ୍ୟ ହୋଟେଲରେ ଡିନର୍ ପାର୍ଟି ଦେଇଥିଲେ।

https://www.instagram.com/p/B98tXqnFqE2/?utm_source=ig_web_copy_link

ସୂଚନା ଯେ, କନିନା ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ, “ସମସ୍ତଙ୍କୁ ନମସ୍କାର। ଗତ ଚାରି ଦିନ ହେଲା ମୋତେ ଫ୍ଲୁ ହୋଇଥିବା ଲକ୍ଷଣ ଦେଖାଦେଇଥିଲା। ମୁଁ ନିଜର ନମୁନା ପରୀକ୍ଷଣ କରାଇଥିଲି ଏବଂ କୋଭି଼ଡ୍-୧୯ ପଜିଟିଭ୍ ଆସିଲା। ମୁଁ ଏବଂ ମୋ ପରିବାର ଏବେ ସମ୍ପୂର୍ଣ୍ଣ ଆଇସୋଲେଶନରେ ଅଛୁ। ଯେଉଁ ଲୋକମାନେ ମୋ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କ ବିଷୟରେ ଏବେ ତଥ୍ୟ ସଂଗ୍ରହ କରାଯାଉଛି। ୧୦ ଦିନ ପୂର୍ବେ ମୁଁ ଯେତେବେଳେ ଭାରତ ଫେରିଲି ମୋତେ ବିମାନବନ୍ଦରରେ ସାମାନ୍ୟ ପ୍ରକ୍ରିୟାରେ ପରୀକ୍ଷଣ କରାଯାଇଥିଲା। କେବଳ ୪ ଦିନ ପୂର୍ବରୁ ହିଁ ମୋଠାରେ କରୋନା ଲକ୍ଷଣ ଦେଖାଦେଇଛି। “

Advertisment

https://www.instagram.com/p/B89BJWqFWwE/?utm_source=ig_web_copy_link

ପ୍ରକାଶ ଥାଉ କି, ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆଜି ଉତ୍ତର ପ୍ରଦେଶରେ ୪ ଜଣ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ବୋଲି ଜଣାପଡ଼ିଥିଲା। ଏମାନଙ୍କ ମଧ୍ୟରେ କନିକା କପୁର ରହିଥିବା ପରବର୍ତ୍ତି ସମୟରେ ସ୍ପଷ୍ଟ ହୋଇଛି।