Advertisment

କନିକାଙ୍କ ୫ମ ରିପୋର୍ଟ ବି କରୋନା ପଜିିଟିଭ୍, ଡାକ୍ତର କହିଲେ...

ନୂଆଦିଲ୍ଲୀ: ପୁଣିଥରେ ଲୋକପ୍ରିୟ ବଲିଉଡ୍ ଗାୟିକା କନିକା କପୁରଙ୍କ ନମୁନା କରୋନା ପଜିଟିଭ୍ ଆସିଛି। ସେ ବର୍ତ୍ତମାନ ସଞ୍ଜୟ ଗାନ୍ଧି ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ (ଏସଜିପିଆଇଏମଏସ)ଠାରେ ଚିକିତ୍ସିତ ହେଉଛନ୍ତି। ସୂଚନା ଯେ, କନିକାଙ୍କ ଲଗାତର ୫ମ ଥର ପାଇଁ ନୋଭେଲ କରୋନା ସଂକ୍ରମଣ ରିପୋର୍ଟ ପଜିଟିଭ୍ ଆସିଛି। ତେବେ ଏ ନେଇ ତାଙ୍କ ଫ୍ୟାନମାନଙ୍କୁ ଭୟଭୀତ ହେବା ବା ମନଦୁଃଖ କରିବାର ଆବଶ୍ୟକତା ନାହିଁ। https://www.instagram.com/p/B5iG1splUqu/?utm_source=ig_web_copy_link ଏସଜିପିଆଇଏମଏସ ନିର୍ଦ୍ଦେଶକ ପ୍ରଫେସର ଆର.କେ. ଧିମାନଙ୍କ […]

author-image
Pragnya Choudhury
କନିକାଙ୍କ ୫ମ ରିପୋର୍ଟ ବି କରୋନା ପଜିିଟିଭ୍, ଡାକ୍ତର କହିଲେ...

kanika kapoor

ନୂଆଦିଲ୍ଲୀ: ପୁଣିଥରେ ଲୋକପ୍ରିୟ ବଲିଉଡ୍ ଗାୟିକା କନିକା କପୁରଙ୍କ ନମୁନା କରୋନା ପଜିଟିଭ୍ ଆସିଛି। ସେ ବର୍ତ୍ତମାନ ସଞ୍ଜୟ ଗାନ୍ଧି ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ (ଏସଜିପିଆଇଏମଏସ)ଠାରେ ଚିକିତ୍ସିତ ହେଉଛନ୍ତି। ସୂଚନା ଯେ, କନିକାଙ୍କ ଲଗାତର ୫ମ ଥର ପାଇଁ ନୋଭେଲ କରୋନା ସଂକ୍ରମଣ ରିପୋର୍ଟ ପଜିଟିଭ୍ ଆସିଛି। ତେବେ ଏ ନେଇ ତାଙ୍କ ଫ୍ୟାନମାନଙ୍କୁ ଭୟଭୀତ ହେବା ବା ମନଦୁଃଖ କରିବାର ଆବଶ୍ୟକତା ନାହିଁ।

Advertisment

https://www.instagram.com/p/B5iG1splUqu/?utm_source=ig_web_copy_link

ଏସଜିପିଆଇଏମଏସ ନିର୍ଦ୍ଦେଶକ ପ୍ରଫେସର ଆର.କେ. ଧିମାନଙ୍କ କହିବା ଅନୁସାରେ, କନିକାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଯଦିଓ କନିକାଙ୍କ ରିପୋର୍ଟ ବାରମ୍ବାର ପଜିଟିଭ୍ ଆସୁଛି, ତଥାପି ତାଙ୍କଠାରେ କୌଣସି ଗମ୍ଭୀର ଲକ୍ଷଣ ଦେଖିବାକୁ ମିଳୁନାହିଁ। ସେ ନିଜ ଆଇସୋଲେସନ୍ ଓ୍ୱାର୍ଡରେ ଅଛନ୍ତି। ସେ ଖାଦ୍ୟ ଖାଉଛନ୍ତି ଏବଂ ଠିକ୍ ଅଛନ୍ତି। ଯେହେତୁ ତାଙ୍କର ରିପୋର୍ଟ ଲଗାତର କରୋନା ପଜିଟିଭ୍ ଆସୁଛି, ତେଣୁ ସେ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି ବୋଲି ପ୍ରଫେସର ଧିମାନ କହିଛନ୍ତି।

https://www.instagram.com/p/B-VDEeLl5CO/?utm_source=ig_web_copy_link

କରୋନା ଭୂତାଣୁ ସଂକ୍ରମଣରେ କନିକା ଗୁରୁତର ଥିବା ଖବରକୁ ପ୍ରଫେସର ଧିମାନ ଖଣ୍ଡନ କରିଛନ୍ତି।ସେ କହିଛନ୍ତି ଅନ୍ୟମାନଙ୍କ ଭଳି କନିକାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ସ୍ଥିର କିନ୍ତୁ ସେ କରୋନା ପଜିଟିଭ୍ ଅଛନ୍ତି। ମାର୍ଚ୍ଚ ୨୦ରୁ କନିକା ହସ୍ପିଟାଲରେ ଆଇସୋଲେସନ ଓ୍ୱାର୍ଡରେ ଅଛନ୍ତି। ଏତେ ଦିନ ପରିବାରଠାରୁ ଅଲଗା ରହିଥିବା ବେଳେ ତାଙ୍କୁ ନିଜ ପିଲାମାନଙ୍କ ଓ ଘର କଥା ମନେପଡ଼ୁଛି। ଏନେଇ ସେ ନିକଟରେ ସୋଶାଲ ମିଡିଆରେ ଏକ ପୋଷ୍ଟ କରି ମଧ୍ଯ କହିଥିଲେ।

Advertisment